ଭଦ୍ରକ,୩ା୨(ସନାତନ ରାଉତ): ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାୟ ଜଣେ ଚାଷୀ ଭାବରେ ଅଚାନକ ଅଞ୍ଚଳରେ ଥିବା ମଣ୍ଡିରେ ପହଞ୍ଚିଥିଲେ। ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ ପହଞ୍ଚିଥିଲେ। ବଜାରଠାରୁ ଦୂରରେ ଗାଡ଼ି ରଖି ଡ୍ରାଇଭର ଓ ସୁରକଷାକର୍ମୀଙ୍କୁ ସାଙ୍ଗରେ ନେଇଥିଲେ। ଦୀର୍ଘ ସମୟ ଜିଲାପାଳ ଓ ଅନ୍ୟ ଦୁଇ କର୍ମଚାରୀ ହାଟ ଓ ବଜାରରେ ବୁଲୁଥିଲେ। ହାପ୍ ପ୍ୟାଣ୍ଟ ଓ ଟି ଶର୍ଟ ପିନ୍ଧି ଜିଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନବିକ୍ରି ବିଷୟରେ ପଚାରିଥିଲେ। ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଏକ ଚାଷୀଙ୍କ ନାମରେ ସେ ତାଙ୍କ ଟୋକନରେ ଧାନ ବିକ୍ରି ପାଇଁ କହିଥିଲେ। କେତେ କଟ୍ନି ହେଉଛି ବୋଲି ଜିଲାପାଳ ପଚାରିଥିଲେ। କିନ୍ତୁ ସମବାୟ ଦାୟିତ୍ୱରେ ଥିବା ବାବୁ କହିଥିଲେ ଯେ, ପ୍ରାୟ ୮ କିଲୋ ପର୍ଯ୍ୟନ୍ତ କଟ୍ନି ହେବ। ସଙ୍ଗେ ସଙ୍ଗେ ଜିଲାପାଳ ସେହିଠାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜିଲାପାଳଙ୍କ ଏପରି ଅଚାନକ ମଣ୍ଡି ପରିଦର୍ଶନକୁ ଚାଷୀ ମହଲ ସ୍ବାଗତ କରିଥିବା ବେଳେ ମଣ୍ଡି ଅଧିକାରୀ ଓ ମିଲରଙ୍କ ମଧ୍ୟରେ ଛନକା ପଶିଛି।


