ଗୀତ ଅଧାରୁ ଷ୍ଟେଜ୍‌ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା

କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ କରିବାବେଳକୁ ପୋଲିସ ପ୍ରଶାସନ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲା।
ଅସୀମା ଗୀତ ଗାଇବା ଆରମ୍ଭ କରିବାବେଳେ ସେଠାରେ ଉପସ୍ଥିତ ଥିବା ଅତିରିକ୍ତ ଜିଲାପାଳ ଶିବ ଟୋପୋଙ୍କୁ ପୋଲିସ ଅଧିକାରୀ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲେ। ଏହାର ପ୍ରାୟ ୧୦ ମିନିଟ୍‌ ମଧ୍ୟରେ ପୋଲିସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ଏହାପରେ ଅସୀମା ମଞ୍ଚରୁ ପଳାଇ ଯାଇଥିଲେ। ତାଙ୍କ ଗୀତ ଶୁଣିବାକୁ ଅପେକ୍ଷା କରିଥିବା ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଥମ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଅନୁପ ଜଲୋଟା ବିଳମ୍ବରେ ପହଞ୍ଚି ୫ଟି ଗୀତ କାଇଥିଲେ। ଏହାପରେ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଜିଲା ପ୍ରଶାସନ ଠିକ୍‌ ଭାବେ ସମୟ ନିର୍ଦ୍ଧାରଣ ନ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଅତିରିକ୍ତ ଜିଲାପାଳ ଶିବ କହିଛନ୍ତି, ଜିଲାପାଳଙ୍କ ସହ ଏହି ବିଷୟରେ ଆଲୋଚନା କରିବାରୁ ସେ ପୋଲିସ ପ୍ରଶାସନକୁ ଅଧିକ ୧୫ ମିନିଟ୍‌ ସମୟ ମାଗିଥିଲେ। ସମୟ ବିଳମ୍ବ ହେବାରୁ କାର୍ଯ୍ୟକ୍ରମକୁ ପୋଲିସ ବନ୍ଦ କରିଥିବା ଶିବ କହିଛନ୍ତି। ଏହା ପୂର୍ବରୁ ଉକ୍ତ ମଞ୍ଚରେ ଥାଇଲାଣ୍ଡ ସାଂସ୍କୃତିକ ଗ୍ରୁପ ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି କଟକର ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ପାରମ୍ପରିକ ନୃତ୍ୟ, କଟକେଶ୍ୱର ସଙ୍ଗୀତ ମୋର୍ଚ୍ଚନା ପକ୍ଷରୁ ଭଜନ, କଟକ ସଂସ୍କୃତି ବିହାର ପକ୍ଷରୁ ଗୀତିନାଟ୍ୟ, କଟକର ଡାଏନା ଡ୍ୟାନ୍ସ ସ୍କୁଲ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ନୃତ୍ୟାଙ୍ଗନା ଫାଉଣ୍ଡେସନ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଆସାମର କଳାକାରଙ୍କ ପକ୍ଷରୁ ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା।
ଅପରପକ୍ଷରେ ବାଲିଯାତ୍ରା ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଲିଉଡ୍‌ କଣ୍ଠଶିଳ୍ପୀ ତାନ୍‌ସେନ୍‌ ସିଂ, ମାନସ ପ୍ରିତମ ଓ ଭାଗ୍ୟଶ୍ରୀ ଯାଜ୍ଞସେନୀ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିଥିଲେ। ଏହା ଦର୍ଶକଙ୍କ ମନକୁ ଛୁଇଁଥିଲା। ସେହିପରି କଟକର ନବକଳିକା ପକ୍ଷରୁ ସଙ୍ଗୀତ ପରିବେଷଣ, କଟକର ମହିଳା ପତଞ୍ଜଳି ଯୋଗ ଶିବିର ପକ୍ଷରୁ ଯୋଗନୃତ୍ୟ, ନଟରାଜ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ବାରମାସୀ ନେପାଳୀ ନୃତ୍ୟ, କୋଲକାତା ଧୃପଦୀ କଳାକେନ୍ଦ୍ର ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହ ଭୁବନେଶ୍ୱରର ଆନନ୍ଦିତା ଦାସ ଆଣ୍ଡ୍‌ ଟ୍ରୁପ୍‌ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତ, କଟକର ନାଟ୍ୟ ମନ୍ଦିର ଓ ତ୍ରିଶକ୍ତି ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ, ଛତିଶଗଡ଼ର ଲୋକ ଶ୍ରୀନଗର ଭାରତୀ ପକ୍ଷରୁ ଗେଢ଼ି ଲୋକନୃତ୍ୟ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri