ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର ଉତ୍ସବ ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ବିପକ୍ଷରେ କୋର୍ଟରେ ଚାଲୁଥିବା ମାମଲାଗୁଡ଼ିକ ଆଗାମୀ ଦିନରେ ଅଡ଼ୁଆ ବଢ଼ାଇପାରେ। ତେବେ କ’ଣ ଏହା ରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରଭାବ ପକାଇପାରେ? ନିଶ୍ଚିତ ଭାବେ ଟ୍ରମ୍ପଙ୍କ ସମର୍ଥକଙ୍କ ମଧ୍ୟରେ ମାମଲାର ନିଷ୍ପତ୍ତି କ’ଣ ଆସିବ ସେନେଇ ଚିନ୍ତା ବଢ଼ିଛି।
ଅପରପକ୍ଷେ ନିର୍ବାଚନରେ ପରାଜିତ ହୋଇଥିବା କମଲା ହାରିସ ଏସବୁ ମାମଲାରେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ହେଲେ କୋର୍ଟର ରାୟ ଟ୍ରମ୍ପଙ୍କ ହ୍ବାଇଟ୍‌ ହାଉସ୍‌ ଯିବା ରାସ୍ତାରେ କଣ୍ଟା ପାଲଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
କହିରଖୁଛୁ, ଟ୍ରମ୍ପଙ୍କ ବିରୋଓରେ ୪ ଅପରାଧିକ ମାମଲା ଚାଲୁଛି। ଏଥିରୁ ୨ଟି କେନ୍ଦ୍ରୀୟ ମାମଲା ହୋଇଥିବା ବେଳେ ୨ ଟି ରାଜ୍ୟ ସହ ଜଡ଼ିତ। କେନ୍ଦ୍ରୀୟ ମାମଲାରେ ପ୍ରଥମ ମାମଲା ଜାନୁଆରୀ ୬ର, ଯେଉଁଥିରେ ତାଙ୍କ ସମର୍ଥକମାନେ କ୍ୟାପିଟାଲ୍‌ ହିଲ ଉପରେ ଆକ୍ରମଣ କରିଥିଲା। ସେତେବେଳେ ଟ୍ରମ୍ପଙ୍କ ସମର୍ଥକ ୨୦୨୦ ନିର୍ବାଚନର ଫଳାଫଳକୁ ଗ୍ରହଣ କରିବାକୁ ଅରାଜି ହୋଇଥିଲେ।  ଦ୍ୱିତୀୟ ମାମଲା କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ସହ ଜଡ଼ିତ। ଏହି ମାମଲାରେ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହେଉଛି ଯେ ସେ ହ୍ବାଇଟ୍‌ ହାଉସ୍‌ରୁ କିଛି ସରକାରୀ କାଗଜପତ୍ର ଫ୍ଲୋରିଡାରେ ଥିବା ନିଜର ବ୍ୟକ୍ତିଗତ ଘରକୁ ନେଇଯାଇଥିଲେ।ସେହିଭଳି ରାଜ୍ୟର ଦୁଇ ମାମଲା ମଧ୍ୟରୁ ଗୋଟିଏ ଚୁପ୍‌ ରହିବା ପାଇଁ ଟଙ୍କା ଦେଇଥିବା ସହ ଜଡ଼ିତ। ଦ୍ୱିତୀୟଟି ୨୦୨୦ ନିର୍ବାଚନ ଫଳାଫଳକୁ ପାଲଟାଇବାକୁ ଚେଷ୍ଟା କରିବା ନେଇ ରୁଜୁ ହୋଇଛି।
କ’ଣ କୁହେ ଆମେରିକାର ସମ୍ବିଧାନ?
ଆମେରିକାର ସମ୍ବିଧାନ କହୁଛି ଯେ କେନ୍ଦ୍ର ଏବଂ ରାଜ୍ୟର ମାମଲାରେ ଭିନ୍ନ ଭିନ୍ନ ନିୟମ ଲାଗୁ ହୋଇଥାଏ। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ତାଙ୍କ ନିକଟରେ କେନ୍ଦ୍ରୀୟ ମାମଲାରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅଧିକ ଦଖଲ ଦେବାର ଶକ୍ତି ରହିବ। ଏଣୁ ଏଭଳି ମାମଲା ଶେଷ ହୋଇପାରେ। ହେଲେ ରାଜ୍ୟ ମାମଲାରେ କାର୍ଯ୍ୟାନୁଷ୍ଠାନକୁ ରୋକି ଦିଆଗଲେ ଏହି ମାମଲା ଦୀର୍ଘଦିନ ଯାଏ ଆଗକୁ ବଢ଼ିଯାଏ। ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିକଟରେ ଆମେରିକାରେ ସଂଗଠିତ ମାମଲାରେ କ୍ଷମା ଦେବାର ଅଧିକାର ରହିଛି।  ଅର୍ଥାତ ଏସବୁ ମାମଲାରେ ଟ୍ରମ୍ପ ନିଜକୁ କ୍ଷମା ଦେଇପାରନ୍ତି। ଆମେରିକାରେ ଏଯାବତ କୌଣସି ରାଷ୍ଟ୍ରପତି ଏଭଳି କରି ନ ଥିବା ବେଳେ ଯଦି ଟ୍ରମ୍ପ ତାହା କରନ୍ତି ତେବେ ଏହା ତାଙ୍କ ଲାଗି ଆଇନଗତ ଚ୍ୟାଲେଞ୍ଜ ପାଲଟିବ।
ତେବେ ଚଳିତ ବର୍ଷ ମେ’ ମାସରେ ଟ୍ରମ୍ପ ଏକ ସେକ୍ସ ସ୍କ୍ୟାଣ୍ଡଲକୁ ଲୁଚାଇବା ପାଇଁ ରେକର୍ଡରେ ବଦଳାଇବା
ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ନଭେମ୍ବର ୨୬ରେ କୋର୍ଟ ଦଣ୍ଡ ଶୁଣାଇବ। ହେଲେ ତାଙ୍କ ଓକିଲ ଏହାକୁ ଘୁଞ୍ଚାଇବାକୁ ଅନୁରୋଧ କରିବେ। କାରଣ ଦଣ୍ଡାଦେଶ ଯୋଗୁ ରାଷ୍ଟ୍ରପତି ହେବା ପ୍ରକ୍ରିୟାରେ ବିଳମ୍ବ ହୋଇପାରେ। ଏହାଦ୍ୱାରା ନୂଆ ସରକାର ଗଠନ ଉପରେ ପ୍ରଭାବ ପଡ଼ିପାରେ।
ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ନିୟମ ଉପରେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କ ମୁତାବକ ପଦରେ କାମ କରୁଥିବା ରାଷ୍ଟ୍ରପତିଙ୍କୁ ଜେଲ ପଠାଇବା ‘ସମ୍ବିଧାନିକ ଭାବେ ଠିକ୍‌ ହେବ’  ନାହିଁ। ଏଣୁ ଦଣ୍ଡକୁ ଅତି କମ୍‌ରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଯାଏ ଘୁଞ୍ଚାଇ ଦିଆଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ଜୋମାଟୋ ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌ CEO ପଦ ଛାଡିଲେ ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ,୨୧।୧: ଜୋମାଟୋର ପ୍ୟାରେଣ୍ଟ କମ୍ପାନୀ ‘ଇଟର୍‌ନାଲ୍‌’ର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri