Posted inଜାତୀୟ

ସ୍ବାମୀଙ୍କ କିଡ୍‌ନୀ ବିକ୍ରି ଟଙ୍କା ନେଇ ପ୍ରେମିକଙ୍କ ସହ ଫେରାର

କୋଲକାତା, ୩ା୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ସ୍ତ୍ରୀଙ୍କ କଥାକୁ ଗ୍ରହଣ କରି ସ୍ବାମୀ ୧୦ ଲକ୍ଷ ଟଙ୍କାରେ ନିଜ କିଡ୍‌ନୀକୁ ମଧ୍ୟ ବିକ୍ରି କରିଥିଲେ। ଉକ୍ତ ଟଙ୍କାକୁ ବ୍ୟାଙ୍କ୍‌ରେ ଜମା କରିଦେବେ ବୋଲି କହି ମହିଳା ଜଣକ ନିଜ ପାଖରେ ରଖିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ମହିଳା ଜଣକ ଉକ୍ତ ୧୦ ଲକ୍ଷ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ହାଓଡ଼ା ଜିଲାର ସଙ୍କରୈଲରେ ଏହି ମହିଳା ଜଣକ ସ୍ବାମୀ ଓ ୧୦ ବର୍ଷର ଝିଅଙ୍କ ସହ ରହୁଥିଲେ। ତାଙ୍କ ସ୍ବାମୀ ରଙ୍ଗ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିଲେ। ସ୍ବାମୀଙ୍କ ଆୟ ଖୁବ୍‌ କମ୍‌ ଥିବାରୁ ଏହି ଦମ୍ପତିଙ୍କ ମଧ୍ୟରେ ଅଧିକାଂଶ ସମୟ କଳହ ଲାଗି ରହୁଥିଲା। ଝିଅର ପାଠପଢ଼ା ଖର୍ଚ୍ଚ ମେଣ୍ଟାଇବା ପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ଅର୍ଥ ନ ଥିଲା। ତେଣୁ ପରିବାରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ପ୍ରଥମେ ତାଙ୍କ ସ୍ବାମୀ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ତେବେ କିଡ୍‌ନୀ ବିକ୍ରି କରିବା ପାଇଁ ମହିଳା ଜଣକ ସ୍ବାମୀଙ୍କୁ ଲଗାତର ଭାବେ ଚାପ ପକାଉଥିଲେ। କିଡ୍‌ନୀ ବିକ୍ରି ନ କଲେ ଝିଅର ଭବିଷ୍ୟତ ଖରାପ ହେବ ଏବଂ ସେଥିପାଇଁ ସେ ଦାୟୀ ରହିବେ ବୋଲି ଉକ୍ତ ମହିଳା ସ୍ବାମୀଙ୍କୁ ଧମକ ଦେଇଥିଲେ। ଶେଷରେ କିଡ୍‌ନୀ ବିକ୍ରି କରିବା ପାଇଁ ମହିଳାଙ୍କ ସ୍ବାମୀ ରାଜି ହୋଇଯାଇଥିଲେ। ସେ ପ୍ରାୟ ବର୍ଷେ ଧରି ତାଙ୍କ କିଡ୍‌ନୀ ବିକିବା ପାଇଁ ଗ୍ରାହକ ଖୋଜିଥିଲେ। ପରେ ଜଣେ ଗ୍ରାହକ ୧୦ ଲକ୍ଷ ଟଙ୍କାରେ କିଡ୍‌ନୀ କିଣିବାକୁ ରାଜି ହୋଇଥିଲେ। ଶୁକ୍ରବାର କିଡ୍‌ନୀ ବିକ୍ରି ପାଇଁ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଉକ୍ତ ଗ୍ରାହକ ଜଣକ ୧୦ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରିଦେବେ ବୋଲି କହି ମହିଳା ଜଣକ ସ୍ବାମୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ଆସିଥିଲେ। କିନ୍ତୁ ରାତାରାତି ସେ ୧୦ ଲକ୍ଷ ଟଙ୍କା ନେଇ ପ୍ରେମିକଙ୍କ ସହ ଫେରାର ହୋଇଥିଲେ।
ତେବେ ତାଙ୍କ ସ୍ତ୍ରୀ ସ୍ଥାନୀୟ ବେରକ୍‌ପୁର ଅଞ୍ଚଳର ସୁଭାଷ କଲୋନୀରେ ରହୁଥିବା ରବିଦାସ ନାମରେ ଜଣେ ଯୁବକଙ୍କ ଘରେ ଅଛନ୍ତି ବୋଲି ଉକ୍ତ ମହିଳାଙ୍କ ସ୍ବାମୀ ଜାଣିବାକୁ ପାଇଥିଲେ। ତେଣୁ ସେ ଝିଅଙ୍କୁ ଧରି ରବିଦାସଙ୍କ ଘରକୁ ଯାଇ ସ୍ତ୍ରୀଙ୍କୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ସ୍ବାମୀ ଆସିଥିବା ଜାଣି ମଧ୍ୟ ଉକ୍ତ ମହିଳା ରବିଦାସଙ୍କ ଘରର କବାଟ ଖୋଲି ନ ଥିଲେ। ସେ ଆଉ ଫେରିବେ ନାହିଁ ଏବଂ ଖୁବ୍‌ଶୀଘ୍ର ଛାଡ଼ପତ୍ର ପେପର ପଠାଇବେ ବୋଲି ମହିଳା ଜଣକ ସ୍ବାମୀଙ୍କୁ ଧମକ ଦେଇଥିଲେ। ଫେରି ଆସିବାକୁ ଝିଅର ଅନୁରୋଧକୁ ମଧ୍ୟ ସେ ଶୁଣି ନ ଥିଲେ। ଫଳରେ ଅସହାୟ ସ୍ବାମୀ ବାଧ୍ୟ ହୋଇ ରବିବାର ଉକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମହିଳା ଜଣକ ଫେସ୍‌ବୁକରେ ନିଜ ପ୍ରେମିକଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ବୋଲି ପୋଲିସ କହିଛି। ସ୍ବାମୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ତାଙ୍କ କିଡ୍‌ନୀ ବିକ୍ରି କରି ଟଙ୍କା ହାତେଇବା ସହ ଫେରାର ହେବା ନେଇ ଦୀର୍ଘ ଦିନ ପୂର୍ବରୁ ପ୍ରେମିକ ରବିଦାସଙ୍କ ସହ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri