ପୃଥିବୀ ଆଡ଼କୁ ମାଡ଼ି ଆସୁଛି ୬ ଗ୍ରହାଣୁ, ନାସା କହିଲା…

ଓ୍ବାଶିଂଟନ, ୨୪।୧୦: ପୃଥିବୀ ନିକଟ ଦେଇ ୬ କ୍ଷୁଦ୍ର ଗ୍ରହ ଗୁରୁବାର ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ସଂସ୍ଥା(ନାସା) ସୂଚନା ଦେଇଛି। ନାସା ପକ୍ଷରୁ ଉକ୍ତ କ୍ଷୁଦ୍ର ଗ୍ରହଗୁଡ଼ିକୁ ଚିହ୍ନଟ କରାଯାଇଛି। ଯଦିଓ ଏ ସମସ୍ତ କ୍ଷୁଦ୍ର ଗ୍ରହ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁନାହିଁ ତଥାପି ପୃଥିବୀଠାରୁ ସେମାନଙ୍କର ନିକଟତର ହେବା ଦ୍ୱାରା ପୃଥିବୀ ନିକଟବର୍ତ୍ତୀ ବସ୍ତୁ(ଏନ୍‌ଇଓ)ର ବ୍ୟାପକ ଅଧ୍ୟୟନ ପାଇଁ ଏହି କ୍ଷୁଦ୍ର ଗ୍ରହଗୁଡ଼ିକୁ ମନିଟରିଂ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ନାସା କହିଛି।

ସୂଚନା ଅନୁଯାୟୀ, ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ପ୍ରଣାଳୀର ପ୍ରାରମ୍ଭିକ ଗଠନ ସମୟରେ ଏହାର ପଥର ଏବଂ ବାୟୁହୀନ ଅବଶିଷ୍ଟାଂଶଗୁଡ଼ିକ କ୍ଷୁଦ୍ର ଗ୍ରହ ଭାବେ ଧରାଯାଇଥାଏ। ସାଧାରଣତଃ କ୍ଷୁଦ୍ର ଗ୍ରହଗୁଡ଼ିକ ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ଆଷ୍ଟେରଏଡ୍‌ ବେଲ୍ଟରେ ମିଳିଥାଏ ଏବଂ ଏଗୁଡ଼ିକ ପ୍ରାୟତଃ ସୂର୍ଯ୍ୟର ପରିକ୍ରମା କରିଥାଏ। ଗ୍ରହଗୁଡ଼ିକଠାରୁ ଓଲଟା କ୍ଷୁଦ୍ର ଗ୍ରହଗୁଡ଼ିକ ସାଧାରଣତଃ ବାୟୁମଣ୍ଡଳ, ଆଗ୍ନେୟଗିରି କିମ୍ବା ପ୍ଲେଟ ଟେକ୍ଟୋନିକ୍ସ ପରି ଭୌଗୋଳିକ ପ୍ରକ୍ରିୟାକୁ ପ୍ରଦର୍ଶନ କରିବା ପାଇଁ ବହୁତ ଛୋଟ ହୋଇଥାଏ। ସୌର ପ୍ରଣାଳୀରେ ଲକ୍ଷାଧିକ ସଂଖ୍ୟାରେ କ୍ଷୁଦ୍ର ଗ୍ରହ ରହିଛନ୍ତି, ଯେଉଁମାନଙ୍କର ଆକାର ଛୋଟ ପଥର ଠାରୁ ଆରମ୍ଭ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବଡ଼ ପିଣ୍ଡ ସଦୃଶ ହୋଇଥାଏ।
ଗୁରୁବାର କ୍ଷୁଦ୍ର ଗ୍ରହ ‘୨୦୨୩ଟିଜି୧୪’ ପୃଥିବୀଠାରୁ ୨୫ ଲକ୍ଷ କି.ମି.ର ସର୍ବନିମ୍ନ ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି। ୧୮ରୁ ୪୧ ମିଟର ଆନୁମାନିକ ବ୍ୟାସ ବିଶିଷ୍ଟ ଏହି କ୍ଷୁଦ୍ର ଗ୍ରହ ଅପେକ୍ଷାକୃତ ଛୋଟ ହୋଇଥିବାବେଳେ ଏହା ୬.୯ କି.ମି ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସେହିପରି ଗୁରୁବାର ପୃଥିବୀ ନିକଟ ଦେଇ ଗତି କରୁଥିବା ସମସ୍ତ ୬ କ୍ଷୁଦ୍ର ଗ୍ରହଗୁଡ଼ିକ ମଧ୍ୟରୁ ୩୬୩୩୦୫(୨୦୦୨ଏନ୍‌ଭି୧୬) ନାମକ ଆଷ୍ଟେରଏଡ୍‌ ସବୁଠାରୁ ବଡ଼। ଏହାର ଆକାର ୫୮୦ ଫୁଟ(ପ୍ରାୟ ୧୭୫ ମିଟର) ହୋଇଥିବାବେଳେ ବ୍ୟାସ ୧୪୦ ମିଟରରୁ ୩୧୦ ମିଟର ମଧ୍ୟରେ ରହିଛି। ଗୁରୁବାର ଏହି କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ୪୫ ଲକ୍ଷ ୨୦ ହଜାର କି.ମି. ଦୂରତା ଦେଇ ଅତିକ୍ରମ କରିବ ବୋଲି ନାସା କହିଛି। ତେବେ ବିରାଟ ଆକାର ସତ୍ତ୍ୱେ ମଧ୍ୟ ଏହି କ୍ଷୁଦ୍ର ଗ୍ରହ ୪.୮୭ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ସେହିପରି ପୃଥିବୀ ନିକଟ ଦେଇ ଗତି କରିବାକୁ ଥିବା ଅନ୍ୟ ୪ କ୍ଷୁଦ୍ର ଗ୍ରହ ହେଉଛି, ‘୨୦୧୫ଏଚ୍‌ଏମ୍‌୧’, ‘୨୦୨୪ଟିପି୧୭’, ‘୨୦୨୪ ଟିଆର୍‌୬’ ଏବଂ ‘୨୦୨୧ ୟୁଇ୨’। ଏହି ୪ କ୍ଷୁଦ୍ର ଗ୍ରହ ପୃଥିବୀଠାରୁ ୪୫ରୁ ୫୬ ଲକ୍ଷ କିଲୋମିଟର ଦୂରତାରେ ଅତିକ୍ରମ କରିବେ। ଏମାନଙ୍କର ବ୍ୟାସ ୩୦ରୁ ୯୨ ମିଟର ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri