ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍‌ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଭିଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୩), ସିଲୁ ନାୟକ(୨୧), ପାଟପୁର ଅଞ୍ଚଳର କାଳିଆ ବେହେରା(୨୧), କବିସୂର୍ଯ୍ୟନଗର ଥାନା ଅଧିନ ବିରିସିଂ ଶରତ କୁମାର ନାୟକ (୩୨) ବୋଲି ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତ ମାନଙ୍କଠାରୁ ୪ ଟି ମୋବାଇଲ ଫୋନ,୧ ଲକ୍ଷ ୪୦ ହଜାର ଟଙ୍କା, ବାଲିପଡା ଏସବିଆଇ ଓ ଦିଗପହଣ୍ଡିରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀରେ ଜମା କରାଯାଇଥିବା ୫୬ ଗ୍ରାମ ସୁନା ଅଳଙ୍କାର କାଗଜ ପତ୍ର ,ଚୋରି କରିବା ପାଇଁ ବ୍ୟବହୃତ ସାମଗ୍ରୀ ସହ ବ୍ୟାଟେରୀ, ଇନଭେଣ୍ଟର, ବିଭିନ୍ନ ଘରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମେସିନ ପ୍ରମୁଖ ଜବତ କରିଛି।

ସୂଚନାଯୋଗ୍ୟ ଏହି ଥାନା ଅଧିନସ୍ଥ ରାଳବ ମୁଖ୍ୟରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀରେ ଗୋଟିଏ ଦୋକାନ ସହ ଘର କରି ରହୁଥିଲେ। କୋଣସି କାର୍ଯ୍ୟ ନେଇ ପରିବାରଲୋକେ ବାହାରକୁ ଯାଇଥିଲେ l ଏହାର ସୁଯୋଗ ନେଇ ଗତ ଡ଼ିସେମ୍ବର ୧୮ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଓ ଦୋକାନ ଚାବି ଭାଙ୍ଗି ସୁନା, ରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ଆଲମିରାରେ ଥିବା ୩ କିଲୋ ରୂପା ଅଳଙ୍କାର, ପ୍ରାୟ ୩୭୦ ଗ୍ରାମ ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଥାନା କେଶ ନଂ ୫୭୧/୨୪ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ପରେ ଗୋଳନ୍ଥରା ଥାନା ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିକାଶ, ସିଲୁ, କାଳିଆ ଓ ଶରତଙ୍କୁ କାବୁ କରିଥିଲେ l ବୁଧବାର ରାତି ଚାରି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି l ଲୁଟେରା ଗ୍ୟାଙ୍ଗଙ୍କ ନାମରେ ଗୋଳନ୍ଥରା ଥାନାରେ ୯ ଟି ମାମଲା, ବିଏନ୍‌ପୁର ଥାନାରେ ୨ ଟି, ଟାଉନ ଥାନା, ଚମାଖଣ୍ଡି ଥାନା, ଗୋଷାଣୀ ନୂଆଗାଁ ଥାନାରେ ଗୋଟିଏ ଲେଖାଏ ମାମଲାରେ, ଗୋପାଳପୁର ଥାନାରେ ୬ ଟି ମାମଲା ରହିଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି l ପରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି l


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri