Posted inଖେଳ

ଆରସିବି-କେକେଆର ଅଧିନାୟକକୁ ନେଇ ସ୍ପଷ୍ଟ ହେଲା ଚିତ୍ର, ଏହି ଖେଳାଳିଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ର ୧୮ ତମ ସିଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ତଥାପି, ଏପରି ଅନେକ ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଅଧିନାୟକ ଘୋଷଣା କରିନାହାଁନ୍ତି । ଏହି ତାଲିକାରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁଇ ଦଳର ଅଧିନାୟକଙ୍କ ବିଷୟରେ ଏକ ବଡ ଅପଡେଟ୍‌ ଆସିଛି।

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ କୋଲକାତା ନାଇଟ ରାଇଡର୍ସ ଆସନ୍ତା ସିଜନରେ ରିଙ୍କୁ ସିଂଙ୍କୁ ଅଧିନାୟକ କରିପାରେ। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ, ପରେ କେକେଆର ଅଧିନାୟକଙ୍କ ବିଷୟରେ କାହାଣୀ ବଦଳିଗଲା। ତା’ପରେ ଆଉ ଏକ ନୂଆ ଖବର ଆସିଲା କି ଏଥର ଅଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯିବ। ବର୍ତ୍ତମାନ ଏକ ନୂତନ ରିପୋର୍ଟରେ ଏକ ନୂତନ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଭେଙ୍କଟେଶ ଆୟର୍‌ ଆଇପିଏଲ ୨୦୨୫ ରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ହୋଇପାରନ୍ତି। ଏହି ଅଲରାଉଣ୍ଡରଙ୍କୁ କିଣିବା ପାଇଁ କେକେଆର୍‌ ନିଲାମରେ ବିପୁଳ ପରିମାଣର ଖର୍ଚ୍ଚ କରିଥିଲା । କେକେଆର୍‌ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ କିଣିଛି।

ଆରସିବି ନିଲାମ ପୂର୍ବରୁ ଫାଫ ଡୁ ପ୍ଲେସିସ ରିଲିଜ୍‌ କରିଥିଲା, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ବର୍ତ୍ତମାନ ଦଳ ଜଣେ ନୂଆ ଅଧିନାୟକଙ୍କ ସହ ଫିଲ୍ଡିଂ କରିବ। ତା’ପରେ କିଛି ଦିନ ପରେ ଖବର ଆସିଲା ଯେ ପୁଣି ଥରେ ବିରାଟ କୋହଲି ଆରସିବିର ଦାୟିତ୍ୱ ଗ୍ରହଣ କରିବେ। ତେବେ ବିରାଟ କିମ୍ବା ଫ୍ରାଞ୍ଚାଇଜ ଏ ବିଷୟରେ କିଛି କହି ନାହାଁନ୍ତି। ଏହି ସମୟରେ, ଅନ୍ୟ ଏକ ଖବର ଆସିଲା ଯେ ଏଥର ଆରସିବି ନିଲାମରେ କେ.ଏଲ ରାହୁଲଙ୍କୁ କିଣିବ ଏବଂ ତାଙ୍କୁ ଏହାର ଅଧିନାୟକ କରିବ। ଏହି ଦାବି ମଧ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ଏକ ନୂତନ ଅପଡେଟ୍‌ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ଆରସିବି ଯୁବ ଖେଳାଳି ରଜତ ପାଟିଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବ। ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ମଧ୍ୟପ୍ରଦେଶର ଅଧିନାୟକ ଅଛନ୍ତି ରଜତ ପାଟିଦାର।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri