ଜାତିଆଣ ମନୋଭାବ ପାଇଁ ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଝରଣାପାଣି

ଥୁଆମୂଳ ରାମପୁର,୨୮।୧(ଦୁର୍ଗା କୀର୍ତ୍ତି): ରାଜ୍ଯ ସରକାରଙ୍କ ପଞ୍ଚାୟତରାଜ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ କୋଟି କୋଟି ଟଙ୍କା ଖର୍ଚ୍ଚରେ ବସୁଧା ଯୋଜନା ବା ନଳକୂପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ସେହି ଯୋଜନା ଗୁଡିକରୁ କେତେ ଜନସାଧାରଣ ଉପକୃତ ହେଉଛନ୍ତି ତାହା ଏକ ସମୀକ୍ଷା କରିବାର ନିହାତି ଭାବରେ ଆବଶ୍ୟକତା ରହିଛି।

ବସୁଧା ଯୋଜନା ନାମରେ କୋଟି କୋଟି ଟଙ୍କା ବ୍ଯୟବରାଦ କରିଥିଲେ ମଧ୍ୟ ଜନସାଧରଣଙ୍କ ପାଇଁ ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ, ଯୋଜନା ନାଁରେ ଅର୍ଥ ହରିଲୁଟ ବିଭାଗ ଓ ସମ୍ପୃକ୍ତ ଠିକା ସଂସ୍ଥା ମାନଙ୍କର ଏକ ମାଧ୍ଯମ ପାଲଟିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ଗ୍ରାମକୁ କିମ୍ବା ପ୍ରତେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରୀକାରେ ଯୋଜନା, ଯୋଜନା ଯୋଜନା ଦୂରକୁ ଚାଲିଯାଉଛି।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଡହଳ ବିକଳ ହୋଇ ସେମାନେ ବିଭିନ୍ନ ନାଳ, ଝରଣା, ଝର ପାଣି ପ୍ରଭୃତିକୁ ପାନୀୟ ଜଳ ଭାବରେ ସଂଗ୍ରହ କରୁଥିବା ଘଟଣା ଦୁର୍ଗମ ଅଞ୍ଚଳରେ ନୂଆ ନୁହେଁ, ତଥାପି ଏହାକୁ ସମାଧାନ କରିବା ଦିଗରେ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ଭାବରେ ଫେଲ ମାରିଥିବା ଜଣାପଡେ।

ଏପରିପ୍ରେକ୍ଷୀରେ କଳାହାଣ୍ତି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଅଡ୍ରୀ ଗ୍ରାମପଞ୍ଚାୟତ ଅଧିନରେ ଥିବା ଢୋଲଫାସ ଗ୍ରାମର ହରିଜନ ସାହିଲେ ୨୦ ପରିବାର ବସବାସ କରୁଛନ୍ତି ସେମାଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁ ନଥିବା ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ହାରିଗୁହାରି କରୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣୁନଥିବା ପ୍ରକାଶ କରିଛନ୍ତି।

ଢୋଲଫାସ ଗ୍ରାମରେ ଯାହାବି ପାନୀୟ ଜଳ ଯୋଗାଇ ଦିଆଯାଇଛି ତାହା ସମୁଦ୍ର କୁ ଶଙ୍ଖେ ପାଣି ସ୍ବଦୃଶ୍ଯ, ଆଦିବାସୀ ସାହିରେ ଏକ ସୋଲାର ପମ୍ପ ଲାଗାଯାଇ ପାଣି ଯୋଗାଇ ଦିଆଯାଉଛି ହେଲେ ଆଦିବାସୀ ମାନଙ୍କ ହରିଜନ ସାହି ପ୍ରତି ଜାତିଆଣ ମନୋଭାବ ଯୋଗୁଁ ହରିଜନ ସାହି ପାଇଁ ଟିକେ କଷ୍ଟ ଲାଗୁଥିବା ବେଳେ ସେହି ସୋଲାର ପମ୍ପ ଯୋଗେ ଯୋଗାଉଥିବା ପାନୀୟ ଜଳ ନିଅଣ୍ଟ ହେଉଥିବା ମଧ୍ୟ ଲୋକେ ପ୍ରକାଶ କରିଛନ୍ତି।

ଏହି ସମସ୍ୟା ଦୂର କରିବା ପାଇଁ ହରିଜନ ସାହିରେ ସ୍ବତନ୍ତ୍ର ପାନୀୟ ଜଳ ଯୋଗାଣ କରାଯାଏ ତେବେ ହରିଜନ ସାହିବାସୀନ୍ଦା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଯଦି ପାନୀୟ ଜଳ ନପାଇବେ ଲୋକେ ତେବେ କେତେବେଳେ ଦୂଷୀତ ଜଳକୁ ବ୍ଯବହାର କରି କୌଣସି ଅଜଣା ରୋଗର ସ୍ବୀକାର ହେବା ପୂର୍ବରୁ ବିଭାଗୀୟ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଡାବାସୀ ଅନୁରୋଧ କରିଥିବା ଜଣାପଡିଛି l

ତେବେ ଉପରୋକ୍ତ ଘଟଣା କୁ ନେଇ ପ୍ରଶାସନ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବା ପାଇଁ ବାକି ରହିଲା। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ସାଗରିକା ଗୌଡ଼ ଙ୍କୁ ପଚାରିବାରୁ ଏ ବିଷୟରେ ମୁ ଆଗରୁ କୌଣସି ଖବର ପାଇନଥିଲୀ ହେଲେ ବର୍ତ୍ତମାନ୍ ତୁରନ୍ତ ଏହାର କୌଣସି ଏକ ସମାଧାନ କରାଯିବ ବୋଲି କହିବା ସହ ବୋହୁତ ଶୀଘ୍ର ବସୁଧା ଯୋଜନାର ଲାଭ ମଧ୍ୟ ଉକ୍ତ ଗ୍ରାମବାସୀ ବାଇବେ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri