Posted inଜାତୀୟ

ସଂସଦରେ ‘ସମ୍ବିଧାନ’ ବିତର୍କ

ନୂଆଦିଲ୍ଲୀ,୧୪ା୧୨: କଂଗ୍ରେସ ସବୁବେଳେ ସମ୍ବିଧାନ ଅପେକ୍ଷା କ୍ଷମତାକୁ ବାଛିଆସିଛି। ଏପରି କି ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସ୍ବାୟତ୍ତତାକୁ ମଧ୍ୟ ବିରୋଧୀ ଦଳ ବରଦାସ୍ତ ନ କରି ସିଦ୍ଧାନ୍ତଗୁଡ଼ିକୁ ଧ୍ୱଂସ କରିବାକୁ ଉଦ୍ୟମ ଚଳାଇଆସିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସମାଲୋଚନା କରିଛନ୍ତି। ସମ୍ବିଧାନର ୭୫ ବର୍ଷ ଯାତ୍ରା ସମ୍ପର୍କରେ ଲୋକ ସଭାରେ ୨ ଦିନିଆ ବିତର୍କର ଆରମ୍ଭକରି ବରିଷ୍ଠ ଭାଜପା ସଦସ୍ୟ ରାଜନାଥ କହିଛନ୍ତି, କଂଗ୍ରେସ ସମ୍ବିଧାନକୁ ନିଜ ଅବଦାନ ବୋଲି ଦର୍ଶାଇବା ସହ ଏହାର ପ୍ରଣୟନରେ ଅନ୍ୟ ଅନେକ ନେତାଙ୍କ ଭୂମିକାକୁ ଅସ୍ବୀକାର କରିଛି। ଅନେକ ବିରୋଧୀ ନେତା ସମ୍ବିଧାନକୁ ପକେଟରେ ପୂରାଇ ଏହାର ସୁରକ୍ଷା ଉପରେ ଭାଷଣ ଦେଉଛନ୍ତି। ବାସ୍ତବରେ ସେମାନେ ସମ୍ବିଧାନକୁ ପକେଟରେ ପୂରାଇବା ପିଲାବେଳୁ ନିଜ ପରିବାରରୁ ଶିଖିଛନ୍ତି ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାଜନାଥ ତେରଛା ବାଣ ଛାଡ଼ିଛନ୍ତି। ଏହାର ଜବାବରେ ଓ୍ବାୟନାଡ୍‌ର କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମ୍ବିଧାନକୁ ବୁଝିପାରି ନାହାନ୍ତି। ସେ ସଂଘର ସମ୍ବିଧାନକୁ ମାନନ୍ତି। ନିର୍ବାଚିତ ହେବା ପରେ ନିଜ ଆଦ୍ୟ ଭାଷଣରେ ପ୍ରିୟଙ୍କା ଆହୁରି କହିଛନ୍ତି, ଲୋକ ସଭା ନିର୍ବାଚନର ଫଳ ଝଟ୍‌କା ଦେଇ ନ ଥିଲେ ଶାସକ ଦଳ ସମ୍ବିଧାନକୁ ବଦଳାଇବା ଆରମ୍ଭ କରିସାରନ୍ତାଣି। ଗତ ୧୦ ବର୍ଷ ମଧ୍ୟରେ ଭାଜପା ନେତୃତ୍ୱାଧୀନ ଏହି ସରକାର ନ୍ୟାୟ, ଏକତା ଓ ଅଭିବ୍ୟକ୍ତି ସ୍ବାଧୀନତାର ‘ସୁରକ୍ଷା କବଚ’କୁ ଭାଙ୍ଗିଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରିଛି। ପ୍ରିୟଙ୍କା ନିଜ ୩୨ ମିନିଟର ଭାଷଣରେ ଆଦାନୀ, ମଣିପୁର, ସମ୍ଭଲ ଓ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଦେଶରେ ସଂଖ୍ୟାଲଘୁ ମୁସଲିମ୍‌ଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରାଯାଉଛି। ସେମାନଙ୍କ ଅଧିକାର ଓ ସମ୍ପତ୍ତିକୁ ବ୍ୟବସ୍ଥିତ ରୂପେ ଛଡ଼ାଇ ନିଆଯାଉଛି। ଏଭଳି ସ୍ଥିତିରେ ଆମ ସମ୍ବିଧାନକୁ ପଛୁଆ, ଦଳିତ ଓ ଅଳ୍ପସଂଖ୍ୟକ(ପିଡିଏ)ଙ୍କ ଉନ୍ନତି ପରିବର୍ତ୍ତେ ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ଅଖିଳେଶ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri