ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍‌ ବାଇଡେନଙ୍କୁ ଏହି ଉପହାର ଦେଇଛନ୍ତି। ବାଇଡେନଙ୍କୁ ମୋଦି ରୁପା ଖଚିତ ଏକ ଟ୍ରେନ୍‌ ମଡେଲ ଉପହାର ଦେଇଥିବା ବେଳେ ଜିଲ୍‌ଙ୍କୁ କଶ୍ମୀର ଶଲ୍‌ ଉପହାର ଦେଇଛନ୍ତି। ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍‌ ଖୁସି ଥିବା ଜଣାପଡ଼ିଛି।

ବାଇଡେନଙ୍କୁ ମୋଦି ଦେଇଥିବା ରୁପା ଖଚିତ ଟ୍ରେନ୍‌ ମଡେଲ ଉପହାରକୁ ମହାରାଷ୍ଟ୍ରର କାରିଗରମାନେ ଏହାକୁ ବହୁତ କୌଶଳ ସହିତ ପ୍ରସ୍ତୁତ କରିଛନ୍ତି। ଏହା ହାତରେ ଖୋଦିତ ହୋଇଛ। ୯୨.୫% ରୁପାରେ ନିର୍ମିତ ଏହି ମଡେଲ ଭାରତୀୟ ଧାତବ କଳାର ଶିଖରକୁ ପ୍ରତିପାଦିତ କରେ। ଏହି ସୃଷ୍ଟି ବାଷ୍ପ ଇଞ୍ଜିନ ଯୁଗ ପାଇଁ ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ସମ୍ପର୍କକୁ ଦର୍ଶାଉଛି। ଏହି ମଡେଲରେ ‘ଦିଲ୍ଲୀ – ଡେଲାଓ୍ବେର୍‌’ ଲେଖା ଯାଇଛି। ଏହା ବ୍ୟତୀତ ଭାରତୀୟ ରେଳ ଇଞ୍ଜିନ ପାର୍ଶ୍ୱରେ ଲେଖାଯାଇଛି।

ଏଥି ସହିତ ମୋଦି ଆମେରିକାର ପ୍ରଥମ ଲେଡିଙ୍କୁ ଏକ ପେପର ମ୍ୟାଚ୍‌ ବାକ୍ସରେ କଶ୍ମୀର ଶ’ଲ ଉପହାର ଦେଇଛନ୍ତି। ଅତୁଳନୀୟ ଗୁଣ ଏବଂ ଅନନ୍ୟ ସୌନ୍ଦର୍ଯ୍ୟରେ ତିଆରି ଏହି ପାଶ୍ମିନା ଶଲ ଜମ୍ମୁ-କଶ୍ମୀରରୁ ଆସିଥାଏ। ଏହା ପାରମ୍ପାରିକ ଭବରେ କଶ୍ମୀରର ପେପର ୍‌ ମ୍ୟାଚ୍‌ ବକ୍ସରେ ପ୍ୟାକ୍‌ ହୋଇ ଆସିଥାଏ, ଯାହା ଏହାର ସୌନ୍ଦର୍ଯ୍ୟ ଏବଂ କାରିଗରୀ ପାଇଁ ବେଶ୍‌ ପ୍ରସିଦ୍ଧ।

ଏହି ବାକ୍ସଗୁଡ଼ିକ ପେପରଗୁଣ୍ଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀର ମିଶ୍ରଣ ବ୍ୟବହାର କରି ହାତରେ ତିଆରି କରାଯାଇଥାଏ। ପ୍ରତ୍ୟେକ ବାକ୍ସ କଶ୍ମୀରର କଳା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳନ କରିଥାଏ। ଏହି ବାକ୍ସଗୁଡ଼ିକ କେବଳ କାର୍ଯ୍ୟକ୍ଷମ ନୁହେଁ, ବରଂ ସ୍ବତନ୍ତ୍ର ସାଜସଜ୍ଜା ସାମଗ୍ରୀ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri