Posted inଜାତୀୟ

ଦିଲ୍ଲୀ ପୁଣି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ,୪ା୧୧: ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର୍‌) ୩୮୨ରେ ପହଞ୍ଚତ୍ଥିବାବେଳେ ଆନନ୍ଦ ବିହାରରେ ୪୩୭ରେ ପହଞ୍ଚତ୍ଛି। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ ମଧ୍ୟ ନିର୍ମାଣଜନିତ ଧୂଳି ଯୋଗୁ ସହରର ବାୟୁ ମାନ ଗମ୍ଭୀର ସ୍ଥିତିରେ ପହଞ୍ଚତ୍ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାପଡ଼ିଛି। ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ୱେ ଏହା ବଢ଼ିଚାଲିଥିବାରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଇଛି।
ଗତ ଶୁକ୍ରବାର ଦିଲ୍ଲୀ ବାୟୁ ପ୍ରଦୂଷଣର ୩୫ ପ୍ରତିଶତ ନଡ଼ାପୋଡ଼ି ଯୋଗୁ ହୋଇଥିବାବେଳେ ଶନିବାର ଏହା ୧୫ ପ୍ରତିଶତକୁ ହ୍ରାସ ପାଇଥିଲା। ଫଳରେ ଅନ୍ୟାନ୍ୟ କାରଣରୁ ଦିଲ୍ଲୀର ବାୟୁ ମାନ ଅଧିକ ଖରାପ ହେଉଥିବା ସ୍ପଷ୍ଟ ହୋଇଛି। ଏଥିରେ ଯାନବାହନ, ଶିଳ୍ପାଞ୍ଚଳର ଧୂଳି ଧୂଆଁ ଏବଂ ନିର୍ମାଣଜନିତ ଧୂଳି ମୁଖ୍ୟ କାରକ ହୋଇରହିଛି। ଏହା ବ୍ୟତୀତ ଦିଲ୍ଲୀର ଭୌଗୋଳିକ ଏବଂ ପାଣିପାଗଜନିତ ସ୍ଥିତି ମଧ୍ୟ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ। ଏହି କାରଣରୁ ପ୍ରଦୂଷିତ ଉପାଦନଗୁଡ଼ିକ ସ୍ଥଳଭାଗ ନିକଟରେ ଜମିରହୁଛି। ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନା, ଦ୍ୱାରକାର ଦୁଇଟିଯାକ ମନିଟରିଂ ଷ୍ଟେଶନ, ଜାହାଙ୍ଗୀରପୁରୀ, ମୁଣ୍ଡ୍‌କା, ଲଜପତ୍‌ ନଗର, ପତ୍‌ପରଗଞ୍ଜ, ବିବେକ ବିହାର, ରୋହିଣୀ, ପଞ୍ଜାବୀ ବାଗ୍‌ ଏବଂ ଓ୍ବାଜିରପୁରରେ ବାୟୁ ମାନ ସବୁଠୁ ଖରାପ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୭ ଥିବାବେଳେ ରୋହିଣୀରେ ୪୩୫, ଲଜପତ ନଗରରେ ୪୩୦ ଏବଂ ପଞ୍ଜାବୀବାଗ୍‌ରେ ୪୨୫ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri