ଗୁଗ୍‌ଲରେ ଟ୍ରମ୍ପଙ୍କୁ ସର୍ଚ୍ଚ କରିଛନ୍ତି ସର୍ବାଧିକ ଲୋକ, ଏହା ପରେ ରହିଛି ଏହି ବ୍ୟକ୍ତିଙ୍କ ନାମ…

ଓ୍ବାଶିଂଟନ, ୧୧।୧୨: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଚଳିତବର୍ଷ ଗୁଗ୍‌ଲରେ ସର୍ବାଧିକ ଲୋକ ସର୍ଚ୍ଚ କରିଛନ୍ତି। ଗୁଗ୍‌ଲର ‘ଇୟର ଇନ୍‌ ସର୍ଚ୍ଚ ୨୦୨୪’ ତାଲିକାର ବ୍ୟକ୍ତିତ୍ୱ ଶ୍ରେଣୀରେ ବିଶ୍ୱବ୍ୟାପୀ ସର୍ବାଧିକ ଲୋକ ଟ୍ରମ୍ପ୍‌ଙ୍କୁ ସର୍ଚ୍ଚ କରିଛନ୍ତି। ଓ୍ବେଲ୍ସ ଯୁବରାଣୀ କେଟ୍‌ ମିଡିଲଟନ୍‌ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ କେଟ୍‌ ସଫଳତାର ସହ କର୍କଟ ରୋଗ ସହ ଲଢ଼ିଥିବାବେଳେ ଟ୍ରମ୍ପ୍‌ ଏକ ନିର୍ବାଚନୀ ରାଲି ବେଳେ ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଥିଲେ। ତେଣୁ ଉଭୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ବିଶ୍ୱବ୍ୟାପୀ ଲୋକମାନେ ଗୁଗ୍‌ଲ ମାଧ୍ୟମରେ ଖୋଜିଥିବା ନେଇ ଅନୁମାନ କରାଯାଉଛି। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କଠାରୁ ପରାସ୍ତ ହୋଇଥିବା ଡେମୋକ୍ରାଟ୍‌ ପ୍ରାର୍ଥୀ କମଲା ହାରିସ୍‌ ଗୁଗଲର ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଆର୍ଜେଣ୍ଟିନାର ପ୍ରଫେସ୍‌ନାଲ ବକ୍ସର ଇମାନେ ଖଲିଫ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉକ୍ତ ତାଲିକାର ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ବିଶ୍ୱବ୍ୟାପୀ ଗୁଗଲ ଦ୍ୱାରା ଖୋଜା ଯାଇଥିବା ଶ୍ରେଷ୍ଠ ୧୦ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆମେରିକୀୟ ବକ୍ସର ମାଇକ୍‌ ଟାଇସନ୍‌, ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି ଜେଡି ଭାନ୍ସ, ସ୍ପେନ୍‌ର ଫୁଟ୍‌ବଲର ଲାର୍ମିନେ ୟମଲ, ଆମେରିକୀୟ ଜିମ୍ନାଷ୍ଟ ସିମନ ବାଇଲ୍ସ ଓ ଆମେରିକୀୟ ରାପର ସିନ୍‌ ଜନ୍‌ କମ୍ବସ୍‌ ମଧ୍ୟ ରହିଛନ୍ତି।
୨୦୨୪ ଟ୍ରମ୍ପ୍‌ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ସାବ୍ୟସ୍ତ ହୋଇଛି। କ୍ଷମତାକୁ ଫେରିବା ପାଇଁ ତାଙ୍କୁ ଆମେରିକୀୟ ଜନସାଧାରଣଙ୍କର ସମର୍ଥନ ମିଳିଛି। ଗତ ଜୁଲାଇରେ ପେନ୍‌ସିଲ୍‌ଭାନିଆସ୍ଥିତ ବଟ୍‌ଲରଠାରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଜଣେ ଆତତାୟୀ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଗୁଳିଟି ଟ୍ରମ୍ପ୍‌ଙ୍କ କାନରେ ବାଜିଥିଲା ଫଳରେ ତାଙ୍କ କାନରୁ ରକ୍ତସ୍ରାବ ଘଟିଥିଲା। ଆହତ ଅବସ୍ଥାରେ ସୁରକ୍ଷା କର୍ମୀମାନେ ଟ୍ରମ୍ପ୍‌ଙ୍କୁ ରାଲି ସ୍ଥଳରୁ ନେଇ ଯାଇଥିଲେ। ଉକ୍ତ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍‌ ଭାଇରାଲ ହୋଇଥିଲା। ଏହି ଆକ୍ରମଣ ପରେ ଗୁଗଲରେ ‘ଟ୍ରମ୍ପ୍‌ ଆସିନେଶନ ଆଟେମ୍ପ୍ଟ’ ସର୍ବାଧିକ ସର୍ଚ୍ଚ କରାଯାଇଥିବା ବାକ୍ୟାଂଶ ହୋଇଥିବା ନେଇ ଗୁଗଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ଗତ ମାର୍ଚ୍ଚରେ କ୍ୟାନ୍‌ସର ପୀଡ଼ିତ ଥିବା ପ୍ରଥମଥର ପାଇଁ ଘୋଷଣା କରିଥିଲେ। ଏହି ରୋଗ ସହ ଲଢ଼ିବା ପାଇଁ ସେ ପ୍ରତିଷେଧକ କେମୋଥେରାପି ନେଉଥିବା ଜଣାଇଥିଲେ। କ୍ୟାନ୍‌ସରରେ ପୀଡ଼ିତ ଥିବାରୁ ଚଳିତ ବର୍ଷ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବେଶି ଦେଖିବାକୁ ମିଳି ନ ଥିଲା। ତେବେ ତାଙ୍କ କେମୋଥେରାପି ଶେଷ ହୋଇଛି ଏବଂ ସେ କ୍ୟାନ୍‌ସର ମୁକ୍ତ ରହିବା ଉପରେ ଫୋକସ୍‌ କରୁଛନ୍ତି ବୋଲି କେଟ୍‌ ଗତ ସେପ୍ଟେମ୍ବରରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri