Posted inଖେଳ

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଦେବା ଲାଗି ସମର୍ଥନ କରାଯାଉଛି। ସେ ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳର ଅଧିନାୟକ ହୋଇଥିଲେ, ଭାରତ ଏହି ମ୍ୟାଚ୍‌ ଜିତିଥିଲା। ଏବେ ସିଡନୀରେ ହେବାକୁ ଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବୁମ୍‌ରାଙ୍କୁ ଟେଷ୍ଟ ଟିମ୍‌ର ନେତୃତ୍ୱ ଦାୟିତ୍ୱ ମିଳିଛି। ହେଲେ ଏହା ଟିମ୍‌ ଇଣ୍ଡିଆର ନୁହେଁ ବରଂ ଚଳିତ ବର୍ଷର ଶ୍ରେଷ୍ଟ ଟେଷ୍ଟ ଟିମ୍‌ର ମିଳିଛି, ଯାହାକୁ କ୍ରିକେଟ ଅଷ୍ଟ୍ରେଲିଆ ଚୟନ କରିଛି।

କ୍ରିକେଟ ଅଷ୍ଟ୍ରେଲିଆର ମିଡିଆ ଓ୍ବେବ୍‌ସାଇଟ୍‌ କ୍ରିକେଟ.କମ୍‌.ଏୟୁ ମେଲବର୍ନ ଟେଷ୍ଟର ଦିନକ ପରେ ଡିସେମ୍ବର ୩୧ରେ ଚଳିତ ବର୍ଷର ଶ୍ରେଷ୍ଠ ଟେଷ୍ଟ ଟିମ୍‌ ଚୟନ କରିଛି। ବର୍ଷର ଅନ୍ତିମ ଦିନ ନିଜ ଟେଷ୍ଟ ଇଲେଭେନ୍‌ରେ ସେ ଭାରତ-ଅଷ୍ଟ୍ରେଲିଆ ସମେତ ବିଶ୍ୱର ଭିନ୍ନ ଭିନ୍ନ ଟିମ୍‌ର ଖେଳାଳିଙ୍କୁ ସାମିଲ କରାଯାଇଛି। ହେଲେ ସମସ୍ତଙ୍କୁ ଚକିତ କରି ଏହି ଟିମ୍‌ର ଅଧିନାୟକ ଭାବେ ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ୍‌ କମିନ୍ସ ନୁହନ୍ତି ବରଂ ଭାରତୀୟ ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଦିଆଯାଇଛି। କମିନ୍ସଙ୍କୁ ଦଳରେ ସ୍ଥାନ ମିଳିନାହିଁ।

ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ବୁମ୍‌ରାଙ୍କ ପ୍ରଦର୍ଶନ ଦେଖିଲେ, ସେ ଏଭଳି ଉପଲବ୍ଧିର ହକଦାର ବୋଲି କୁହାଯାଉଛି। ସମସ୍ତ ବ୍ୟାଟ୍ସମାନମାନେ ତାଙ୍କ ବୋଲିଂକୁ ନେଇ ଭୟଭୀତ ଥିବା ଦେଖାଯାଛି। ଚଳିତ ବର୍ଷ ସେ ସର୍ବାଧିକ ୭୧ ଉଇକେଟ ନେଇ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନର ବର୍ଡର ଗାଭାସ୍କର ସିରିଜରେ ଏଯାବତ ସେ ୪ ମ୍ୟାଚରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇଥିଲା, ଯେଉଁଥିରେ ବୁମ୍‌ରା ୯ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri