୩ ବିବାହ, ୫ ସନ୍ତାନ, ରିଅଲ୍‌ ଇଷ୍ଟେଟ୍‌ କିଙ୍ଗ…ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆହୁରି ଭଲରେ ଜାଣନ୍ତୁ…

ଓ୍ବାଶିଂଟନ,୬।୧୧: ପୁଣି ଥରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୟୁନାଇଟେଡ୍‌ ଷ୍ଟେଟ୍ସ ହାଉସ୍‌ର ସ୍ପିକର୍‌ ଜନସନ୍‌ ମଧ୍ୟ ଟ୍ରମ୍ପଙ୍କ ବିଜୟକୁ ନେଇ ଘୋଷଣା କରିଥିବା ଜଣାପଡ଼ିଛି।

ବିଜୟ ସହ ଟ୍ରମ୍ପ ବିଶ୍ୱର ଶକ୍ତିଶାଳୀ ଦେଶର ଶାସନ କ୍ଷମତାକୁ ପୁଣି ଫେରିଛନ୍ତି। ଏମିତିରେ ତାଙ୍କ ବିଷୟରେ ସବିଶେଷ ଜାଣିବା। ଯେମିତିକି ଡୋନାଲ୍ଡ ଟ୍ରମ୍ପ କିଏ? ତାଙ୍କ ପରିବାରରେ କିଏ କିଏ ଅଛନ୍ତି?ଇତ୍ୟାଦି…
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ନିଜ ପରିବାରକୁ ଆଗରେ ରଖିଥିଲେ। ଚଳିତ ବର୍ଷ ଜୁଲାଇରେ ସେ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ତାଙ୍କ ସହ ପିଲା, ବନ୍ଧୁ ଏପରିକି ନାତି-ନାତୁଣୀ ଥିବା ଦେଖାଯାଇଥିଲା।

ଟ୍ରମ୍ପଙ୍କ ଜେଜେଙ୍କ ନାମ ଫେଡରିକ ଟ୍ରମ୍ପ ଏବଂ ଜେଜେମା’ଙ୍କ ନାମ ଏଲିଜାବେଥ କ୍ରାଇଷ୍ଟ ଟ୍ରମ୍ପ ଥିଲା। ଫେଡରିକଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା। ସେ ନ୍ୟୁୟର୍କରେ ଟ୍ରମ୍ପ ପରିବାର ପାଇଁ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟର ମୂଳଦୁଆ ରଖିଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ଏଲିଜାବେଥ ତାଙ୍କ ବ୍ୟବସାୟକୁ ସମ୍ଭାଳିଥିଲେ। ଟ୍ରମ୍ପଙ୍କ ଅଜା ଏବଂ ଆଇ ସ୍କଟ୍‌ଲ୍ୟାଣ୍ଡରେ ମାଛଧରାଳୀ ଥିଲେ। ଟ୍ରମ୍ପଙ୍କ ବାପାଙ୍କ ନାମ ଫେଡରିକ ସି ଟ୍ରମ୍ପ। ସେ ନ୍ୟୁୟର୍କର ରିଅଲ ଇଷ୍ଟେଟ୍‌ ଡେଭଲପର୍‌ ଏବଂ ବ୍ୟବସାୟୀ ଥିଲେ। ଟ୍ରମ୍ପଙ୍କ ମା’ଙ୍କ ନାମ ମେରି ଏ ମ୍ୟାକ୍‌କ୍ଲିୟୋଡ୍‌।

ଟ୍ରମ୍ପଙ୍କ ମୋଟ ୫ ଭାଇ-ଭଉଣୀ ଅଛନ୍ତି। ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କ ଭାଇ ରବର୍ଟ ଏସ୍‌ ଟ୍ରମ୍ପ ତାଙ୍କୁ ସମର୍ଥନ କରିଥିଲେ। ହେଲେ ଚଳିତ ବର୍ଷ ତାଙ୍କର ଅନ୍ୟଜଣେ ଭାଇ ଫେଡରିକ ଜୁନିଅରଙ୍କ ପୁଅ ଦାଦାଙ୍କୁ ପରିବାରର ସବୁଠାରୁ ଘୃଣିତ ବ୍ୟକ୍ତି ବୋଲି କହିଥିଲେ।

ଟ୍ରମ୍ପଙ୍କ ପ୍ରଥମ ବିବାହ ଇବାନା ଟ୍ରମ୍ପଙ୍କ ସହ ହୋଇଥିଲା। ସେ ଚେକ୍‌-ଆମେରିୀୟ ମଡେଲ ଏବଂ ବ୍ୟବସାୟୀ ଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିବାହ ୧୯୭୭-୧୯୯୨ ଯାଏ ଚାଲିଥିଲା। ଏଥିରେ ୩ ସନ୍ତାନ ହୋଇଥିଲେ, ଯାହାଙ୍କ ନାମ ଡୋନାଲ୍ଡ ଜୁନିଅର, ଏରିକ୍‌ ଏବଂ ଇବାଙ୍କା। ଇବାନାଙ୍କ ମୃତ୍ୟୁ ୨୦୨୨ରେ ହୋଇଥିଲା।

ସେହିଭଳି ଟ୍ରମ୍ପ ଅଭିନେତ୍ରୀ ତଥା ମଡେଲ ମାର୍ଲା ମେପଲ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହରୁ ଟ୍ରମ୍ପଙ୍କ ଜଣେ ଝିଅ(ଟିଫନୀ ଟ୍ରମ୍ପ) ଅଛନ୍ତି। ୧୯୯୩-୧୯୯୯ ଯାଏ ଏହି ବିବାହ ଚାଲିଥିଲା।

ଟ୍ରମ୍ପଙ୍କ ତୃତୀୟ ଏବଂ ଅନ୍ତିମ ବିବାହ ମେଲାନିଆ ଟ୍ରମ୍ପଙ୍କ ସହ ୨୦୦୫ରେ ହୋଇଥିଲା। ମେଲାନିଆ ଜଣେ ଫ୍ୟାଶନ ମଡେଲ। ଏହି ବିବାହ ପରେ ଟ୍ରମ୍ପଙ୍କ ଗୋଟିଏ ପୁଅ ଅଛନ୍ତି, ଯାହାଙ୍କ ନାମ ବୈରନ୍‌।

ଟ୍ରମ୍ପଙ୍କ ୫ ସନ୍ତାନ ମଧ୍ୟରୁ ସବୁଠାରୁ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ସର୍ବଦା ନିଜ ବାପାଙ୍କ ସହ ନଜର ଆସିଥାନ୍ତି। ସେ ଟ୍ରମ୍ପ ଅର୍ଗାନାଇଜେଶନର ଏଗ୍‌ଜିକ୍ୟୁଟିଭ୍‌ ଭାଇସ ପ୍ରେସିଡେଣ୍ଟ। ସେ ନିଜ ବାପାଙ୍କ ରାଜନୈତିକ କାମ ଦେଖିବା ବ୍ୟତିତ ପରିବାରର ବ୍ୟବସାୟ ସମ୍ଭାଳନ୍ତି। ଡୋନାଲ୍ଡଙ୍କ ବଡ଼ ଝିଅ ଇଭାଙ୍କା ମଡେଲ ଥିଲେ। ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ପରେ ହ୍ବାଇଟ୍‌ ହାଉସ୍‌ରେ ପରାମର୍ଶଦାତା ଭାବେ କାମ କରିଛନ୍ତି। ତାଙ୍କର ୩ ସନ୍ତାନ ଅଛନ୍ତି।
ଟ୍ରମ୍ପଙ୍କ ପୁଅ ଏରିକ୍‌ ବାପାଙ୍କ ବ୍ୟବସାୟ ସମ୍ଭାଳିଥାନ୍ତି। ତାଙ୍କର ୨ ସନ୍ତାନ ଅଛି। ଟିଫନୀ ଟ୍ରମ୍ପ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଅଛନ୍ତି। ଟ୍ରମ୍ପଙ୍କ ସାନ ପୁଅ ବୈରନ ଟ୍ରମ୍ପ ଏବେ ପାଠ ପଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri