ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ

କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍‌ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୁରେଶ ୱାଡେକର ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ବିଭିନ୍ନ ଗୀତର ଜଲଓ୍ବା ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏ ଜିନ୍ଦଗି ଗଲେ ଲଗାଲେ ଗୀତରୁ ସୁରେଶ ସଙ୍ଗୀତ ଆରମ୍ଭ କରିଥିଲେ। ଏହା ପରେ ଦୁନିଆ ହେ ଦିଲ୍‌ ୱାଲୋ କି, ରାମ ତେରି ଗଙ୍ଗା ମେଲି ହୋ ଗୟୀ, ତୁମ୍‌ ସେ ମିଲ୍‌କେ ଭଳି ହିନ୍ଦୀ ଗୀତ ପରିବେଷଣ କରିଥିଲେ। ଏଥିସହ ମା’ ତୁମେ ମମତାର ସୀମାହୀନ ସାଗର, ଶୋଇଯା ମାମା, ସିନ୍ଦୂର ମଥା ମରେ ତୋର ଭଳି ଓଡ଼ିଆ ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ।

ସେହିପରି ସୁରେଶ ଓଲିଉଡ୍‌ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କ ସହ ଅନେକ ସଙ୍ଗୀତ ପରିବେଷଣ କରିଥିଲେ। ଶୀତୁଆ ସନ୍ଧ୍ୟାରେ ମଞ୍ଚ ନିକଟରେ ଉପସ୍ଥିତ ଦର୍ଶକ ଉଭୟଙ୍କ ଗୀତରେ ଝୁମିଥିଲେ। ଅପରପକ୍ଷରେ ସ୍ଲୋଭାକିଆ ରାଷ୍ଟ୍ରର ଆଇସିସିଆର ଗ୍ରୁପର୍‌ କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଶାସ୍ତ୍ରମ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ରାଜସ୍ଥାନୀ ନୃତ୍ୟ, ଜ୍ୟାକ୍‌ସନ୍‌ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅପରପକ୍ଷରେ ବାଲିଯାତ୍ରା ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ବିଘ୍ନନ ବ୍ୟାଣ୍ଡ୍‌ ପକ୍ଷରୁ ଗୀତା ପରିବେଷଣ କରାଯାଇଥିଲା। ପରେ ଜଗତ୍‌ସିଂହପୁର ନୃତ୍ୟଧ୍ୱନି ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଅଭିନୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ବିନୋଦ ବିହାରୀ କଳା ପରିଷଦ ପକ୍ଷରୁ ଗୀତିନାଟ୍ୟ, ଇଜେଡ୍‌ସିସି ପକ୍ଷରୁ ଡୋଗରୀ ନୃତ୍ୟ, ପୁରୀର ପ୍ରଶାନ୍ତି ନୃତ୍ୟ ସଙ୍ଗୀତ ପରିଷଦ ପକ୍ଷରୁ ମାହାରୀ ନୃତ୍ୟ ପରିବେଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri