କେବେ ହେବ ଦଶମ ଷାଣ୍ମାସିକ ପରୀକ୍ଷା? ବୋର୍ଡ ଦେଲା ବଡ଼ ସୂଚନା

ଭୁବନେଶ୍ୱର,୨୪।୯: ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଷାଣ୍ମାସିକ ପରୀକ୍ଷା କେବେ ହେବ ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେବେ ତାକୁ ନେଇ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। କହିରଖୁଛୁ କି, ୨୦୨୩ରେ ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବାବେଳେ ସେପ୍ଟେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଚଳିତ ବର୍ଷ ବୋର୍ଡ ପକ୍ଷରୁ କିଛି ବିଜ୍ଞପ୍ତି ପ୍ରକାଶ ନ ପାଇବା ସ୍କୁଲ କତ୍ତୃପକ୍ଷଙ୍କ ସମେତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ଦ୍ୱନ୍ଦ୍ୱରେ ପକାଇଥିଲା।

ବୋର୍ଡ ସୂଚନାନୁସାରେ, ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଦଶମ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ବୋର୍ଡ ଗତବର୍ଷ ଭଳି ପ୍ରଶ୍ନପତ୍ର ଯୋଗାଇବ ନାହିଁ। ଏଥର ସ୍କୁଲ ନିଜସ୍ବ ପ୍ରଶ୍ନପତ୍ର ତିଆରି କରିପାରିବ। ତେବେ ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।

ଏହାଛଡ଼ା, ୨୦୧୬ରୁ ଧାର୍ଯ୍ୟ ହୋଇଥିବା ୪୨୦ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ଆଦାୟ ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି। ପାଖାପାଖି ୮ଶହ ଟଙ୍କା ପରୀକ୍ଷା ଫି’ ଏଥର ଆଦାୟ ହେବ ବୋଲି ଆକଳନ କରାଯାଇଛି। ବୋର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ପ୍ରଶ୍ନପତ୍ର ଚୟନ, ପ୍ରଶ୍ନପତ୍ର ଛପା, ଆଡମିଟ୍‌ କାର୍ଡ ପ୍ରସ୍ତୁତି, ପରୀକ୍ଷା ଆୟୋଜନ, ସେଣ୍ଟରରେ ପରୀକ୍ଷା ନିରୀକ୍ଷକ ନିୟୋଜନ, ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ପଠାଇବା, ପର୍ଯ୍ୟବେକ୍ଷକ ଏବଂ ସ୍କ୍ବାର୍ଡ ଗସ୍ତ ଖର୍ଚ୍ଚ, ଉତ୍ତର ଖାତା ମୂଲ୍ୟାୟନ, ଟାବୁଲେସନ, ସାର୍ଟିଫିକେଟ ପ୍ରସ୍ତୁତି ଆଦି ପାଇଁ ପୂର୍ବ ଅପେକ୍ଷା ଖର୍ଚ ବହୁ ପରିମାଣରେ ବଢ଼ିଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ସରକାରୀ କର୍ମଚାରୀଙ୍କ ଡିଏ ଦିନକୁ ୧୪୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ପରୀକ୍ଷା ପରିଚାଳନାରେ ଦିନକୁ ଡିଏ ବାବଦ ଖର୍ଚ ୩ଗୁଣା ବଢ଼ିଛି। ତେଣୁ ପରୀକ୍ଷା ଫି’ ଆଦାୟ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି।

ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପଭି ନେଇପାନ୍ତି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଫର୍ମ ପୂରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri