Posted inଜାତୀୟ

ଲୋକ ସଭାରେ ଆସନକୁ ନେଇ INDIA ମେଣ୍ଟ-କଂଗ୍ରେସ ମଧ୍ୟରେ ଫାଟ: ସମସ୍ତେ ଚାହାନ୍ତି ‘୮ମ ଧାଡ଼ି’ରେ ସିଟ୍‌; କାରଣ…

ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍‌ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ୫ଥରର ଏମ୍‌ପି। ହେଲେ ତାଙ୍କୁ ୮ମ ଧାଡ଼ିରେ ଆସନ ମିଳିଛି। ହେଲେ ଗତ ଲୋକ ସଭାରେ ସେ ଦ୍ୱିତୀୟ ଧାଡ଼ିରେ ବସିଥିଲେ ବୋଲି କହିଛନ୍ତି।

ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ବାଚସ୍ପତି କହିଥିଲେ ଯେ, ସେ ନିଜର ଅଭିଯୋଗକୁ କିଛି ସମୟ ପାଇ ଏଡାଇ ଦିଅନ୍ତୁ। କୌଣସି ସଦସ୍ୟ ଗୃହରେ ପାର୍ଲାମେଣ୍ଟର କାର୍ଯ୍ୟାବସ୍ଥା ଉପରେ ପ୍ରଶ୍ନ ଉଠାଇବେ ନାହିଁ। ଯଦି କାହାକୁ କିଛି ସମସ୍ୟା ଅଥବା ଚିନ୍ତା ରହିଛି ତେବେ ଦୟାକରି ଗୃହ ନଚେତ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟକୁ ଆସନ୍ତୁ। ଏହି ପରମ୍ପରାର ପାଳନ କରାଯାଉ।
କେବଳ ରେଡ୍ଡି ନୁହନ୍ତି ଅନେକ ବରିଷ୍ଠ ଏମ୍‌ପି ଲୋକ ସଭାରେ ନୂଆ ଆସନ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସାର୍ବଜନିକ ଭାବେ ଏନେଇ ନ କହିଲେ ବି ଅନେକ କଂଗ୍ରେସ ଏମ୍‌ପି ଏଥିରେ କିଛି ତର୍କ ନାହିଁ ବୋଲି କହିଛନ୍ତି। ସେହିଭଳି ଇଣ୍ଡିଆ ମେଣ୍ଟରେ ସହଯୋଗୀ ଦଳକୁ ‘୮ମ ବ୍ଲକ’ରୁ ଦୂରରେ ରଖିବା ପଛରେ କଂଗ୍ରେସର ହାତ ଥିବା କୁହାଯାଉଛି।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ୮ମ ବ୍ଲକରେ ରହିଛି। ତାଙ୍କ ସହ କଂଗ୍ରେସ ମହାଚିବ ଏବଂ ଲୋକ ଲେଖା ସମିତି ମୁଖ୍ୟ କେସି ବେଣୁଗୋପାଳ, ଡିଏମ୍‌କେ ନେତା ଟିଆର୍‌ ବାଲୁ ଅଛନ୍ତି। ଏହି ବ୍ଲକରେ ଦ୍ୱିତୀୟ ଧାଡ଼ିରେ ଏକମାତ୍ର ଅଣ କଂଗ୍ରେସ ଏମ୍‌ପି ଭାବେ ଡିଏମ୍‌କେର ଏ ରାଜା ଅଛନ୍ତି। ଲୋକ ସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଏବଂ କଂଗ୍ରେସ ମୁଖ୍ୟ ସଚେତକ ସୁରେଶ କୋଡିକୁନ୍ନିଲ ଆଗାମୀ ବ୍ଲକ୍‌ର ଆଗ ଧାଡ଼ିରେ ବସିଛନ୍ତି।

ତେବେ ଆସନ ବଣ୍ଟାକୁ ନେଇ ଅସନ୍ତୋଷର ମୁଖ୍ୟ କାରଣ ହେଉଛି ଗୃହ ଚାଲିଥିବା ବେଳେ ସିଧା ପ୍ରସାରଣ ଲାଗି କ୍ୟାମେରାର ଫୋକସ୍‌। ଶାସକ ଦଳ ବ୍ୟତିତ କ୍ୟାମେରା ବିଶେଷତଃ ୮ମ ବ୍ଲକ ଉପରେ ଧ୍ୟାନ ଦେଇଥାଏ, ଯେଉଁଠାରେ ବିରୋଧୀ ଦଳ ନେତା ବସିଥାନ୍ତି। ଏହାକୁ ନେଇ ସିଧା ପ୍ରସାରଣ ସମୟରେ ନଜର ଆସିବା ନିର୍ବାଚିତ ଅଞ୍ଚଳରେ ତାଙ୍କ ପତିଆରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri