ନବୀନଙ୍କ ଗଡ଼ରେ ଚିରିଲେ ବିଜେଡି ପତାକା,ଥାନାରେ ଏତଲା

ହିଞ୍ଜିଳିକାଟୁ, ୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଦଳ ପକ୍ଷରୁ ସୋମବାର ରାତିରେ ଦଳୀୟ କର୍ମୀମାନେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଏବଂ ୫୯ ନଂ ଜାତୀୟ ରାଜପଥ ମେଡିୟାନରେ ଦଳୀୟ ପତାକା ଲଗାଇଥିଲେ। ଗତ ରାତିରେ ଉକ୍ତ ପତାକାଗୁଡ଼ିକୁ କେହି ନଷ୍ଟ କରିବା ସହ ମେଡିଆନରୁ ବାହାର କରିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇଛି।

ଦଳୀୟ ପତାକା ଚିରା ଘଟଣାକୁ ନେଇ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ମଙ୍ଗଳବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। କିଛି ଅସାମାଜିକ ବ୍ୟକ୍ତି ଏହି ପତକା ଚିରା ଘଟଣାରେ ଜଡିତ ଥିବା ଦଳ ପକ୍ଷରୁ ସନ୍ଦେହ କରାଯାଉଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଦାବି ହୋଇଛି। ଅନ୍ୟଥା ଦଳ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଭାପତି ମହାପାତ୍ର କହିଛନ୍ତି। ଏପରି ଘଟଣା ରାଜନୈତିକ ଦୃଷ୍ଟିକୋଣରୁ ଶୁଭଙ୍କର ନୁହେଁ, ଏହି ଘଟଣାରୁ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଅସମାଜିକ ଗୋଷ୍ଠୀ କିପରି ସକ୍ରିୟ ହେଲେଣି ତାହା ଜଣାପଡ଼ୁଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି। ଘଟଣାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ନିନ୍ଦା କରାଯାଇଛି। ଅପରପକ୍ଷେ ପୋଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତାଙ୍କ ଗଡ଼ରେ ବିଜେଡି ପତାକା ଚିରା ଘଟଣାକୁ ନେଇ ଆଗାମୀ ଦିନରେ ଜଟିଳ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri