Posted inଜାତୀୟ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ମା’ ଘରେ ନ ଥିବା ସୁଯୋଗ ନେଇ…

ହାଇଦ୍ରାବାଦ,୯।୯: ତେଲଙ୍ଗାନାର ସିଦ୍ଧିପେଟ ଜିଲାର ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଲେ ସେତେବେଳେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିଲେ ଏବଂ ଅଭିଯୁକ୍ତଙ୍କ ବିରୋଧରେ ପେସ୍କୋ ମାମଲା ଦାୟର କରାଯାଇଛି।

ପୋଲିସର କହିବାନୁସାରେ, ଡୁବାକ୍କା ମଣ୍ଡଳର ଜଣେ ଗାଁର ଛାତ୍ରୀ ଅସୁସ୍ଥ ହେବା ପରେ ତାଙ୍କ ମା’ ତାଙ୍କୁ ସିଦ୍ଧିପେଟର ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରୀ ପରୀକ୍ଷା ପରେ ଜଣାପଡିଲା କି ସେ ଗର୍ଭବତୀ ଅଛନ୍ତି। ଏହା ପରେ ଭରୋସା କେନ୍ଦ୍ରର ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା ଏବଂ ଛାତ୍ରୀଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଥିଲା।

ପୀଡିତାଙ୍କ ପରିବାର ସଦସ୍ୟ ୩ ଜଣ ଯୁବକଙ୍କ ଉପରେ ଗଣବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ମାର୍ଚ୍ଚ ଏବଂ ଏପ୍ରିଲରେ ଏହି ଯୁବକମାନେ ଛାତ୍ରୀଙ୍କ ଘରକୁ ଆସୁଥିଲେ, ଯେତେବେଳେ ତାଙ୍କ ମାଆ ଉପସ୍ଥିତ ନଥିଲେ। ସେ ଝିଅଙ୍କୁ ପ୍ରଲୋଭନ ଦେଖାଇ ପ୍ରତାରଣା କରି ଅନେକ ଥର ଯୌନ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି। ବାସ୍ତବରେ, ଏହି ଝିଅଙ୍କ ପିତାଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ମା’ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଯେତେବେଳେ ମା’ କାମକୁ ଚାଲିଯାଉଥିଲେ ଏହାର ସୁଯୋଗ ନେଇ ଏହି ଯୁବକମାନେ ଘରକୁ ଆସୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri