ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର ଅଧୀନରେ ଗାଇସିଲେଟ ବ୍ଲକରେ କାର୍ଯ୍ୟରତ ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ(ଡିଆର୍‌ପି) ରାକ୍ଷୀ ମେହେରଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ବୁଧବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା(ନଂ-୫/୨୬) ରୁଜୁ କରାଯାଇଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନାରେ ଜଣେ ହିତାଧିକାରୀ ଏକ ବକେରୀ ୟୁନିଟ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ଏହି ୟୁନିଟ୍‌ ସ୍ଥାପନ ପାଇଁ ତାଙ୍କୁ ୮ଲକ୍ଷ ୬୪ହଜାର ଟଙ୍କା ଋଣ ମଞ୍ଚୁର ହୋଇଥିଲା। ଗତ ମାର୍ଚ୍ଚରେ ଏହି ଋଣ ଟଙ୍କା ରିଲିଜ୍‌ ହୋଇଥିଲା। ଅନ୍ୟପଟେ ଏହି ଋଣର ୩୫ପ୍ରତିଶତ ସବ୍‌ସିଡି(ରିହାତି) ବାବଦକୁ ୩ଲକ୍ଷ ୨ହଜାର ୪୦୦ ଟଙ୍କା ଏପର୍ଯ୍ୟନ୍ତ ରିଲିଜ୍‌ ହୋଇ ପାରି ନଥିଲା। ଏ ନେଇ ହିତାଧିକାରୀ ଡିଆର୍‌ପି ମେହେରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଡିଆର୍‌ପି ମେହେର ସେ ଦିଗରେ ପଦକ୍ଷେପ ନେବା ବଦଳରେ ୩୦ହଜାର ଟଙ୍କା ଲାଞ୍ଚ ଦେଲେ ଯାଇ ସବ୍‌ସିଡି ରିଲିଜ୍‌ ପାଇଁ ଫାଇଲ୍‌ ପ୍ରୋସେସିଂ କରିବେ ବୋଲି କହିଥିଲେ।
କେବଳ ସେତିକି ନୁହେଁ, ଡିଆର୍‌ପି ମେହେର ସେହି ଲାଞ୍ଚ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ କହିବା ସହିତ ନିଜ ମୋବାଇଲ ନମ୍ବରରୁ ହିତାଧିକାରୀଙ୍କ ମୋବାଇଲ ନମ୍ବରକୁ ଏସ୍‌ଏମ୍‌ଏସ୍‌ ଯୋଗେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇଥିଲେ। ହିତାଧିକାରୀ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ସମ୍ପୃକ୍ତ ଡିଆର୍‌ପିଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା।
ଯୋଜନା ଅନୁଯାୟୀ, ବୁଧବାର ହିତାଧିକାରୀ ଜଣକ ଡିଆର୍‌ପି ମେହେରଙ୍କ ଆକାଉଣ୍ଟରେ ଲାଞ୍ଚ ବାବଦକୁ ୩୦ହଜାର ଟଙ୍କା ଜମା କରିଥିଲେ। ସେହି ସମୟରେ ବାହାରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଗାଇସିଲେଟ୍‌ସ୍ଥିତ ଡିଆର୍‌ପି ମେହେରଙ୍କ କାର୍ଯ୍ୟାଳୟକୁ ପଶି ତନାଘନା ଚଳାଇଥିଲେ। ଡିଆର୍‌ପି ମେହେରଙ୍କ ଆକାଉଣ୍ଟରେ ୩୦ହଜାର ଟଙ୍କା ଜମା ହୋଇଥିବା ନେଇ ତାଙ୍କ ମୋବାଇଲ ନମ୍ବରକୁ ମଧ୍ୟ ବ୍ୟାଙ୍କରୁ ଏସ୍‌ଏମ୍‌ଏସ୍‌ରେ ସୂଚନା ଆସିଥିଲା। ଏହାପରେ ମୋବାଇଲ ଜବତ ସହିତ ଡିଆର୍‌ପିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସେହିପରି ଡିଆର୍‌ପି ମେହେରଙ୍କ ଗାଇସିଲେଟ ବ୍ଲକସ୍ଥିତ କଲଙ୍ଗାପାଲି ଭଡ଼ାଘର, ବିଜେପୁର ବ୍ଲକ ଏମ୍‌.ଶ୍ରୀଗିଡ଼ାସ୍ଥିତ ନିଜଘର ଏବଂ ତାଙ୍କ ଅଫିସ ରୁମ୍‌ରେ ଭିଜିଲାନ୍ସ ଛାନ୍‌ଭିନ୍‌ ଚଳାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?