ଏମ୍‌ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ…

ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍‌ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍‌ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍‌ ହୋଇଛି। ତେବେ ଯାହାଙ୍କ ଲିଙ୍କଥିଲା ସେମାନେ ସମସ୍ତେ ଅଭିଯୁକ୍ତ। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବାକଥା। ତେବେ ପୂର୍ବତନ ମନ୍ତ୍ରୀ କିଏ? ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାଉଠୁଛି।

ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍‌ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍‌ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ହଂସିତା ଏବଂ ଅନିଲଙ୍କ ଘର, କାର୍ଯ୍ୟାଳୟ ସମେତ ୧୨ସ୍ଥାନରେ ଚଢ଼ାଉ କରି ତନାଘନା ଆରମ୍ଭ କରିଛି। ନନ୍ଦନକାନନ ରଘୁନାଥ ବିହାରରେ ଥିବା କର୍ପୋରେଟର ଅଫିସ ବନ୍ଦ ଥିବାରୁ ତାଲା କାଟି ଭିତରେ ପଶିବା ସହ ବହୁ କାଗତପତ୍ର ଜବତ କରିଛି। ସେହିପରି ଅନିଲ ରହୁଥିବା ଫ୍ଲାଟରେ ଡିଜିଟାଲ ଲକ୍‌ ବ୍ୟବସ୍ଥା ଥିବାରୁ ସେଠାରେ ଭିତରକୁ ପ୍ରବେଶ କରି ନ ପାରି ଆୟକର ଟିମ୍‌ ନିରାଶ ହୋଇ ଫେରିଛି। ବିନା ଋଣରେ ହଂସିତା ଦାମୀ କାର୍‌ କିଣିବା ସହ ସେମାନଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ୟ ଆଧାରରେ ଆୟକର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପୋର୍ସେ ଗାଡ଼ି କିଣି ପାର୍ଟନର ଅନିଲ ମହାନ୍ତିଙ୍କୁ ହଂସିତା ଜନ୍ମଦିନ ଉପହାର ଦେଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ ହଂସିତା କଳାହାଣ୍ଡି ନର୍ଲାର ହୋଇଥିବାବେଳେ ମୂଳ ନା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍‌ଜିରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି। ତେବେ ବିଷ୍ଣୁପ୍ରିୟା ହଠାତ କାହିଁକି ବଡ଼ବଡ଼ିଆଙ୍କୁ ଠକିବାକୁ ମନସ୍ଥ କଲେ ପୋଲିସ ରିମାଣ୍ଡରେ ଆଣି ତାହାର ତଥ୍ୟ ଓଗାଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସେହିଭଳି ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ସରକାରୀ କାଗଜାଦିରେ ପରିବର୍ତ୍ତନ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍‌ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri