୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି

ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା ଚୋରା ଚାଲାରଣକୁ ଅବକାରୀ ପୋଲିସ ମାଫିଆଙ୍କ ଠାରୁ ମୋଟ ଅଙ୍କର ଟଙ୍କା ନେଇ ଏହାକୁ ପୋତ୍ସାହିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ଏକ ଜ୍ୱଳନ୍ତ ପ୍ରମାଣ ମିଳିଛି।

ନିକଟରେ ଲକ୍ଷାଧିକ ଟଙ୍କା ଏବଂ ଗଞ୍ଜେଈ ଧରିବା ପରେ ଏହାକୁ କେଶ ରୁଜୁ କରିବା ପରିବର୍ତ୍ତେ ଆତ୍ମସାତ ଘଟଣାରେ ପ୍ରାଥମିକ ରିପୋର୍ଟକୁ ଭିତିକରି ଅବକାରୀ କମିଶନର ବେଗୁନିଆ ଭାରପ୍ରାପ୍ତ ଅବକାରୀ ଅଧିକାରୀ ସ୍ଥିତା ପଣ୍ଡାଙ୍କୁ ଚାକିରିରୁ ନିଳମ୍ବନ କରିଛନ୍ତି। ଏଥିସହିତ ଦୁଇଜଣ ଏଏସଆଇ ବିରଞ୍ଚି ନାରାୟଣ ମହାନ୍ତି ଓ ମୀନକେତନ ମହାଳିକ ଏବଂ ଦୁଇ କନଷ୍ଟେବଲ ବିକାଶ କୁମାର ରାଉତ ଓ ମନୋଜ କୁମାର ଜୟସିଂଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଅବକାରୀ ଅଧ୍ୟକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି। ସଦର ରେଞ୍ଜର ରାଜେନ୍ଦ୍ର ଖେସଙ୍କୁ ବେଗୁନିଆରେ ଦାୟିତ୍ୱ ଦିଆଯାଇଛି।

ମିଳିଥିବା ସୂଚନା ପ୍ରକାରେ ଗତ ନଭେମ୍ବର ୨୧ ତାରିଖରେ ବୋଲଗଡ ବ୍ଲକ ଅଧୀନ ଉପଡା ବଜାର ସାହିରେ ଚଢଉ କରି ନିଜସ୍ଥିତ ଏସଆଇ ସ୍ଥିତା ପଣ୍ଡା ୮କେଜି ଗଞ୍ଜେଇ ସହ ଲକ୍ଷାଧିକ ଟଙ୍କା ଜବତ କରିଥିଲେ। ତେବେ ଏହାକୁ ସିଜର ଲିଷ୍ଟରେ ଦେଶାଇ ନଥିଲେ। ଏହି ଟଙ୍କାକୁ ଆତ୍ମସାତ କରାଯାଇଥିବା ନେଇ ଜନୈକ ବ୍ୟକ୍ତି ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି କମିଶନର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରାର୍ଥମିକ ତଦନ୍ତ ରିପୋର୍ଟକୁ ଭିତି କରି ଏସଆଇ ପଣ୍ଡାଙ୍କୁ ନିଳମ୍ବିତ କରିଥିବା ବେଳେ ଅନ୍ୟ ଦୁଇଜଣ ଏଏସଆଇ ଏବଂ ୨ କନଷ୍ଟେବଲଙ୍କୁ ଅନ୍ୟତ୍ର ବଦଳି କରିଥିବା ଏସପି ତ୍ରିପାଠୀ କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ବେଗୁନିଆ, ବୋଲଗଡରେ ପ୍ରଚୁର ପରିମାଣ ମଦ କାରବାର ସମେତ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ଚାଲିଛି । ତେବେ ଅସାଧୁ ଅବକାରୀ ପୋଲିସ ମାଫିଆ,ଚୋରାଚାଲାଣଙ୍କ କାରୀଙ୍କ ସହ ହାତ ମିଳାଇ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ ଦେଇ ଆସୁଥିବା ବେଳେ ଏହି ଘଟଣା ଧରାପଡିବା ପରେ ଅବକାରୀ ପୋଲିସର ସ୍ବଚ୍ଛତା, ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ଅଧିକ ତଦନ୍ତ କରାଗଲେ, ବହୁ ଗୁମର ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ କୁହାଯାଉଛି । ଗୋଟିଏ ପଟେ ନିଶା କାରବାରକୁ ରୋକିବା ପାଇଁ ଅବକାରୀ ଏବଂ ପୋଲିସ ଡିଣ୍ଡିମ ପିଟୁଥିବା ବେଳେ କିଭଳି ମୋଟା ଅଙ୍କର ଲାଞ୍ଚ ନେଇ ଏହାକୁ ପ୍ରୋତ୍ସାହନ ଦେଉଥବା ସାଧାରଣରେ ଚର୍ଚ୍ଚା ହେଉଛି। ଫଳରେ ଅବକାରୀ ପୋଲିସ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri