Posted inଖେଳ

କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍‌ସିବିରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୨୩।୧୦: ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ଇନିଂସ ଖେଳିଛନ୍ତି। ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ ହେଁ ସଦ୍ୟ ଜାରି ହୋଇଥିବା ଆଇସିସି ର଼୍ୟାଙ୍କିଂରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ପନ୍ତ ବ୍ୟାଟିଂ ର଼୍ୟାଙ୍କିଂରେ ୬ଷ୍ଠ ସ୍ଥାନକୁ ଆସିଛନ୍ତି। ସେ ବିରାଟଙ୍କଠାରୁ ୨ ସ୍ଥାନ ଉପରେ ରହିଛନ୍ତି। ବିରାଟ ଏବେ ୮ମ ସ୍ଥାନରେ ଅଛନ୍ତି। ଯଶସ୍ବୀ ଜାୟସଓ୍ବାଲ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି,ଯିଏ କି ୪ର୍ଥ ସ୍ଥାନରେ ଅଛନ୍ତି।

ତେବେ ପନ୍ତଙ୍କୁ ନେଇ ମଧ୍ୟ ଅନ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଇପିଏଲ୍‌ ୨୦୨୫ ଅକ୍ସନ ପୂର୍ବରୁ ରିଟେଶନ ତାରିଖ ନିକଟତର ହେଉଥିବା ବେଳେ ପନ୍ତଙ୍କୁ ଆରସିବି କିଣିବାକୁ ଇଚ୍ଛା ରଖିଛି। ରିପୋର୍ଟ ମୁତାବକ ଚଳିତ ସିଜନରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନ ହୋଇ ଅକ୍ସନକୁ ଆସିପାରନ୍ତି। ଯଦି ଏପରି ହୁଏ ତେବେ ଅନେକେ ଟିମ୍‌ ତାଙ୍କୁ କିଣିବାକୁ ଇଚ୍ଛା କରିବେ।

କହିରଖୁଛୁ, ପନ୍ତ ବାଙ୍ଗାଲୋର ଟେଷ୍ଟରେ ଆହତ ହୋଇଥିଲେ। ସେ ଦ୍ୱିତୀୟ ଇନିଂସରେ ଉଇକେଟକିପିଂ କରିପାରି ନ ଥିଲେ। ହେଲେ ସେ ପରେ ବ୍ୟାଟିଂ ଲାଗି ଓହ୍ଲାଇ ଜବରଦସ୍ତ ଇନିଂସ ଖେଳିଥିଲେ। ସେତେବେଳେ ସେ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ଏବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଖବରଦାତା ସମ୍ମିଳନୀ କରି ସେ ଫିଟ୍‌ ଥିବା କହିଛନ୍ତି। ଏପରିକି ସେ ଦ୍ୱିତୀୟ ଟେଷ୍ଟରେ ଖେଳିବା ସହ ଉଇକେଟକିପିଂ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri