ଫୋକସରେ ଆଗାମୀ ପଞ୍ଚାୟତ ନିର୍ବାଚନ: ଏବେଠୁ ନିଜ ନିଜ ଦଳ ଛାଡ଼ି ଭାଜପାମୁହାଁ ନେତା-କର୍ମୀ

ଛତ୍ରପୁର,୭ା୫(ଦିଲ୍ଲୀପ ସାମଲ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବହୁ ଜନପ୍ରତିନିଧି ଅନ୍ୟ ଦଳ ଛାଡ଼ି ଭାଜପା ଦଳରେ ମିଶିବାରେ ଲାଗିପଡ଼ିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ମଧ୍ୟ ଭାଜପାର ଏକ ମିଶ୍ରଣପର୍ବ ଏ. ତୋଟାପଲ୍ଲୀସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍‌. ସଂଜୀବ ରେଡ୍ଡୀ ଓ ଯୁବନେତା ଅମର ବେହେରାଙ୍କ ସମେତ ପଞ୍ଚାୟତର ବହୁ ଓ୍ବାର୍ଡ ସଭ୍ୟା/ସଭ୍ୟ, ବିଭିନ୍ନ ଗ୍ରାମ୍ୟ କମିଟି ସଭାପତି, ଆଗଧାଡ଼ି ନେତା ଏବଂ ବହୁ ଜନସାଧାରଣ ବିଭିନ୍ନ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌ ସବ୍‌କା ବିକାଶରେ ବିଶ୍ୱାସ କରି ଏବଂ ଛତ୍ରପୁର ବିଧାୟକ ବିକାଶ କାର୍ଯ୍ୟକୁ ଅନୁସରଣ କରି ସେମାନେ ଅନ୍ୟ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିବା ସରପଞ୍ଚ ରେଡ୍ଡୀ କହିଥିଲେ। ବିଧାୟକ ନାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ। ଆଗକୁ ଆହୁରି ଦଳ ମଜଭୁତ ହେବା ସହ ଏହି ଡବଲ ଇଞ୍ଜିନ ସରକାର ଯାହା କଥା ଦିଏ ତାହା କାମରେ କରାଇକି ଦେଖାଏ। ଏଭଳି ବିକାଶଧାରା ଚାଲୁ ରହିବ ବୋଲି ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ଗଞ୍ଜାମ ଜିଲା ବିଜେପି ସଭାପତି ସରୋଜ କୁମାର ସାବତ ଓ ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ କହିଥିଲେ। ଜିଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ସଂଯୋଜନାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଭାଜପା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ସମ୍ପାଦକ ବସନ୍ତ କୁମାର ବେହେରା, ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଡି. ସୁରେଶ ରେଡ୍ଡୀ, ଯୁବନେତା କେ. ରଘୁନାଥ ରେଡ୍ଡୀ, ୧୯ ନଂ ଜିଲାପରିଷଦ ସଭ୍ୟା ରଶ୍ମିତା ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଵି. ସୁଦାମ, ଆଇନଜୀବୀ ପି. ଧର୍ମା ରେଡ୍ଡୀ, ପୂର୍ବତନ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳଙ୍କ ସମେତ ଅନନ୍ୟା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଧାୟକ ନାୟକଙ୍କୁ ଫୁଲଚନ୍ଦନ ଦେଇ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କେ. ରଘୁନାଥ ରେଡ୍ଡୀ, ବନୋଜ ନାହାକ ଓ ପଞ୍ଚାୟତର ବହୁ ଛାମୁଆ ନେତା ଓ କର୍ମୀ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅତ୍ୟାଧୁନିକ କୃଷିଯନ୍ତ୍ରକୁ ଲୋକପ୍ରିୟ କରାଇବା ପାଇଁ ପ୍ରଚେଷ୍ଟା ଜାରି

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଡିମିରିଆଠାରେ ଏକ ଟ୍ରାକ୍ଟର ଚାଳିତ ଧାନ ଜମି ହୁଡ଼ା ତିଆରି କରିବା ଯନ୍ତ୍ରର…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

କେବଳ ଜଣେ ନୁହେଁ ଏକାବେଳେ ଦୁଇ ଯୁବକଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଏମିତି କ‘ଣ ହେଲା ରାତିରେ ଝୁଲିପଡ଼ିଲେ ଯୁବତୀ

ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri