ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଯୋଗୁ ସେ ଇସ୍ରାଏଲ ସେନାର ଟାର୍ଗେଟରେ ରହିଥିଲେ। କେବଳ ଏତିକି ନୁହେଁ ଅକ୍ଟୋବର ୨୦୨୩ରେ ଗାଜାର ଏକ ସୁରଙ୍ଗରେ ଅନେକ ଇସ୍ରାଏଲ୍‌ ଲୋକଙ୍କୁ ଅପହରଣ କରାଯାଇଥିଲା। ସେତେବେଳେ ୟାହିୟା ସମ୍ମୁଖକୁ ଆସିଥିଲେ। ସେନା ହାତରେ ଲାଗିଥିବା ଏହି ଶେଷ ଭିଡିଓ ଜରିଆରେ ତାଙ୍କୁ ଖୋଜା ଯାଉଥିଲା। ଶେଷରେ ତାଙ୍କୁ ହତ୍ୟା କରିବାରେ ସେନା ସଫଳ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୦ର ଏକ ଭିଡିଓରେ ସିନଓ୍ବାରଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ସେ ପତ୍ନୀ ଏବଂ ପିଲାଙ୍କ ସହ ଏକ ସୁଡ଼ଙ୍ଗରେ ଯାଉଥିବା ନଜର ଆସିଥିଲେ। ଗୁରୁବାର ଆଇଡିଏଫ୍‌ ଗାଜାରେ ଆକ୍ରମଣ କରି ୩ ଲୋକଙ୍କୁ ହତ୍ୟା କରିଥିଲା। ସେଥିରେ ସିନଓ୍ବାର ଥିଲେ। ପ୍ରଥମେ ଏହାକୁ ନେଇ ସନ୍ଦେହ ରହିଥିଲେ ହେଁ ଡିଏନ୍‌ଏ ନମୂନାର ପ୍ରାରମ୍ଭିକ ପରୀକ୍ଷଣ ପରେ ଇସ୍ରାଏଲ ସ୍ପଷ୍ଟ କରିଥିଲା ଯେ ଅପରେଶନରେ ତାଙ୍କର ମୃତ୍ୟୁ ଘଟିଛି।
ୟାହିୟା ସିନଓ୍ବାର ୧୯୬୨ରେ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲେ।ଇସ୍ରାଏଲ ଜେଲରେ ୨୨ ବର୍ଷ ବିତାଇଥିଲେ। ଏଣୁ ତାଙ୍କ ନିକଟରେ ଇସ୍ରାଏଲ ସୈନ୍ୟଙ୍କ ଚିନ୍ତାଧାରା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭିଜ୍ଞତା ରହିଥିଲା। ଜେଲରେ ୨୨ ବର୍ଷ ଏବଂ ଗାଜାର ଶରଣାର୍ଥୀ ଶିବିରରେ ବିତାଇଥିବା ପିଲାଦିନ ହିଁ ପାଲେଷ୍ଟାଇନ ରାଷ୍ଟ୍ର ଲାଗି ତାଙ୍କ ସଂକଳ୍ପକୁ ଦୃଢ଼ କରିଥିଲା। ୨୦୧୧ରେ ସେ ଗାଜାରେ ଅପହୃତ ଜଣେ ଇସ୍ରାଇଲ ଯବାନଙ୍କ ବଦଳରେ ନିଜ ସମେତ ଇସ୍ରାଏଲ ହେପାଜତରେ ଥିବା ୧୦୨୭ କଏଦୀଙ୍କ ଅଦଳବଦଳ ପାଇଁ ବୁଝାମଣା କରିଥିଲେ।
ପାଲେଷ୍ଟାଇନୀୟଙ୍କୁ ନିର୍ଯାତନା ଓ ହତ୍ୟା କରିବା ପାଇଁ ସିନୱାର ‘ବୁଚର୍‌ ଅଫ ଖାନ ୟୁନିସ’ ଅର୍ଥାତ ଖାନ୍‌ ୟୁନିସ୍‌ର କଂସେଇ ଭାବରେ କୁଖ୍ୟାତ ଥିଲେ। ସେ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗରେ ଅନେକ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିଲେ। ନିର୍ଦ୍ଦୟ ଭାବରେ ଶହ ଶହ ଲୋକଙ୍କ ହତ୍ୟା କରାଯାଇଥିଲା। ସିନୱାରଙ୍କ ଏହି ନିଷ୍ଠୁରତା କିଛି ଗାଜାବାସୀଙ୍କ ମଧ୍ୟରେ ତାଙ୍କ ଉପରେ ଅସନ୍ତୋଷର କାରଣ ପାଲଟିଥିଲା। ତଥାପି, ହମାସ ଉପରେ ତାଙ୍କର ଦବ୍‌ଦବା ରହିଥିଲା। ସିନୱାର ଇସ୍ରାଏଲର ଏକ ବିରଳ ଶତ୍ରୁ ଥିଲେ ଯିଏକି ତଥାପି ଏବେ ବି ଦୃଢ଼ ଭାବେ ଜବାବ ଦେଉଥିଲେ। ଇସ୍ରାଏଲ ନିକଟରେ ଲେବାନନ ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲାର ଶୀର୍ଷ ନେତାମାନଙ୍କୁ ହଟାଇ ସାରିଛି। ଇସ୍ରାଏଲ ହିଜବୁଲ ନେତା ହାସନ ନାସରାଲ୍ଲା ଏବଂ ତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ହାଶେମ ସଫିଡେଡିନଙ୍କୁ ମଧ୍ୟ ହତ୍ୟା କରିଛି। ବର୍ତ୍ତମାନ ସିନୱାର ନିଜେ ତାଙ୍କ ସାମ୍ନାରେ କାନ୍ଥ ପରି ଠିଆ ହୋଇଥିଲେ।
ହମାସ ଉଗ୍ରବାଦୀ ଦଳର ମୁଖ୍ୟ:
ୟାହିୟା ସିନଓ୍ବାର ଗାଜାରୁ ହମାସ ମଧ୍ୟରେ ଉଗ୍ରବାଦୀ ଦଳର ମୁଖ୍ୟ ଥିଲେ। ସେ ଗାଜାରୁ ଇସ୍ରାଏଲୀୟମାନଙ୍କୁ ହଟାଇବା ପାଇଁ ହିଂସା କରିବା ସପକ୍ଷରେ ଅଛନ୍ତି। ଇସ୍ରାଏଲରେ ଅକ୍ଟୋବର ୭ ରେ ଆକ୍ରମଣ ଆରମ୍ଭ କରିବା ନେଇ ମଧ୍ୟ ବିବାଦ ଲାଗି ରହିଥିଲା ବୋଲି ୱାଶିଂଟନ ପୋଷ୍ଟ ରିପୋର୍ଟ କରିଛି। ଏପରିକି କାତାର ଗୋଷ୍ଠୀ ସିନୱାରଙ୍କୁ ଅହଂକାରୀ ଏବଂ ପାଗଳ ବୋଲି କହିଥିଲା। ଜୁଲାଇରେ ତେହେରାନରେ ଇସ୍ରାଏଲ ଦ୍ୱାରା ଇସମାଇଲ ହନିୟେଙ୍କ ହତ୍ୟା ପରେ ସିନୱାରଙ୍କ ଉପରେ ହାମାସର ସମ୍ପୂର୍ଣ୍ଣ ଦାୟିତ୍ୱ  ଆସିଯାଇଥିଲା।
ସିନୱାର ନେତୃତ୍ୱାଧୀନ ହମାସର ବର୍ଷ ବର୍ଷ ଧରି ଚାଲିଥିବା ପ୍ରସ୍ତୁତିରେ ଗାଜାରେ ଏକ ଭୂତଳ ଟନେଲ ନେଟୱାର୍କ ମଧ୍ୟ ଅନ୍ତର୍ଭୁକ୍ତ । ଟନେଲଗୁଡିକ ଘର ଏବଂ ଡାକ୍ତରଖାନା ତଳେ ଯାଇଥାଏ। ଇସ୍ରାଏଲର ରିପୋର୍ଟ ଅନୁଯାୟୀ, ଗାଜା ତଳେ ୫୦୦ କିଲୋମିଟର ଟନେଲ ଅଛି ଏବଂ ୟାହିୟା ସିନଓ୍ବାର ମଧ୍ୟ ମାନବ ଢ଼ାଲ ଦ୍ୱାରା ଘେରି ରହିଥିଲେ।  କେବଳ ଏହି ଟନେଲଗୁଡ଼ିକ ଯୋଗୁ ସେ ବଞ୍ଚିଯାଉଥିଲେ। କିନ୍ତୁ ଗୁରୁବାର ଦିନ ହୋଇଥିବା ପ୍ରାଣଘାତି ଆକ୍ରମଣରୁ ସେ ରକ୍ଷା ପାଇପାରି ନାହାନ୍ତି। ତାଙ୍କୁ ହଟାଇ ଇସ୍ରାଏଲ ହମାସର ଅଣ୍ଟାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri