ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ଚାରୋଟି କମ୍ପାନୀ ମଧ୍ୟରେ ସିଇଏସୟୁ(ସେସୁ) ସର୍ବାଧିକ ୨,୬୫୧ କୋଟି ଟଙ୍କା ବକେୟା ରଖିଛି। ଯେତେବେଳେ କି ନେସ୍କୋ ଉପରେ ୯୫୧ କୋଟି, ୱେସ୍କୋ ଉପରେ ୧,୬୭୭ କୋଟି ଏବଂ ସାଉଥକୋ ଉପରେ ୧,୩୦୦ କୋଟି ଟଙ୍କା ବକେୟା ରହିଛି।

ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି। ଯାହା ବର୍ତମାନ ସେସୁ ପରିବର୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ୟ୍ୟ କରୁଛି।

ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ତଥ୍ୟ ଏଭଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବକେୟା ପ୍ରଦାନ ନକରିବା ଫଳରେ କମ୍ପାନୀ ଦ୍ୱାରା ଲାଇନ୍ କାଟିବା ପରେ ଲୋକମାନେ ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ ଟାଟା ପାୱାର ଓଡ଼ିଶାରେ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା। ଯାହା ପ୍ରାୟତଃ ବଢିଚାଲିଛି। ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ଆଶା ଶୁନ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri