ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…

ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବିଶେଷକରି ରାଜଧାନୀ ଢାକା ଏବଂ ସଲଗ୍ନ ଶାହାବାଗ ଅଞ୍ଚଳରେ ଲୋକେ ଚିନ୍ମୟଙ୍କ ମୁକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ମୁତାବକ, ଚିନ୍ମୟ ଦାସ ରାଜଧାନୀ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନ ସାଢ଼େ ୩ଟାରେ ପହଞ୍ଚିଥିଲେ। ସେ ଚଟ୍ଟାଗ୍ରାମ ଯାଉଥିଲେ। ତେବେ ସେହି ସମୟରେ ତାଙ୍କୁ ସାଧା ପୋଷାକ ପିନ୍ଧା କିଛି ଲୋକ ନିଜକୁ ଗୁଇନ୍ଦା ବିଭାଗର ସଦସ୍ୟ ବୋଲି କହି ବିମାନବନ୍ଦରରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ।
ଚିନ୍ମୟ ଦାସଙ୍କ ଉପରେ ଅଭିଯୋଗ କ’ଣ?
ଢାକା ପୋଲିସ କହିଛି ଯେ ଚିନ୍ମୟଙ୍କ ଗିରଫଦାରୀ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଆଧାରରେ ହୋଇଛି। ତାଙ୍କ ବିରୋଧରେ ବାଂଲାଦେଶର ରାଷ୍ଟ୍ରୀୟ ପତାକାକୁ ଅପମାନିତ କରିବା ଅଭିଯୋଗ ହୋଇଛି। ପୂର୍ବତନ ବିଏନ୍‌ପି ନେତା ଫିରୋଜ ଖାନ୍‌ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି।
ଚିନ୍ମୟ ଦାସ କିଏ? କାହିଁକି ଚର୍ଚ୍ଚାରେ…
ଚିନ୍ମୟ ଦାସ ଚଟ୍ଟଗ୍ରାମ(ବାଂଲାଦେଶର ଦ୍ୱିତୀୟ ସର୍ବବୃହତ ସହର)ରେ ଚାଲୁଥିବା ପୁଣ୍ଡରିକ ଧାମର ମୁଖ୍ୟ ଅଟନ୍ତି। ହିନ୍ଦୁ ସମୁଦାୟର ପ୍ରମୁଖ ଚେହେରା ଦାସ ଇସ୍କନର ମୁଖପାତ୍ର ଭାବେ ଜଣାଶୁଣା। ତାଙ୍କ ଅନୁଗାମୀ ସାରା ଦେଶରେ ଅଛନ୍ତି। ପୁଣ୍ଡରିକଧାମ ମଧ୍ୟ ବାଲାଂଦେଶ ଇସ୍କନର ଅଂଶ ଅଟେ।
ଦାସ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାରକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି। ଶେଖ ହସିନା ସରକାର ଯିବା ପରଠାରୁ ସେ ହିନ୍ଦୁ ତଥା ଅନ୍ୟାନ୍ୟ  ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଦୃଢ଼ ନିନ୍ଦା କରିଛନ୍ତି।
ଗତ ମାସରେ, ଏକ ଖବରଦାତା ସମ୍ମିଳନୀରେ ଦାସ ସାମ୍ପ୍ରଦାୟିକ ସୌହାର୍ଦ୍ଦ ସ୍ଥାପନ ଲାଗି ଜମାତ-ଏ-ଇସଲାମୀ ବାଲାଂଦେଶ ସମେତ ଅନ୍ୟ ରାଜନୈତିକ ଦଳର ସମର୍ଥନକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଏନ୍‌ପି ଭଳି ଦଳ ସହ ବୈଠକ ମଧ୍ୟ କରିଛନ୍ତି।
କହିରଖୁଛୁ, ବାଂଲାଦେଶର ଜନସଂଖ୍ୟାର ପ୍ରାୟ ୮% ହେଉଛନ୍ତି ହିନ୍ଦୁ। ଯେଉଁ ଇସ୍କନ ସହ ଚିନ୍ମୟଙ୍କ ସାମଞ୍ଜସ୍ୟ ରହିଛି, ତାର ବାଂଲାଦେଶରେ ୭୭ରୁ ଅଧିକ ମନ୍ଦିର ରହିଛି। ଏହି ସଂସ୍ଥା ସହ ପ୍ରାୟ ୫୦ ହଜାର ଲୋକ ଜଡ଼ିତ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri