Posted inଖେଳ

ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !

ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍‌ ରାହୁଲ ଦମଦାର ଅର୍ଦ୍ଧଶତକ ବଳରେ ଦଳର ସ୍କୋର ଆଗେଇ ଚାଲିଥିଲା। ଏସବୁ ମଧ୍ୟରେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଲୟକୁ ଫେରିଥିଲେ। ଶତକୀୟ ଇନିଂସରେ ସେ ଏଭଳି ଏକ ଶର୍ଟ ଖେଳିଥିଲେ ଯାହା ଚର୍ଚ୍ଚାରେ ରହିଛି। ଏହାଦ୍ୱାରା ବାଉଣ୍ଡ୍ରି ପାଖରେ ବସିଥିବା ସୁରକ୍ଷା କର୍ମୀ ଆହତ ହୋଇଥିଲେ।
ମ୍ୟାଚ୍‌ର ତୃତୀୟ ଦିନ କୋହଲି ମଇଦାନକୁ ଓହ୍ଲାଇଥିଲେ। ପ୍ରଥମ ଇନିଂସରେ ୫ ରନ୍‌ କରି ଆଉଟ୍‌ ହୋଇଥିବା କୋହଲି ଭଲ ଶର୍ଟ ଖେଳିଥିଲେ। ଦ୍ରୁତ ବୋଲର ମାଇକେଲ ଷ୍ଟାର୍କଙ୍କ ଏକ ଶର୍ଟ ପିଚ୍‌ ବଲ୍‌କୁ ସେ ଅପର୍‌ କଟ୍‌ ଖେଳିଥିଲେ। ବଲ୍‌ଟି ସିଧା ଯାଇ ଥାର୍ଡ ମ୍ୟାନ୍‌ ବାଉଣ୍ଡ୍ରି ବାହାରେ ୬ ରନ୍‌ ଯାଏ ଯାଇଥିଲା। ହେଲେ ଏହି ସମୟରେ ଏକ ଦୁର୍ଘଟଣା ଘଟିଥିଲା।
ବାଉଣ୍ଡ୍ରି ନିକଟରେ ସୁରକ୍ଷାକର୍ମୀ ବସିଥିବା ବେଳେ ବଲ୍‌ଟି ସିଧା ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା। ଏହି ଦୃଶ୍ୟ ଦେଖି ସମସ୍ତେ ଡରି ଯାଇଥିଲେ। ବିରାଟ ମଧ୍ୟ ଚିନ୍ତାରେ ପଡ଼ିଥିଲେ। ତୁରନ୍ତ ମେଡିକାଲ ଟିମ୍‌ ସେଠାରେ ପହଞ୍ଚି ତାଙ୍କ ଯାଞ୍ଚ କରିଥିଲେ। ବାଉଣ୍ଡ୍ରି କୁଶନ୍‌ରେ ବାଜି ବଲ୍‌ ଧୀର ହୋଇଯାଇଥିବା ଯୋଗୁ ମୁଣ୍ଡରେ ଅଧିକ ଆଘାତ ଲାଗି ନ ଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri