ବଡ଼ଙ୍କୁ ସମ୍ମାନ

ପରିବାର ହେଉଛି ଆମ ସମାଜର ଏକ ମୁଖ୍ୟ ଅଙ୍ଗ। ଯେଉଁ ପରିବାର ମଧ୍ୟରେ ପରସ୍ପର ସ୍ନେହ ଶ୍ରଦ୍ଧା ଥାଏ ତାହା ଏକ ଖୁସି ପରିବାର। ସେଥିପାଇଁ ଭକ୍ତକବି ମଧୁସୂଦନ ମଧ୍ୟ କହିଛନ୍ତି ,ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,ପରସ୍ପର ସ୍ନେହ ଯହଁି ଥାଏ ନିରନ୍ତର। ପରିବାର ମଧ୍ୟରେ ଅନେକ ପିତୃମାତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ କେତେଜଣ ଛୋଟପିଲା ମଧ୍ୟ ଥାଆନ୍ତି। ଏଠି ସମସ୍ତଙ୍କର ସମାନ ଭୂମିକା ରହିଛି। ସାଧାରଣତଃ ପିତା, ମାତା, ପୁଅ ,ଝିଅ, ଅଜା ,ଆଈ, ନାତିନାତୁଣୀ ,କାକା, ଖୁଡ଼ୀ, ପୁତୁରା ,ଝିଆରୀ ,ଭାଇଭଉଣୀ ଇତ୍ୟାଦିଙ୍କୁ ନେଇ ଏକ ପରିବାର ଗଠିତ ହୋଇଥାଏ। ଏହାକୁ ଯୌଥ ପରିବାର କୁହାଯାଏ। ଅବଶ୍ୟ ଏହି ପ୍ରକାରର ପରିବାର ଆଉ ଦେଖିବାକୁ ମିଳୁନାହଁି। ଏବେ ପରିବାର କହିଲେ ବାପା ,ମାଆ ଓ ସେମାନଙ୍କ ପୁଅ, ଝିଅଙ୍କୁ ନେଇ ଗଢ଼ା। ବର୍ତ୍ତମାନ ପିଲାମାନେ ନିଜର ପିତାମାତାଙ୍କ ବ୍ୟତୀତ ଆଉ ଯେଉଁ ତୃତୀୟ ବ୍ୟକ୍ତିକୁ ଜାଣନ୍ତି ସେ ହେଉଛନ୍ତି ଅଙ୍କଲ ,ଆଣ୍ଟି।
ବଡ଼ମାନଙ୍କୁ ସାନମାନେ ସମ୍ମାନ ଦେବା ଓ ସାନମାନଙ୍କୁ ବଡ଼ମାନେ ଶ୍ରଦ୍ଧା କରିବା ଏକ ନୈତିକତା। ଏହା ଏକ ସାମାଜିକ ପ୍ରଥା ,ପରମ୍ପରା ତଥା ଚଳଣି। ଯେଉଁ ପରିବାରରେ ବଡ଼ଙ୍କୁ ସମ୍ମାନ ସାନଙ୍କୁ ଶ୍ରଦ୍ଧା ନାହଁି ସେ ପରିବାର ଏକ ବିଶୃଙ୍ଖଳିତ ପରିବାର। ପରିବାରରୁ ହଁି ପିଲାମାନେ ଶିକ୍ଷା କରିଥାଆନ୍ତି ବଡ଼ମାନଙ୍କୁ ସମ୍ମାନ ଦେବା ଓ ସାନମାନଙ୍କୁ ଶ୍ରଦ୍ଧା କରିବା। ପରିବାର ବାହାରେ ଆହୁରି ଅନେକ ଗୁରୁଜନ ଶ୍ରେଣୀୟ ବ୍ୟକ୍ତି ଅଛନ୍ତି। ଅନେକ ବନ୍ଧୁବାନ୍ଧବ ଅଛନ୍ତି। ସାଙ୍ଗସାଥୀ, ସହକର୍ମୀ ଅଛନ୍ତି। ସମସ୍ତଙ୍କ ପ୍ରତି ଯଥା ସମ୍ମାନ ଜଣାଇବା ଏକ ବିଧି। ଏହା ଏକ ନୈତିକ ଶିକ୍ଷା ଯାହାକି ପରିବାରରୁ ହଁି ଶିକ୍ଷା କରାଯାଏ। ବଡ଼ ଦୁଃଖ ଓ ପରିତାପର ବିଷୟ ,ବର୍ତ୍ତମାନ ସେସବୁ ଲୋପପାଇଗଲାଣି। ଏବେ ପିଲାମାନେ ବଡ଼ମାନଙ୍କୁ ସମ୍ମାନ ଜଣାଇବା ତ ଦୂରର କଥା ମୁଣ୍ଡ ନୁଆଁଉନାହାନ୍ତି । ତାଙ୍କୁ ବିଦ୍ରୂପ ମଧ୍ୟ କରୁଛନ୍ତି। ଆଉ ସାନମାନଙ୍କୁ ଶ୍ରଦ୍ଧା ବଦଳରେ ମିଳୁଛି ନିର୍ଯାତନା। କେତେକ ଜାଗାରେ ସାନଝିଅମାନେ ପାଶବିକ ଅତ୍ୟାଚାରର ଶିକାର ମଧ୍ୟ ହେଉଛନ୍ତି।
ବର୍ତ୍ତମାନର ଅନୁଶାସନ ଢିଲା। ନା ଅଛି ପରିବାରରେ ଶୃଙ୍ଖଳିତ ଅନୁଶାସନ ନା ଅଛି ବିଦ୍ୟାଳୟରେ ଶୃଙ୍ଖଳା। ବିଦ୍ୟାଳୟ ହେଲା ଦଣ୍ଡମୁକ୍ତ। ପିଲା ହେଲେ ଉଚ୍ଛୃଙ୍ଖଳ। ଯେଉଁ ହାତଗଣତି କିଛି ପିଲା ଶୃଙ୍ଖଳା ରକ୍ଷା କରୁଥିଲେ, ସେମାନେ ମଧ୍ୟ ସମୟ ସୁଅରେ ପଡ଼ି ପରିବେଶର ପ୍ରଭାବରେ ପ୍ରଭାବିତ ହେଲେ। ରାସ୍ତାରେ ଯଦି ୪ଜଣ ପିଲା ଯାଉଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣ ତାଙ୍କ ଗୁରୁଙ୍କୁ ଦେଖିଲେ ନମସ୍କାର କରୁଛନ୍ତି। ଆଉ ୨ଜଣ ସେମିତି ଚାଲିଯାଉଛନ୍ତି। ଶ୍ରେଣୀ କୋଠରିକୁ ଶିକ୍ଷକ କିମ୍ବା କୌଣସି ପରିଦର୍ଶକ ଆସିଲେ କେତେଜଣ ପିଲା ଛଡ଼ା ହେଉଛନ୍ତି ତ କେତେକେ ବସିଥାଆନ୍ତି ବା ଡେରିରେ ଛିଡ଼ା ହୁଅନ୍ତି। ତାହା ପୁଣି ବାଧ୍ୟବାଧକତାରେ। ବିଦ୍ୟାଳୟରେ ସହକର୍ମୀମାନଙ୍କ ମଧ୍ୟରେ ମଧ୍ୟ ସେଇ ସମାନ କଥା। ପ୍ରଧାନ ଶିକ୍ଷକଙ୍କୁ କ୍ଷମତା ଭୟରେ ସମସ୍ତେ ନମସ୍କାର କରନ୍ତି। ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକର୍ମୀ ପରସ୍ପର ନମସ୍କାର ପ୍ରତିନମସ୍କାରରେ ଥାଏ ପାତରଅନ୍ତର। ଅର୍ଥାତ୍‌ ଯାହାର ଯାହା ସହ ଭଲ ସମ୍ପର୍କ ସେମାନେ ପରସ୍ପର ନମସ୍କାର ହୁଅନ୍ତି। ଯାହା ସହ କିଛି ବି ମନୋମାଳିନ୍ୟ ଥାଏ ସେ ହୁଏ ଅଲୋଡ଼ା। ଏଠାରେ ଏକ ଛୋଟ ଘଟଣାର ଅବତାରଣା ଆବଶ୍ୟକ ପଡୁଛି। ଗୋଟିଏ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ନିଜର ଶୃଙ୍ଖଳିତ ଆଚରଣ ପାଇଁ ସହକର୍ମୀ ମହଲରେ ବେଶ୍‌ ଆଦର ପାଉଥିଲେ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ସେ ବିଦ୍ୟାଳୟରେ ଥାଅନ୍ତି ୨ ଜଣ ଠିକାରେ ନିଯୁକ୍ତ ଶିକ୍ଷୟିତ୍ରୀ। ଠିକାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାର୍ଯ୍ୟ ଛୁଟିଠାରୁ ଅଧିକ ନେଲେ ଦରମା କଟିଯାଏ। ସେ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଜଣେ କୌଣସି ପରୀକ୍ଷା ଦେବା ପାଇଁ ଧାର୍ଯ୍ୟଠାରୁ ଅଧିକ ଦିନ ଛୁଟିନେଲେ। ମାସ ଶେଷକୁ ଯେତେବେଳେ ତାଙ୍କର ୫ ଦିନର ଦରମା କଟିଗଲା ସେତେବେଳେ ତାଙ୍କ ବାପା ଅସି ପ୍ରଧାନ ଶିକ୍ଷକଙ୍କୁ ପୂରା ଦରମା କରିବାକୁ କହିଲେ। ପ୍ରଧାନ ଶିକ୍ଷକ ମନାକଲେ। କାରଣ ସେ ସମସ୍ତଙ୍କୁ ସମାନ ଦେଖନ୍ତି। କୌଣସି ନିୟମ ବିରୋଧ କାମ କରନ୍ତିି ନାହଁି। ଯଦି ଜଣକ ପାଇଁ କିଛି କୋହଳ ମନୋଭାବ ଦେଖାନ୍ତି ,ଅନ୍ୟକୁ ମଧ୍ୟ ଦେଖାଇବାକୁ ପଡ଼ିବ। ସେ ଶିକ୍ଷୟିତ୍ରୀ ନିଜେ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିବା ବଦଳରେ ତାଙ୍କ ବାପାଙ୍କୁ ପଠାଉଛନ୍ତି। ପ୍ରଥମେ ସେ ନିଜେ ଅନୁରୋଧ କରିବା କଥା। ସେ କଥା ଭୁଲିଗଲେ , ତାଙ୍କ ବାପାଙ୍କୁ ପଠାଇଲେ। ଏ ଘଟଣା ପରେ ସେ ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ମାନଦେବା ବନ୍ଦ କରିଦେଲେ। କିନ୍ତୁ ମନେରଖିବାର କଥା ,ବଡ଼ଙ୍କୁ ସମ୍ମାନ ନ ଦେଲେ ବଡ଼ର କ୍ଷତି ହୁଏ ନାହଁି ବରଂ ସାନର ହଁି କ୍ଷତିହୁଏ।
ବୌଦ୍ଧ , ମୋ: ୯୪୩୭୨୯୮୭୧୪

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri