ଜର୍ମାନୀରେ ଘନେଇଲା ରାଜନୈତିକ ସଙ୍କଟ: ଭାଙ୍ଗିଲା ଓଲାଫ୍‌ଙ୍କ ମେଣ୍ଟ ସରକାର

ବର୍ଲିନ,୮ା୧୧: ଜର୍ମାନୀ ମେଣ୍ଟ ସରକାରରେ ଦୀର୍ଘ ସମୟ ଧରି ଅନ୍ତର୍କଳହ ଲାଗି ରହିଥିଲା। ବୁଧବାର ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜ ନିଜ ମନ୍ତ୍ରିମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ମେଣ୍ଟ ସରକାର ଭାଙ୍ଗିଯାଇଛି। ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିରୋଧୀ କଞ୍ଜରଭେଟିଭ୍ସ ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କୁ ତୁରନ୍ତ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଛି। ଏଥିସହ ଜାନୁଆରୀରେ ନିର୍ବାଚନ କରାଇବା ପାଇଁ ଅନୁରୋଧ କରିଛି। ସେଣ୍ଟର-ଲେଫ୍ଟ ସୋସିଆଲ ଡେମୋକ୍ରାଟ୍ସ (ଏସ୍‌ପିଡି) ସ୍କୋଲ୍‌ଜ କହିଛନ୍ତି, ବିତ୍ତୀୟ ସଂରକ୍ଷଣବାଦୀ ଫ୍ରି ଡେମୋକ୍ରାଟ୍ସ (ଏଫ୍‌ଡିପି) ନେତା ଖ୍ରିଷ୍ଟିଆନ୍‌ ଲିଣ୍ଡ୍‌ନେରଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଦେଇଛନ୍ତି। ୟୁକ୍ରେନ୍‌ ଓ ନିଜ ଦେଶର ଅର୍ଥନୀତି ପାଇଁ ଅଧିକ ପାଣ୍ଠି ଯୋଗାଡ଼ ସକାଶେ ଚାଲିଥିବା ଯୋଜନାକୁ ଲିଣ୍ଡ୍‌ନେର ବିରୋଧ କରିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଚାନ୍ସେଲର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଏହି ଘଟଣାକ୍ରମ ପରେ ଏଫ୍‌ପଡିି ମେଣ୍ଟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛି। ଫଳରେ ସରକାରରେ ବର୍ତ୍ତମାନ ସ୍କୋଲ୍‌ଜଙ୍କ ଏସ୍‌ପିଡି ଏବଂ ଗ୍ରୀନ୍ସ ରହିଛନ୍ତି। ଚାନ୍ସେଲର କହିଛନ୍ତି, ସେ ୨୦୨୫ ଜାନୁଆରୀରେ ଆସ୍ଥାଭୋଟର ସମ୍ମୁଖୀନ ହେବେ, ଯହିଁରେ ସେ ପରାଜିତ ହୋଇପାରନ୍ତି। ଜର୍ମାନୀରେ ୨୦୨୫ ସେପ୍ଟେମ୍ବରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏପରି ହେଲେ ନିର୍ଦ୍ଧାରିତ ଅବଧିର ୬ ମାସ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ଶେଷ ସୁଦ୍ଧା ଭୋଟ କରାଇବାକୁ ପଡ଼ିବ। ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ସ୍କୋଲ୍‌ଜଙ୍କ ଏସ୍‌ପିଡିର ବରିଷ୍ଠ ସହଯୋଗୀ ଜୋଏର୍ଜ କୁକିଜ୍‌ ଦେଶର ନୂଆ ଅର୍ଥମନ୍ତ୍ରୀ ହେବେ। ନ୍ୟାଶନାଲ ପୋଲ୍‌ଗୁଡ଼ିକରେ ଆଗୁଆ ଥିବା ବିରୋଧୀ କଞ୍ଜରଭେଟିଭ୍ସ ନେତା ଫ୍ରିଏଡ୍ରିଚ୍‌ ମେର୍ଜ ଆସନ୍ତା ସପ୍ତାହ ସୁଦ୍ଧା ଆସ୍ଥାଭୋଟ କରାଯାଉ ବୋଲି ଦାବି କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ଦ୍ୱିତୀୟାର୍ଦ୍ଧରେ ନିର୍ବାଚନ ହୋଇପାରେ ବୋଲି ସେ କହିଛନ୍ତି। ତାଙ୍କ ମନ୍ତବ୍ୟକୁ ଅନ୍ୟ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଛନ୍ତି। ଜର୍ମାନୀରେ ସଂଖ୍ୟାଗରିଷ୍ଠତା ନ ଥିବା ଏକ ସରକାରକୁ ଆମେ ଅନେକ ମାସ ଧରି ବରଦାସ୍ତ କରିପାରିବୁ ନାହିଁ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି। ମୁଦ୍ରାସ୍ଫୀତି ସାଙ୍ଗକୁ ଏସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ କଡ଼ା ଟକ୍କର ଯୋଗୁ ବ୍ୟୟ ବୃଦ୍ଧିକୁ ସାମ୍ନା କରୁଥିବା ଜର୍ମାନୀ ଶିଳ୍ପ ଯେତେ ଶୀଘ୍ର ସମ୍ଭବ ଦେଶରେ ନିର୍ବାଚନ କରାଇବାକୁ ଦାବି କରିଛି। ସେହିପରି ଅର୍ଥନୀତିଜ୍ଞ କାଷ୍ଟେନ୍‌ ବରଜେସ୍କି କହିଛନ୍ତି, ଦେଶରେ ଆର୍ଥିକ ସଙ୍କଟ ଲାଗିରହିଥିବାବେଳେ ମେଣ୍ଟ ସରକାରର ପତନ ପ୍ରକାରାନ୍ତେ ଆଶୀର୍ବାଦ ହୋଇପାରେ। କାରଣ ନିର୍ବାଚନ ହେଲେ ନୂଆ ସରକାର ଆସିବା ଯଥେଷ୍ଟ ସମ୍ଭାବନା ରହିଛି। ନୂଆ ସରକାର ନୂଆ ନୀତି ଆଣି ଜର୍ମାନୀକୁ ଆର୍ଥିକ ଅନିଶ୍ଚିତତାରୁ ବାହାର କରିବାରେ ସକ୍ଷମ ହୋଇପାରେ।

ଦେଶବ୍ୟାପୀ କରାଯାଇଥିବା ସର୍ଭେରେ ବର୍ତ୍ତମାନ ଏସ୍‌ପିଡି ତୁଳନାରେ ବିରୋଧୀ କଞ୍ଜରଭେଟିଭ୍ସ ପ୍ରତି ଜର୍ମାନୀ ଭୋଟରଙ୍କ ୨ ଗୁଣା ସମର୍ଥନ ରହିଛି। ଫୋର୍ସା ପକ୍ଷରୁ ମଙ୍ଗଳବାର ପ୍ରକାଶିତ ପୋଲ୍‌ରେ କଞ୍ଜରଭେଟିଭ୍ସକୁ ୩୩% ଭୋଟର ସମର୍ଥନ କରୁଥିବାବେଳେ ଏସ୍‌ପିଡି ଏବଂ ଫାର୍‌-ରାଇଟ୍‌ ଅଲ୍ଟରନେଟିଭ୍‌ ଫର୍‌ ଜର୍ମାନୀ (ଏଏଫ୍‌ଡି) ପ୍ରତି ୧୬% ସମର୍ଥନ ରହିଛି। ଗ୍ରୀନ୍ସ ୧୦%, ନ୍ୟୁ ପପୁଲିଷ୍ଟ ଲେଫ୍ଟିଷ୍ଟ ବିଏସ୍‌ଡବ୍ଲ୍ୟୁ ୬% ସମର୍ଥନ ପାଇବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri