Posted inଜାତୀୟ

ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ ଯାହା କହିଲେ ପୋଲିସ ହେଲା ଚକିତ…

ଗାଜିଆବାଦ,୧୭।୧୦: ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିଲେ ସେନେଇ ଚାକରାଣୀ ମୁହଁ ଖୋଲିଛନ୍ତି।

ପୋଲିସକୁ ରିନା କହିଛନ୍ତି, ଆଠ ବର୍ଷ ଧରି ସେ ବ୍ୟବସାୟୀଙ୍କ ଘରେ କାମ କରୁଥିଲେ। ଏହାସତ୍ତ୍ୱେ ସେ ଏବଂ ତାଙ୍କ ପରିବାରଲୋକେ ଛୋଟ ଛୋଟ କଥାରେ କଟୁ କଥା କହୁଥିଲେ। ଅପମାନିତ କରୁଥିଲେ। ପ୍ରଥମେ ସେ ସହି ଯାଉଥିଲେ। ହେଲେ ସବୁଦିନ ଏଭଳି ଅପମାନ ଶୁଣି ସେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ।

ରିନା ଶାନ୍ତିନଗରର ବାସିନ୍ଦା। ସେ ୮ ବର୍ଷ ପୂର୍ବେ ପେଟ ପୋଷିବା ନିମନ୍ତେ ଗାଜିଆବାଦ ଆସିଥିଲେ। ଏଠାରେ ସେ ଜଣେ ବ୍ୟବସାୟୀଙ୍କ ଘରେ ରୋଷେଇ କରୁଥିଲେ। ୩ ବର୍ଷ ଯାଏ ଖାଇବା ଖାଇ ସେମାନେ ଖୁସି ହେଉଥିଲେ। ହେଲେ ପରେ ତାଙ୍କୁ ଅପମାନିତ କରୁଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ଭୁଲ ଥିଲେ ବି ତାଙ୍କୁ ଭତ୍ସନା କରାଯାଉଥିଲା। ବାରମ୍ବାର ଏଭଳି ଅପମାନ ଶୁଣି ସେ ରାଗରେ ନିଆଁବାଣ ହୋଇଥିଲେ। ସେ କାମ ଛାଡ଼ି ଦେବାକୁ ଭାବିଥିଲେ, ହେଲେ ସେ ପ୍ରତିଶୋଧ କିଭଳି ନେବେ ତାହା ଚିନ୍ତା କରିବାକୁ ଶ୍ରେୟ ମଣିଥିଲେ।

ଶେଷରେ ସେ ପରିସ୍ରା ଗୋଳାଇ ଖାଦ୍ୟ ଖୁଆଇବାକୁ ଭାବିଥିଲେ। ୪ ମାସ ଧରି ସେ ପରିବାରକୁ ପରିସ୍ରାରେ ଅଟା ମିଶାଇ ରୁଟି କରି ଖୁଆଉଥିଲେ। ଫଳରେ ପରିବାରଲୋକେ ଅସୁସ୍ଥ ହେବାରେ ଲାଗିଥିଲେ। ଏପରିକି ସମସ୍ତେ ଯକୃତ ଜନିତ ସମସ୍ୟାରେ ପୀଡ଼ିତ ହୋଇଥିଲେ। କିଛି ଗମ୍ଭୀର ଚର୍ମ ରୋଗରେ ପୀଡ଼ିତ ହୋଇଥିଲେ। ଏସବୁ ମଧ୍ୟରେ ଅଭିଯୁକ୍ତ ମହିଳା ଘରୁ ଆଳୁ, ଟମାଟୋ ଚୋରାଇଥିଲେ। ଫଳରେ ବ୍ୟବସାୟୀଙ୍କ ପରିବାର ସନ୍ଦେହ କରି ରୋଷେଇ ଘରେ ମୋବାଇଲ ଫୋନ୍‌ରେ ଭିଡିଓ କ୍ୟାମେରା ଅନ୍‌ କରି ରଖିଥିଲେ। ଏଥିରେ ରିନାଙ୍କ ଘୃଣ୍ୟ କାମ କଏଦ ହୋଇଥିଲା।

ଭିଡିଓ ଦେଖି ପୁରା ପରିବାର ଚମକି ପଡ଼ିଥିଲା। ପ୍ରଥମେ ସେ ରାନ୍ଧିଥିବା ଖାଦ୍ୟ ଫିଙ୍ଗିବା ପରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତ ଚାକରାଣୀ ରିନାଙ୍କୁ ଗିରଫ କରିଛି। ତାଙ୍କୁ ପ୍ରଥମେ ପଚରାଯିବାରେ ସେ ମନା କରୁଥିଲେ। ହେଲେ ଶେଷରେ ସେ ଭିଡିଓ ଦେଖି ସତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri