ତେରଗାଁ ବ୍ରହ୍ମ ଅମଣିଆ ମଠ, ୩ ପଥରରେ ପୂଜା ପାଆନ୍ତି ଠାକୁର

ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଉତ୍କଳୀୟ କଳାକୃତିର ଅନନ୍ୟ ଧର୍ମାନୁଷ୍ଠାନ, ମଠ ମନ୍ଦିରଗୁଡ଼ିକୁ ବିଧର୍ମୀ କଳାପାହାଡ଼ ଭାଙ୍ଗିରୁଜି ଦେଇଥିଲା। ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀରୁ ଚତୁର୍ଦ୍ଧା ମୂର୍ତ୍ତି ଦାରୁଦିଅଁଙ୍କୁ ଉଠାଇ ନେଇ କଳାପାହାଡ଼ ପଶ୍ଚିମବଙ୍ଗକୁ ପଳାଇଥିଲା। ସେଠାରେ ଗଙ୍ଗାନଦୀ କୂଳରେ ଦାରୁଦିଅଁଙ୍କୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କଳାପାହାଡ ଶରୀର ଜଳାପୋଡ଼ା ହେବାରୁ ବାଧ୍ୟହୋଇ ଅଧା ପୋଡ଼ା ଅବସ୍ଥାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଛାଡ଼ି ଉକ୍ତ ସ୍ଥାନରୁ ପଳାୟନ କରିଥିଲା ବୋଲି ଇତିହାସରୁ ଜଣାଯାଏ। ଏହି ସମୟରେ ଗୋପନରେ କିଛିଦୂରରେ ଥିବା ପ୍ରଭୁଙ୍କ ଭକ୍ତ ବିଷର ମହାନ୍ତି ଅଧା ପୋଡ଼ା ଚତୁର୍ଦ୍ଧା ମୂର୍ତ୍ତିରୁ ଯତ୍ନର ସହ ବ୍ରହ୍ମକୁ କାଢ଼ି ନିଜ ମୃଦଙ୍ଗ ଭିତରେ ରଖିଥିଲେ। ବିଷର ଛଦ୍ମ ବେଶରେ କଲିକତା-ପୁରୀ ମୁଖ୍ୟ ପଥରେ ନିଜକୁ ଅସୁରକ୍ଷିତ ମଣିଥିଲେ। ପଶ୍ଚିମବଙ୍ଗରୁ ବଙ୍ଗୋପସାଗର ସମୁଦ୍ର କୂଳେ କୂଳେ ଘଞ୍ଚ ଜଙ୍ଗଲରେ ପଦଯାତ୍ରା କରି ଭଜନ, ଜଣାଣ ଗାନ କରି କନିକାରେ ପହଞ୍ଚତ୍ ଥିଲେ। ପରେ ପଟ୍ଟାମୁଣ୍ଡାଇ କଖାରୁଣୀ ଗ୍ରାମରେ ରାତିରେ ବିଶ୍ରାମ ନେଇଥିଲେ। ବିଷର ମହାନ୍ତି ଯେଉଁଠି ବିଶ୍ରାମ ନେଇଥିଲେ, ସେହିଦିନଠାରୁ କଖାରୁଣୀ ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ୩ ଠାକୁର ପୂଜା ପାଉଛନ୍ତି। ପରେ ମହାକାଳପଡ଼ାର ଲୁଣା ନଦୀ ସଂଲଗ୍ନ ସାମନ୍ତସିଂହାରପୁର-ତେରଗଁାଠାରେ ଅମଣିଆ ମଠରେ ବିଷର ବ୍ରହ୍ମକୁ ନେଇ ରଖିଥିଲେ। ସେବେଠାରୁ ତେରଗଁା ବ୍ରହ୍ମ ଅମଣିଆ ମଠରେ ଖୋଲା ଆକାଶ ତଳେ ପଥର ରୂପେ ୩ ଠାକୁର ପୂଜା ପାଉଥିବା ଦେଖିବାକୁ ମିଳେ। ଏଠାରେ ମୁଖ୍ୟତଃ ଦୋଳପୂର୍ଣ୍ଣିମାରେ ବଡ଼ ଉତ୍ସବ ପାଳନ କରାଯାଏ ବୋଲି ଗ୍ରାମର ମୁରବି ହରିହର ଦାସଙ୍କ ସମେତ ଅଞ୍ଚଳର ଲୋକ କହିଛନ୍ତି। ଏହି ଅଞ୍ଚଳଟି କୁଜଙ୍ଗ ଷଣ୍ଢ ବଂଶୀୟ ରାଜାଙ୍କ ଅଧୀନରେ ଥିଲା। ତେରଗଁା ଓ ସାମନ୍ତସିଂହାରପୁର ଗ୍ରାମରେ ଅମଣିଆ ମଠ ପାଇଁ ରାଜା ଦେଢ଼ ବାଟି ଜମି ଖଞ୍ଜି ଦେଇଥିଲେ। ଏବେ ବି କୁଜଙ୍ଗ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟରୁ ଗ୍ରାମର ଭାଗ ଚାଷୀମାନେ ଜମି ପାଉତି କାଟୁଥିବା କୁହାଯାଇଛି। ବିଷର ଏହି ଅମଣିଆ ମଠରେ ଅବସ୍ଥାନ ପରେ ଭୋରରୁ ଯଦୁପୁର-ନଳଦିଆ ଗହୀର ପାଟ ଦେଇ ଖୁରୁଶିଆ-ବାନ୍ଧକୁଦଠାରେ ବ୍ରହ୍ମକୁ ମହାନଦୀ ସଂଲଗ୍ନ ଏକ ଘଞ୍ଚ ବୃକ୍ଷ ମୂଳେ ରଖି ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଦିନଠାରୁ ଖୁରୁଶିଆ ବାନ୍ଧକୁଦଠାରେ ଗୁପ୍ତରେ ବ୍ରହ୍ମ ଅନନ୍ତକୁ ପୂଜା କରିଥିବାରୁ ଉକ୍ତ କ୍ଷେତ୍ରର ନାମ ମା’ ବ୍ରାହ୍ମଣୀ ରୂପେ ଦେବୀ ପୂଜା ପାଉଛନ୍ତି। ମା’ ବ୍ରାହ୍ମଣୀଙ୍କ ପୀଠରେ ପୋଡ଼ା ମାଛ ଭୋଗ ହୁଏ। ବର୍ଷରେ ବାର ପର୍ବ ସହ ତେର ଯାତ ହୋଇଥାଏ। ଏଥିସହ ମୁଖ୍ୟତଃ ଝାମୁଯାତ୍ରାରେ ଗହଳି ଲାଗିଯାଏ ବୋଲି ମୁଖ୍ୟ ସେବାୟତ ରଞ୍ଜନ କୁମାର ପଣ୍ଡା କହିଛନ୍ତି। ମା’ଙ୍କ ପାଇଁ ଷଣ୍ଢ ରାଜା ୨ ବାଟିରୁ ଅଧିକ ଚାଷ ଜମି ଖଞ୍ଜିଥିଲେ। ଏହି ଅଞ୍ଚଳରେ ମା’ ବ୍ରାହ୍ମଣୀ ପ୍ରତ୍ୟକ୍ଷ ଚଳନ୍ତି ଦେବୀ ରୂପେ ଦର୍ଶନ ଦିଅନ୍ତି ବୋଲି ବରିଷ୍ଠ ମୁରବି, ଶ୍ରଦ୍ଧାଳୁମାନେ କହିଛନ୍ତି। ପରେ କୁଜଙ୍ଗ ଷଣ୍ଢ ବଂଶୀୟ ରାଜା ଖବରପାଇ ଗଡ଼ କୁଜଙ୍ଗକୁ ବ୍ରହ୍ମକୁ ନେବା ପାଇଁ ଶରଣାପନ୍ନ ହୋଇଥିଲେ। ବିଷର ମହାନ୍ତି କୁଜଙ୍ଗକୁ ବ୍ରହ୍ମକୁ ନେଇ ପ୍ରଥମେ ମହାବୀର ମନ୍ଦିରରେ ରଖିଥିଲେ। ସେବେଠାରୁ ସ୍ବୟଂ ‘ବ୍ରହ୍ମ ଅନନ୍ତ’ ବିରାଜିତ ପରେ ପ୍ରାଚୀନ ପବିତ୍ର ସ୍ଥାନର ନାମ (ଅନନ୍ତପୁର ବା କୁଜଙ୍ଗ)ରେ ପ୍ରଭୁ କୁଞ୍ଜବିହାରୀ ରୂପେ ବିରାଜିତ। ଏ ହେଉଛି ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ପରମ୍ପରା ଭାବାବେଗ ସହିତ ଓଡ଼ିଆଙ୍କ ଆରାଧ୍ୟ ଦେବତା ଦାରୁଦିଅଁ ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ଇତିହାସ। ପରେ ପୁରୀ ରାଜା ଖବରପାଇ ଦାରୁଦିଅଁଙ୍କୁ ନେବା ବ୍ୟବସ୍ଥା କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ଉକ୍ତ ପବିତ୍ର ଦୁଇଟି ତୀର୍ଥ କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri