ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା କରବା ପାଇଁ ଏହାକୁ ଡିଜାଇନ୍‌ କରାଯାଇଛି। ଏହାକୁ ଚାପରେ ରଖାଯାଇଥାଏ ଏବଂ ମହାକାଶଚାରୀମାନଙ୍କର ଆବଶ୍ୟକ ଜଳ, ଖାଦ୍ୟ ଓ ଅମ୍ଳଜାନକୁ ପୃଥିବୀରୁ ନିୟମିତ ବ୍ୟବଧାନରେ ପଠାଯାଏ।
ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାଇ ବିଭିନ୍ନ ପରୀକ୍ଷା କରି ଅଳ୍ପ ଦିନ ପରେ ମହାକାଶଚାରୀମାନେ ପୃଥିବୀକୁ ଫେରି ଆସୁଥିଲେ। ମହାକାଶରେ ଏକ ପରୀକ୍ଷାଗାର ସ୍ଥାପନ କରି ସେଠାରେ ନିରନ୍ତର ପରୀକ୍ଷା ଓ ଗବେଷଣା କରିବା ପାଇଁ ଉଭୟ ସୋଭିଏତ ରୁଷ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଚେଷ୍ଟା କଲେ। କିନ୍ତୁ ରୁଷ୍‌ ୧୮୭୧ ଏପ୍ରିଲ ୧୯ ତାରିଖରେ ପ୍ରଥମ ଅନ୍ତରୀକ୍ଷ କେନ୍ଦ୍ର ‘ସାଲ୍ୟୁଟ-୧’କୁ ଉତ୍‌କ୍ଷେପଣ କରିଥିଲା। ଏଥିରେ ଗୋଟିଏ ପର୍ଯ୍ୟବେକ୍ଷଣାଗାର ଥିଲା। ସାଲ୍ୟୁଟ-୧ର ଓଜନ ୧୮୪୨୫ କିଗ୍ରା ଏବଂ ଦୈର୍ଘ୍ୟ ଓ ବ୍ୟାସ ଯଥାକ୍ରମେ ୧୫.୮ ମିଟର ଏବଂ ୪.୫ ମିଟର ଥିଲା। ଏହା ପାଖକୁ ମାତ୍ର ଦୁଇଥର ମହାକାଶଚାରୀ ଯାଇଥିଲେ। ପ୍ରଥମ ଥର ତିନି ଜଣ ଯାଇଥିଲେ ମାତ୍ର ଡିଜାଇନ୍‌ରେ ତ୍ରୁଟି ଥିବାରୁ ସେମାନଙ୍କର ଯାନ କେନ୍ଦ୍ର ସହିତ ସଂଯୋଗ ହୋଇପାରିଲା ନାହିଁ। ଏଥିପାଇଁ ସେମାନେ ଫେରି ଆସିଲେ। ତ୍ରୁଟି ସୁଧାରିବା ପରେ ଅନ୍ୟ ତିନି ଜଣ ମହାକାଶଚାରୀ ସେଠାରେ ୨୩ ଦିନ ରହି ଫେରିଥିଲେ। ମାତ୍ର ଦୁଃଖର ବିଷୟ ଯେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ଗୋଟିଏ ଭାଲ୍‌ବ ଠିକ୍‌ ଭାବେ କାମ ନ କରିବାରୁ ତିନି ଜଣ ମହାକାଶଚାରୀ ତା’ ଭିତରେ ମୃତ୍ୟୁବରଣ କରିଥିଲେ। ଏହାପରେ ରୁଷ୍‌ ୧୯୭୪ ଏବଂ ୧୯୮୨ ମସିହା ମଧ୍ୟରେ ଆଉ ଛଅଟି ଅନ୍ତରୀକ୍ଷ କେନ୍ଦ୍ର ପଠାଇଥିଲା। ସାଲ୍ୟୁଟ-୬ ଏବଂ ସାଲ୍ୟୁଟ-୭ରେ ମହାକାଶଚାରୀମାନେ ତିନି ମାସରୁ ଅଧିକ ସମୟ ଥିଲେ।
ଯୁକ୍ତରାଷ୍ଟ ଆମେରିକାର ପ୍ରଥମ ଅନ୍ତରୀକ୍ଷ କେନ୍ଦ୍ର ଥିଲା ସ୍କାଏଲାବ। ଏହାକୁ ୧୯୭୩ରେ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ଓଜନ ୯୧ ଟନ୍‌ ଥିଲା ଏବଂ ଆପୋଲୋ ଯାନ ସାହାଯ୍ୟରେ ଖାଦ୍ୟ ଓ ମହାକାଶଚାରୀମାନେ ଏଠାକୁ ଆସୁଥିଲେ। ଏଠାକୁ ତିନି ଥର ମହାକାଶଚାରୀମାନେ ଯାଇଥିଲେ ଏବଂ ପ୍ରତ୍ୟେକ ଥରରେ ତିନି ଜଣ ମହାକାଶଚାରୀ ଥିଲେ। ଏହା ୧୯୭୯ ମସିହାରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଧ୍ୱଂସ ହୋଇଯାଇଥିଲା।
ସୋଭିଏତ ରୁଷ୍‌ ୧୯୮୬ ମସିହାରେ ମିର୍‌ ଅନ୍ତରୀକ୍ଷ କେନ୍ଦ୍ରକୁ ଉତକ୍ଷେପଣ କରିଥିଲା। ଏଠାରେ ମହାକାଶଚାରୀମାନେ ଏକ ବର୍ଷରୁ ଅଧିକ ସମୟ ରହିଥିଲେ। ୧୯୯୧ ମସିହାରେ ସୋଭିଏତ୍‌ ରୁଷ ଭାଗ ହୋଇଯିବା ପରେ ଏହା ରୁଷିଆ ନିୟନ୍ତ୍ରଣକୁ ଆସିଲା। ମାତ୍ର ଏଥିପାଇଁ ଆବଶ୍ୟକ ଅର୍ଥାଭାବ ଦେଖାଦେବାରୁ ଏହାକୁ ଆମେରିକା ବ୍ୟବହାର କରିବା ପାଇଁ ଅନୁମତି ଦିଆଗଲା। ଉଭୟ ଦେଶର ମିଳିତ ଅଭିଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ପ୍ରେରଣା ଦେଲା। ଏଥିରେ କିଛି ତ୍ରୁଟି ଦେଖାଯିବା ପରେ ଏହାକୁ ୨୦୦୧ ମସିହାରେ ପୃଥିବୀର ବାୟୁମଣ୍ଡଳକୁ ଖସାଇ ଧ୍ୱଂସ କରିଦିଆଗଲା।
ଏବେ ୨୫ ଦେଶର ମିଳିତ ଉଦ୍ୟୋଗରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କାର୍ଯ୍ୟ କରୁଛି। ଅବଶ୍ୟ ଏଥିମଧ୍ୟରେ ଭାରତ ନାହିଁ। ଏଥିପାଇଁ ୧୫୦୦୦ କୋଟି ଡଲାର ଖର୍ଚ୍ଚ ହୋଇଛି। ୧୯୯୮ ମସିହାରେ ଏହାର ପ୍ରଥମ ମଡ୍ୟୁଲକୁ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ୨୦୦୦ ମସିହାରୁ ଏଠାରେ ମହାକାଶଚାରୀମାନେ ଅନବରତ ରହି ଗବେଷଣା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶରୁ ୨୮୬ ଜଣ ବ୍ୟକ୍ତି ଏଠାକୁ ଯାଇଛନ୍ତି। ଏହା ୨୦୩୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଯୋଜନା କରାଯାଇଛି।
ଚାଇନା ୨୦୨୧ ମସିହାରେ ନିଜର ମହାକାଶ କେନ୍ଦ୍ର ‘ତିଆଙ୍ଗୋଙ୍ଗ’କୁ ମହାକାଶକୁ ଉତ୍‌କ୍ଷେପଣ କରିଛି ଏବଂ ୨୦୨୨ ମସିହା ଅକ୍ଟୋବରରେ ଏହାକୁ ପ୍ରଥମ ମହାକାଶଚାରୀ ଯାଇ ରହିଛନ୍ତି। ଏହିପରି ବର୍ତ୍ତମାନ କେବଳ ଦୁଇଟି ଅନ୍ତରୀକ୍ଷ କେନ୍ଦ୍ର-ଅନ୍ତରୀକ୍ଷ ମହାକାଶ କେନ୍ଦ୍ର ଏବଂ ତିଆଙ୍ଗୋଙ୍ଗ କାର୍ଯ୍ୟରତ ଅଛି।
ଆମ ଦେଶ ଭାରତ ମହାକାଶ ଅଭିଯାନରେ ଅନେକ କୃତିତ୍ୱ ହାସଲ କରିଛି। ଚନ୍ଦ୍ରପୃଷ୍ଠରେ ଯାନ ଅବତରଣ, ମଙ୍ଗଳ କକ୍ଷରେ ମହାକାଶ ଯାନ ଏବଂ ସୂର୍ଯ୍ୟ ସନ୍ଧାନରେ ମହାକାଶ ଯାନ ପ୍ରେରଣ ହେଉଛି ଏହାର କେତେଗୁଡିଏ କୃତୀ। ଭାରତ ୨୦୨୫ ମସିହାରେ ଗଗନଯାନରେ ମହାକାଶକୁ ନିଜର ମହାକାଶଚାରୀ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ପରିପ୍ରେକ୍ଷୀରେ ଭାରତ ନିଜର ଗୋଟିଏ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଯୋଜନା କରିଛି। କେନ୍ଦ୍ର ସରକାର ଏହି ବର୍ଷ ସେପ୍ଟେମ୍ବରରେ ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ନାମ ରଖାଯାଇଛି ‘ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର’। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହାକୁ ଗଗନଯାନ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିବେଚନା କରୁଛି। ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ରକୁ ୨୦୩୫ ମସିହା ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଇସ୍ରୋ ଘୋଷଣା କରିଛି। ଏହାର ପ୍ରଥମ ମଡ୍ୟୁଲକୁ ୨୦୨୮ ସୁଦ୍ଧା ପଠାଯିବ। ଏହାର ଓଜନ ୫୨ ଟନ୍‌ ହେବ ଏବଂ ଏହାକୁ ଭୂପୃଷ୍ଠରୁ ୪୦୦ରୁ ୪୫୦ କିମି ଉଚ୍ଚତା ମଧ୍ୟରେ ଅବସ୍ଥାପିତ କରାଯିବ। ପାଞ୍ଚଟି ମଡ୍ୟୁଲରେ ଏହି କେନ୍ଦ୍ର ନିର୍ମିତ ହେବ ଏବଂ ଏହାର ମୋଟ ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୨୭ ମିଟର ଏବଂ ୨୦ ମିଟର ରହିବ। ଏହା ମଧ୍ୟରେ ଚାରି ଜଣ ମହାକାଶଚାରୀ ଏକାଦିକ୍ରମେ ୩-୪ ମାସ ପର୍ଯ୍ୟନ୍ତ ରହି ଗବେଷଣା କରିପାରିବା ଭଳି ଏହାକୁ ଡିଜାଇନ୍‌ କରାଯାଇଛି। ସୌର ଫଳକ ସାହାଯ୍ୟରେ ଏହା ଆବଶ୍ୟକ ଶକ୍ତି ପାଇବ।
ଆଶାକରାଯାଉଛି, ଉଲ୍ଲେଖନୀୟ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ସହାୟତା କରିବ। ଅତିକମ ମାଧ୍ୟାକର୍ଷଣରେ ଗବେଷଣା କରି ଭାରତୀୟ ମହାକାଶଚାରୀମାନେ ସଫଳତା ଲାଭ କରିବାର ଅନେକ ସମ୍ଭାବନା ରହିଛି। ଏହି କେନ୍ଦ୍ର ଇସ୍ରୋ ଖ୍ୟାତିକୁ ଆହୁରି ବୃଦ୍ଧି କରିବ।

ଇଂ. ମାୟାଧର ସ୍ବାଇଁ
-ଲକ୍ଷ୍ମୀବିହାର ଫେଜ୍‌-୧,
ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri