ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ ବୟାନ ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି ଯେ, ”ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ। ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଏହି ବିଷୟ ଦେଖୁଛୁ, ତର୍ଜମା କରୁଛୁ। ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ନାହିଁ, ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ”।

ତେବେ ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଏହି ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବ କାରଣରୁ ବିବାଦ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ପରୀକ୍ଷା ପରୀକ୍ଷା ହେଉଥିବା ବେଳେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଉତ୍ତେଜନା ପରେ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରିଥିଲେ।

ତେବେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ, ଓଏସଏସଏସସି ଏକ ସାଇବର କାଫେରେ ପରୀକ୍ଷା କରୁଛି। ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇ କାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ପରୀକ୍ଷାରେ ସ୍ୱଚ୍ଛତା ରହିବା ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri