Posted inଖେଳ

IPL 2025 ପୂର୍ବରୁ ଅଧିନାୟକ ହେଲେ ରିଙ୍କୁ ସିଂ, କ୍ୟାରିୟରରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୧୨: ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଭାରତର ଟି୨୦ ଟିମ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏବେ ତାଙ୍କୁ ବିଜୟ ହଜାରେ ଟ୍ରଫିର ନୂତନ ସିଜନ ଲାଗି ଉତ୍ତର ପ୍ରଦେଶ ଟିମ୍‌ର ଅଧିନାୟକ କରାଯାଇଛି। ସେ ଏହି ଭୂମିକାରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ତାନ ନେବେ, ଯିଏ କି ସୈୟଦ ମୁସ୍ତାକ ଅଲ୍ଲୀ ଟୁର୍ନାମେଣ୍ଟରେ ଦଳର ଅଧିନାୟକ ଥିଲେ।

ଶୁକ୍ରବାର ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ ପକ୍ଷରୁ ଡିସେମ୍ବର ୨୦ରେ ଦିନିକିଆ ଲାଗି ଦଳ ଘୋଷଣା କରିଛି। ଏଥିରେ ରିଙ୍କୁ ସିଂଙ୍କୁ ଅଧିନାୟକ କରାଯାଇଛି। ତେବେ ନିଜର କ୍ୟାରିୟରେ ରିଙ୍କୁ ରାଜ୍ୟର ବରିଷ୍ଠ ଟିମ୍‌ର ଅଧୀନାୟକ ଦାୟିତ୍ୱ ତୁଲାଇବେ। ଟୁର୍ନାମେଣ୍ଟ ଶନିବାର ଡିସେମ୍ବର ୨୧ରୁ ଆରମ୍ଭ ହେବ। ଏହି ଦିନ ଜମ୍ମୁ କଶ୍ମୀରକୁ ଉତ୍ତରପ୍ରଦେଶ ଭେଟିବ।

ଅପରପକ୍ଷେ ରିଙ୍କୁଙ୍କୁ ଅଧିନାୟକ କରିବା ନିଷ୍ପତ୍ତି ଆଇପିଏଲ୍‌ରେ ମଧ୍ୟ ଦେଖିବାକୁ ମିଳିପାରେ। କାରଣ ଏବେ କୋଲକାତା ନାଇଟ୍‌ ରାଇଡର୍ସ ଏବେ ଅଧିନାୟକ କାହାକୁ କରିବ ତର୍ଜମା କରାଯାଉଛି। ଅକ୍ସନ ପୂର୍ବରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟରଙ୍କୁ ରିଲିଜ କରି ଦିଆଯାଇଥିଲା। ଦଳ ପାଖରେ ଏବେ ଭେଙ୍କଟେଶ ଆୟର ଏବଂ ଅଜିଙ୍କ୍ୟ ରାହାନେଙ୍କ ଭଳି ବିକଳ୍ପ ଅଛି। ହେଲେ ରିଙ୍କୁ ଯଦି ଟୁର୍ନାମେଣ୍ଟ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ମଧ୍ୟ ବଡ଼ ଦାବିଦାର ପାଲଟି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri