ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ ଅସଂଖ୍ୟ ପୋଷ୍ଟ ହେଉଥିବା ଦେଖିବାକୁ ମିଳେ। ମନେହୁଏ ଯେପରି ଅନ୍ୟ କୌଣସି ଜାଗାରେ ଦୀପାବଳି ସହିତ ସମ୍ପୃକ୍ତ ପ୍ରଦୂଷଣ ସମସ୍ୟା ସୃଷ୍ଟି ହୁଏ ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବାୟୁ ପ୍ରଦୂଷଣକୁ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅନୁଯାୟୀ ଦିଲ୍ଲୀରେ ଏହା ‘ଅତ୍ୟଧିକ କ୍ଷତିକାରକ’ ସ୍ତରରେ ପହଞ୍ଚତ୍ଥିବା ଦର୍ଶାଇଛି। ଏହି ପରିପ୍ରେକ୍ଷୀରେ ଦେଖିଲେ, ଓଡ଼ିଶାର ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ଏହା ମଧ୍ୟମଧରଣକୁ ଅତିକ୍ରମ କରି ଖରାପ ଆଡ଼କୁ ଯାଇଥିବାର ତଥ୍ୟ ମିଳିଛି। ଚଳିତ ଥର ଓଡ଼ିଶାରେ ଦୀପାବଳି ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ପାଳନ ହୋଇଥିବାରୁ ବାଣଫୁଟା ଦୁଇଗୁଣା ବଢ଼ି ଯାଇଥିଲା। ଗୋଟେ ଉତ୍ସବ ଦୁଇ ଦିନ ପଡ଼ିବାରୁ ଲୋକେ ଖୁସିରେ ଆତସବାଜି କାର୍ଯ୍ୟକ୍ରମରେ ମାତିଯିବାରୁ ଏଠାକାର ଆକାଶ ବହଳିଆ ବାୟୁ ପ୍ରଦୂଷଣରେ ଆଚ୍ଛାଦିତ ହୋଇଯାଇଥିଲା। ଜ୍ୟୋତିର୍ବିଦ୍ୟା ଗଣନାକୁ ମାନିବାକୁ ପଡ଼ିବ ବୋଲି ଲୋକେ କୁହାକୁହି ହେଲେଣି। ଆଗରୁ ଏଭଳି ପଡ଼ୁ ନ ଥିବା ବେଳେ ଏହା ପଛରେ ବ୍ୟବସାୟିକ ଦିଗକୁ ସନ୍ଦେହ କରାଯାଉଛି।
ଓଡ଼ିଶାର ଯେଉଁ ବିଶେଷତା ଥିଲା ତାହା ଉଭୟ ଦକ୍ଷିଣ ଭାରତ ଓ ଉତ୍ତର ଭାରତର ହିନ୍ଦୁ ଚିନ୍ତାଧାରା ତୁଳନାରେ ଭିନ୍ନ । ସମ୍ଭବତଃ ରାଜନୈତିକ ପରିବର୍ତ୍ତନ ସହ ଏକ ଧାର୍ମିକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା ଆରମ୍ଭ ହୋଇଗଲାଣି। ଖୋଲାଖୋଲି ଡାକି କହି ଧର୍ମରେ ପରିବର୍ତ୍ତନ ଆଣିବା କେବେ ହେଲେ ସମ୍ଭବପର ହୁଏ ନାହିଁ। ଓଡ଼ିଆଙ୍କୁ ଭୁଆଁ ବୁଲାଇବା ପାଇଁ ପାଞ୍ଜିର ବାଟ ସବୁଠୁ ସହଜ। ଏଠାରେ ମନେରଖିବାକୁ ହେବ ଯେ, ଓଡ଼ିଶାରୁ ପ୍ରକାଶ ପାଉଥିବା ବିଭିନ୍ନ ପାଞ୍ଜିର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ସମସ୍ତ ପାଞ୍ଜି ବିଭିନ୍ନ
ଘରୋଇ ଜ୍ୟୋତିଷୀ ଓ ପ୍ରକାଶକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ତେଣୁ ଗୋଟିଏପଟେ ଓଡ଼ିଶାର ହିନ୍ଦୁଙ୍କୁ ଉତ୍ତର ଭାରତ ସହ ମିଶାଇବାରେ ୨୦୨୪ ଦୀପାବଳି ଏକ ଆଖିଦୃଶିଆ ପ୍ରୟାସକୁ ପଦାରେ ପକାଇଛି। ଏହି ମନ୍ଦ ରାଜନୈତିକ ଚିନ୍ତାଧାରା ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ଅବିଶ୍ୱସନୀୟ ମନେ ହେଉନାହିଁ। ପାଞ୍ଜି ପ୍ରସ୍ତୁତକର୍ତ୍ତାଙ୍କୁ କିଛି ଅର୍ଥ ଦାନକରି ତାରିଖ ବଦଳାଇବା ଆଦୌ କଷ୍ଟକର ନୁହେଁ। ଛପା ହୋଇଥିବା ପାଞ୍ଜି ଏକପ୍ରକାର ବେଦର ଗାର ଭାବେ ଓଡ଼ିଆଙ୍କୁ ପ୍ରଭାବିତ କରିଥାଏ। ବାଣ ବ୍ୟବସାୟୀଙ୍କ ପାଇଁ ଦୁଇ ଦିନର ଦୀପାବଳିର ଅର୍ଥ ହେଉଛି ଦୁଇଗୁଣା ବିକ୍ରି। ଅର୍ଥାତ୍‌ ଦୁଇଗୁଣା ଲାଭ। ସେହି ଲାଭରୁ ପଞ୍ଜିକା ପ୍ରସ୍ତୁତ ପାଇଁ ଅଳ୍ପ କିଛି ଅର୍ଥ ଦେଲେ ତାହାକୁ କେବେହେଲେ କେହି ସିବିଆଇ କିମ୍ବା ଭିଜିଲାନ୍ସ ଲଗାଇ ଧରିବେ ନାହିଁ। ଧର୍ମ ବଦଳିଯିବ, ଅର୍ଥ ଲାଭ ଦୁଇଗୁଣ ହୋଇଯିବ ଏବଂ ତା’ସହିତ ପ୍ରଦୂଷଣ ମଧ୍ୟ ଦୁଇଗୁଣା ବଢ଼ିଗଲା।
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର କୁପ୍ରଭାବ ସମ୍ପୂର୍ଣ୍ଣ ଭାବେ ଆମ୍ଭେମାନେ ସ୍ଥାନୀୟ ସ୍ତରରେ ଅନୁଭବ କଲେଣି। ନଭେମ୍ବର ପ୍ରଥମ ସପ୍ତାହ ଆଡ଼କୁ ଶୋଇଲା ବେଳେ ଘୋଡ଼ାଇ ହେବା ପାଇଁ କମ୍ବଳ ଦରକାର ପଡ଼ୁଥିଲା। ବିଶେଷକରି ନେପାଳୀ ବିକ୍ରେତାମାନେ ହାଟବଜାର, ରାସ୍ତାକଡ଼ରେ ସେମାନଙ୍କ ଗରମ ବସ୍ତ୍ରର ପସରା ମେଲେଇ ଦେଉଥିଲେ। ହେଲେ ଏବେ ଖରାଦିନ ଭଳି ପଙ୍ଖା ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟିକୁ ବିରାମ ମିଳୁ ନାହିଁ। ଏହା ସତ୍ତ୍ୱେ ଧର୍ମ ଓ ପରମ୍ପରା ବଜାୟ ରଖିବା ଜିଦ୍‌ରେ ଲୋକେ ବାୟୁ ପ୍ରଦୂଷଣ କରିବାରେ ବ୍ୟସ୍ତ। ଯଦି କେହି ସଚେତନ ଲୋକ କମ୍‌ ବାଣ ଫୁଟାଇବା ଦରକାର ବୋଲି କହି ଦେଉଥାଆନ୍ତି, ଶିକ୍ଷିତ ଲୋକମାନେ ହେଉଥିଲେ ମଧ୍ୟ ତାଙ୍କ ସହ ଉଚ୍ଚବାଚ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଜାତୀୟ ସବୁଜ ଟ୍ରିବ୍ୟୁନାଲ ଯେଉଁଭଳି ଓଡ଼ିଶାକୁ ତାଗିଦ୍‌ କରିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ଓଡ଼ିଶାର ବିଶେଷକରି ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ସହିତ ପାଇଖାନା ମଇଳା ପରିଚାଳନାରେ ଆମ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହିସବୁର ଗଦାଗଦା ପାହାଡ଼ ସୃଷ୍ଟି ହେଉଛି। ଏହା ନିକଟରେ ବାସ କରୁଥିବା ନାଗରିକଙ୍କ ସମସ୍ୟା ସମ୍ପର୍କରେ ଶୁଣିବାକୁ କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ଓଡ଼ିଆ ଜାତି ତା’ର ଭବିଷ୍ୟତ ପିଢ଼ିର ସ୍ବାସ୍ଥ୍ୟ ଓ ଏହି ମାଟିର ସୁରକ୍ଷା ସକାଶେ ସବୁ ପ୍ରକାର ପ୍ରଦୂଷଣ ବିରୋଧରେ ସଚେତନ ହୋଇ ସ୍ବର ଉତ୍ତୋଳନ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri