ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ ଚାଲିଥିବା ଶତରୁଦ୍ର ମହାଯଜ୍ଞ ଓ ନାମଯଜ୍ଞ ସାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ଦିଆଯାଇଛି।

ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରିହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ପଣ୍ଡିତ, ପୁରୋହିତ, ଯାଜ୍ଞିକମାନଙ୍କ ପରିଚାଳନାରେ ଯଜ୍ଞକୁଣ୍ଡ ସ୍ଥଳରେ ମୁଖ୍ୟକର୍ତ୍ତା ଭାବେ ଗୌରାଙ୍ଗ ସାହୁ ଓ ତାଙ୍କ ସହଧର୍ମିଣୀ କୁମୁଦିନୀ ସାହୁଙ୍କ ସମେତ ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ତାଙ୍କ ସହଧର୍ମିଣୀ ସଙ୍ଗୀତା ତ୍ରିପାଠୀ, ଶିକ୍ଷକ ସୁବ୍ରତ ପାଢୀ ଓ ସଂଯୁକ୍ତା ପାଳ, ପ୍ରଦୀପ ପଣ୍ଡା ଓ ମନୀକା ପଣ୍ଡା, ରମା ବଲ୍ଲଭ ପଣ୍ଡା ଓ ସୁକାନ୍ତି ପଣ୍ଡା ପ୍ରମୁଖ ଯଜ୍ଞକର୍ତ୍ତା ରୂପେ କୁଣ୍ଡରେ ଘୃତ ଦହନ କରିଥିଲେ।

ପରେ ଦେବତାଙ୍କ ନଗର ପରିକ୍ରମା, ସିଂହାସନ ଆରୋହଣ ପରେ ମହାଯଜ୍ଞ ସ୍ଥଳରେ ଦଧିଭାଣ୍ଡ ଭଞ୍ଜନ କରାଯାଇ ମହାମନ୍ତ୍ର ଧ୍ୱନିରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ସହସ୍ରାଧିକ ଶ୍ରଦ୍ଧାଳୁ ସଙ୍କୀର୍ତ୍ତନ କରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।

ଯଜ୍ଞ ପରିଚାଳନା କମିଟି ସଭାପତି ତଥା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପସଭାପତି ବସନ୍ତ ପଟ୍ଟନାୟକ, କେ. ତାରକେଶ୍ୱର ଦୋରା , ଏସ୍‌ .ଗାନ୍ଧୀ, ସୁଶାନ୍ତ ପ୍ରଧାନ, ସମ୍ପାଦକ ସୁରେନ୍ଦ୍ର ବିଷୋୟୀ, ସହ-ସମ୍ପାଦକ ବିପ୍ରଚରଣ ସେଠୀ, ନିରାକାର ପ୍ରଧାନ, ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ କୋରେଶୁ ସେଠୀ, ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ, କାର୍ଯ୍ୟକର୍ତ୍ତା ଅର୍ଦ୍ଦୁ, ଗୋବିନ୍ଦ, ଭଗବାନ ଦୋରା, ଶଙ୍କର ପାଢ଼ୀ, କ୍ଷେତ୍ରବାସୀ ପ୍ରଧାନ, ପଞ୍ଚାନନ ସ୍ବାଇଁ, ଉପଦେଷ୍ଟା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ, ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହେଲେ ବୁଧବାର ରାତିରେ କାଳ ବୈଶାଖୀ ପ୍ରଭାବରେ ପ୍ରାୟ ୧ ଘଣ୍ଟା ଧରି ଝଡ଼ ତୋଫାନ, ବର୍ଷା ପବନରେ ମହାଯଜ୍ଞର ସ୍ବାଗତ ତୋରଣ ଭାଙ୍ଗି ପଡ଼ିବା ସହ ମୀନାବଜାର, ରାମଦୋଳି ସମେତ ବିଭିନ୍ନ ଉଠା ଦୋକାନୀଙ୍କ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ଧରିତ୍ରୀ ପ୍ରଭାବ: ଲକ୍ଷ୍ମୀପୁର ଗ୍ରାମରେ ଜଳିଲା ଷ୍ଟ୍ରିଟ୍ ଲାଇଟ୍

ଗଞ୍ଜାମ, ୩୦।୮ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିବା ନେଇ ଦୁଇଦିନ…

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri