Posted inଜାତୀୟ

ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ପତାକା ଦାବି

ଗୌହାଟୀ,୨୫ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ସେଠାକାର ପତାକା ରଦ୍ଦ ହୋଇଛି। ଅନ୍ୟପକ୍ଷରେ ଏବେ ନାଗାଲାଣ୍ଡ ପାଇଁ ସ୍ବତନ୍ତ୍ର ମାନ୍ୟତା ଓ ପତାକା ଦାବି ଜୋର ଧରିଛି। ସ୍ବତନ୍ତ୍ର ପତାକା ଓ ସ୍ବତନ୍ତ୍ର ସମ୍ବିଧାନ ପାଇଁ କେନ୍ଦ୍ର ରାଜି ନ ହେବା ପର୍ଯ୍ୟନ୍ତ ନାଗା ପ୍ରସଙ୍ଗର ସକାରାତ୍ମକ ସମାଧାନ ସମ୍ଭବ ନୁହେଁ। ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନସିଲ ଅଫ୍‌ ନାଗାଲାଣ୍ଡ (ଏନ୍‌ଏସ୍‌ସିଏନ୍‌-ଆଇଏମ୍‌) ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା କହିଥିବା ଜଣାପଡିଛି। ଏହି ସଂଗଠନ ୧୯୯୭ରୁ ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ବୁଝାମଣା ଉଦ୍ୟମ କରିଆସୁଛି। ନାଗା ସମସ୍ୟାର ସମାଧାନ ଲାଗି କେନ୍ଦ୍ର ଓ ଏନ୍‌ଏସ୍‌ସିଏନ୍‌-ଆଇଏମ୍‌ ମଧ୍ୟରେ ତିନି ବର୍ଷ ପୂର୍ବରୁ ରାଜିନାମା ସ୍ବାକ୍ଷରିତ ହୋଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ସରକାର କାଳକ୍ଷେପଣ ନୀତି ଗ୍ରହଣ କରୁଥିବାରୁ ନାଗା ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଥିବା ନେଇ ଏନ୍‌ଏସ୍‌ସିଏନ୍‌ ଅଧ୍ୟକ୍ଷ କ୍ୟୁ. ଟୁକୁ ଏବଂ ସାଧାରଣ ସମ୍ପାଦକ ଥୁଇଙ୍ଗାଲେଙ୍ଗ୍‌ ମୁଇଭା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସେମାନଙ୍କର ଦୁଇଟି ମୁଖ୍ୟ ଦାବି ସ୍ବତନ୍ତ୍ର ପତାକା ଓ ସମ୍ବିଧାନ ପାଇଁ ସରକାର ରାଜି ନ ହେବା ପର୍ଯ୍ୟନ୍ତ ନାଗା ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ। ଏହା ସହ ନାଗାମାନଙ୍କ ଗର୍ବ ଓ ପରିଚୟ ଗଭୀର ଭାବେ ଜଡ଼ିତ ବୋଲି ସେମାନେ ଜଣାଇଥିବା ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri