ଆସ୍ଥା ଭୋଟ୍‌ରେ ହାରିଗଲେ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଧୂଳିସାତ୍‌ ହେଲା…

ପୁରୁଷୋତ୍ତମପୁର,୧୨ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୁରବାର ଆସ୍ଥା ଭୋଟ୍‌ ହୋଇଥିବା ବେଳେ ଏଥିରେ ସେ ପରାସ୍ତ ହୋଇଛନ୍ତି। ଯାହାଦ୍ବାରା ସେ ପଦ ହରାଇ ଗାଦିଚ୍ୟୁତ ହେବାର ସ୍ପଷ୍ଟ ହୋଇଯାଇଥିବା ବେଳେ ବିଜେଡିର ଏହି ଦୁର୍ଗ ଭାଙ୍ଗି ଧୂଳିସାତ ହୋଇଯାଇଛି। ଏହାକୁ ନେଇ ଏନ୍‌ଏସିରେ ଏକଛତ୍ରବାଦ ଶାସନର ବିଲୁପ୍ତ ଘଟିଲା। ଏଥର ସହରର ବିକାଶଲାଗି ସମସ୍ତ କାର୍ଯ୍ୟ କରାଯିବ ବୋଲି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ କାଉନସିଲରମାନେ ତୀବ୍ର ପ୍ରତିକ୍ରିୟା ସହ କହିଛନ୍ତି।

ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ରେ ଅଧ୍ୟକ୍ଷା ଭାବେ ପ୍ରିୟଙ୍କା ଦାୟିତ୍ୱ ନେଇଥିଲେ। ମାତ୍ର ଏହା ପରେ ତାଙ୍କ  ସ୍ବାମୀ ତଥା କାଉନସିଲର ଅଶୋକ କୁମାର ମହାକୁଡ଼ଙ୍କ କାର୍ଯ୍ୟକଳାପ ନେଇ ଅନ୍ୟ କାଉନସିଲରମାନେ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଯାଇଥିଲା। ଯାହାକି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବା ଲାଗି ଦୀର୍ଘଦିନ ହେଲା ସହରସାରା ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କାଉନସିଲର ଓ ପୁରୁଷୋତ୍ତମପୁରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଅନାସ୍ଥା ଅଭିଯୋଗ ଉପରେ ଜିଲାପାଳଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନ୍‌ଏସିରେ ପହଞ୍ଚିଥିଲେ। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଓ୍ବାର୍ଡ ନଂ ୪ର କାଉନସିଲର ଅଶୋକ କୁମାର ମହାକୁଡ, ଓ୍ବାର୍ଡ ନଂ ୬ର କାଉନସିଲର ସୁଦେଷ୍ଣା ବେହେରା ଓ ଓ୍ବାର୍ଡ ନଂ ୧୧ର କାଉନସିଲର ଅରୁଣ କୁମାର ମହାକୁଡ଼ ଅନୁପସ୍ଥିତ ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ୧୦ ଜଣ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଉପସ୍ଥିତ ସମସ୍ତ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିବା ନେଇ ନିର୍ବାଚନ ଅଧିକାରୀ କହିବା ସହ ଏନ୍‌ଏସି ପରିଚାଳନା ଲାଗି କାହାକୁ ଦାୟିତ୍ୱ ଦିଆଯିବ ସେଥିନେଇ ସରକାର ଓ ଜିଲାପାଳ ପଦକ୍ଷେପ ନେବେ ବୋଲି କହିଛନ୍ତି। କାଳେ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ସମୀର କୁମାର ରାଉତ ଓ ଆଇଆଇସି ବିପିନ ବିହାରୀ ହୋତାଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି କଡ଼ାସୁରକ୍ଷାର ସହ କାର୍ଯ୍ୟାଳୟକୁ ଜଗିରହିଥିଲେ।

ସୂଚନାଯୋଗ୍ୟ, ଏନ୍‌ଏସିରେ ହୋଇଥିବା ସିଧାସଳଖ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ପ୍ରିୟଙ୍କା ଗୌଡ଼ ବିଜୟୀ ହୋଇ ଅଧ୍ୟକ୍ଷା ହୋଇଥିବା ବେଳେ ପରେ ବିଜେଡିରେ ସାମିଲ ହୋଇଥିଲେ। ମାତ୍ର ନିଜର କାର୍ଯ୍ୟକାଳ ଆରମ୍ଭରୁ  ହିଁ ସେ ବିବାଦୀୟ ହୋଇପଡ଼ିଥିଲେ। ସେ କାଉନସିଲରମାନଙ୍କୁ ଦୁର୍ବ୍ୟବହାର କରି ମନମୁଖୀ କାର୍ଯ୍ୟ କରିବା, ମାତ୍ରାଧିକ ବ୍ୟୟ କରି ରାଜକୋଷ ଅର୍ଥ ହରିଲୁଟ୍‌ କରିବା, ଉନ୍ନୟନମୂଳକ କାମଗୁଡ଼ିକୁ ଟେଣ୍ଡର ନ କରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ ଅର୍ଥ ହରିଲୁଟ୍‌ କରିବା ଆଦି ବିଭିନ୍ନ ଅଭିଯୋଗକୁ ନେଇ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଫଳସ୍ବରୂପ ଗତ ୨ ତାରିଖରେ ତାଙ୍କ ନାମରେ ଅନାସ୍ଥା ଅଣାଯାଇଥିଲା।

ପୁରୁଷୋତ୍ତମପୁର ଏନ୍‌ଏସିର ସମୁଦାୟ ୧୪ଟି ଓ୍ବାର୍ଡ ମଧ୍ୟରୁ ଓ୍ବାର୍ଡ ନଂ ୮ରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ପାରି ପଦବୀଟି ଖାଲି ପଡ଼ିଥିବା ବେଳେ ଅନ୍ୟ ୧୩ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ୧୦ଟି ଓ୍ବାର୍ଡରେ ବିଜୟୀ ହୋଇଥିବା ବେଳେ ୩ଟି ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ବିଜେଡିର କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ହୋଇଥିଲେ। ମାତ୍ର ଉପାଧ୍ୟକ୍ଷଙ୍କ ସମେତ ବିଜେଡିର ୭ ଜଣ କାଉନସିଲର ଓ ଦୁଇ ଜଣ ସ୍ବାଧୀନ କାଉନସିଲର ଅନାସ୍ଥା ଆଣିବା ପରେ ପରେ ଭାଜପାରେ ଯୋଗଦେଇଛନ୍ତି। ସେପଟେ ପଦବୀକୁ କିପରି ବଜାୟି ରଖିବେ ସେଥିନେଇ ଅଧ୍ୟକ୍ଷା ଆପ୍ରାଣ ଉଦ୍ୟମ କରିଥିଲେ। ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ କାଉନସିଲର ଅରୁଣ କୁମାର ମହାକୁଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ୍‌ ଭାବେ ଦୁଇଟି ରିଟ୍‌ ପିଟିଶନ ଦାଖଲ କରିଥିବା ବେଳେ ତାହାର ଶୁଣାଣି ଲାଗି ଆଜି ରହିଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri