ଜମି ମାଲିକ କ୍ଷତିଗ୍ରସ୍ତ, ମଧ୍ୟସ୍ଥ ଧନୀ

ଯାଜପୁର,୬ା୯(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ୯ ହଜାରରୁ ଉର୍ଦ୍ଧ୍ୱ ଏକର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର ମୂଲ୍ୟ ଶାଗମାଛ ଦରରେ କିଣାଯାଇଥିଲା, ଯାହାକୁ ନେଇ ଏବେ ବି ଅଶାନ୍ତି ଲାଗି ରହିଛି। ଏହାର ପ୍ରାୟ ୩୦ ବର୍ଷ ପରେ ଯାଜପୁର ଜିଲାରେ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଜମି ଅଧିଗ୍ରହଣରେ ପୁଣି ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ପ୍ରକଳ୍ପ ପାଇଁ ଭୂ-ଅର୍ଜନ ଆଇନ-।୧୮୯୪ରେ ଜମି ଅଧିଗ୍ରହଣ କରିବା ବଦଳରେ ପ୍ରଜାଙ୍କଠାରୁ ସିଧାସଳଖ ଶତାଧିକ ଏକର ଜମି କିଣାଯାଇଛି। ଏନେଇ କେତେଜଣ ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଖ ଲୋକକମାନେ ଆଗୁଆ ସୂଚନା ପାଇଥିଲେ।ସେମାନେ ନୀରିହ ଚାଷୀଙ୍କ ପାଖରୁ ଶାଗମାଛ ଦରରେ ଜମି କିଣିଥିଲେ।ପରେ ମଧ୍ୟସ୍ଥି ସାଜି ସେହି ଜମିକୁ ପ୍ରାୟ ୧୦୦ ଗୁଣା ଅଧିକ ଦରରେ ସରକାରଙ୍କୁ ଦେଇ ଧନୀ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ପାଣିକୋଇଲି ଆର୍‌ ଏଣ୍ଡ ବି ତଥା ପୂର୍ତ୍ତ ବିଭାଗରେ ଜମି ଅଧିଗ୍ରହଣରେ ଏଭଳି ଦୁନୀତି ସେହି ନୀରିହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। କେତେଜଣ ଚାଷୀ ଏନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।
ସରକାରୀ ବ୍ୟବସ୍ଥାରେ ଅସହାୟ ଲୋକେ ପ୍ରତିବାଦ ନ କରି କ୍ଷତିପୂରଣ ବାବଦକୁ ଯାହା ମିଳିଛି ତାହା ଗ୍ରହଣ କରିଛନ୍ତି । ଏହି ପ୍ରକ୍ରିୟାରେ ସରକାରୀ କଳ କେବେହେଲେ ଜମିର ମୂଲ୍ୟ ଆକଳନ ଓ କ୍ଷତିପୂରଣ ପରିମାଣ ଅନୁମୋଦନରେ ଲୋକଙ୍କ ପ୍ରତି ଅନ୍ୟାୟ ହେଉଛି କି ବୋଲି ଦୁଇଥର ଚିନ୍ତା କରିଥିବାର ନଜିର ନାହିଁ । କ୍ଷତିଗ୍ରସ୍ତ ଚାଷୀଙ୍କ ସପକ୍ଷରେ ଲୋକ ପ୍ରତିନିଧିମାନେ ମଧ୍ୟ କେବେ ତଦନ୍ତ କରି ନାହାନ୍ତି। ଏହାର ସୁଯୋଗରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଜମି କିଣାବିକା ଦୁର୍ନୀତି ଓ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଏଠାରେ କେତେକ ପ୍ରକଳ୍ପରେ ହୋଇଥିବା ଜମି ଅଧିଗ୍ରହଣକୁ ଉଦାହରଣ ଭାବେ ନିଆଯାଇପାରେ। ନିର୍ମାଣ ସୌଧ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ କାର୍ଯ୍ୟାଳୟ ପକ୍ଷରୁ ୧୯ା୩ା୨୦୨୪ରେ ୧୬ନଂ. ଜାତୀୟ ରାଜପଥ କଡ ଷଠିପୁର ଗୋଲେଇ ଛକଠାରୁ ଷଠିପୁର ସବ୍‌ଷ୍ଟେଶନ ଛକ ପର୍ଯ୍ୟନ୍ତ ୪ଲେନ ରାସ୍ତା ପ୍ରକଳ୍ପ ପାଇଁ ୩.୩୦୮ ଏକର ଜମି ଅଧିଗ୍ରହଣ କରିବାକୁ ପାଣିକୋଇଲି ଆର୍‌ ଏଣ୍ଡ ବି ତଥା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ହୋଇଥିଲା। ମାତ୍ର ୩ ଏକର ଜମି ଅଧିଗ୍ରହଣ ପାଇଁ ୨୨ କୋଟି ୪୯ ଲକ୍ଷ ୯୨ ହଜାର ୮୯୨ ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ପ୍ରକୃତ ପ୍ରଜା ଲାଭବାନ ହୋଇ ପାରିନାହାନ୍ତି। ପୂର୍ବରୁ ଏହି ପ୍ରଜାମାନଙ୍କଠାରୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଶାଗମାଛ ଦରରେ ଜମି କିଣି ନେଇ ସରକାରଙ୍କ ନିକଟରେ ବିକ୍ରୀ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସେହି ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତରେ ହୋଇଥିବା ଏହି ଜମି ଦୁର୍ନୀତିର ତଦନ୍ତ ହେଲେ ଜମି ବ୍ୟବସାୟୀଙ୍କ ଅସଲ ଗୁମର ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି।
ଷଠିପୁରଠାରୁ ମାଳଆନନ୍ଦପୁର ଏବଂ ସେଠାରୁ ସିଂହପୁର ପର୍ଯ୍ୟନ୍ତ ଏଭଳି ବହୁ ଚାଷ ଜମି କିଣାଯାଇଛି। ସେହିପରି ଯାଜପୁର ଜିଲା ମୁଖ୍ୟ ଡାକ୍ତରଖାନାର ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟରେ ୧୦ ଏକରରୁ ଊର୍ଦ୍ଧ୍ୱ ଜମି କିଣାରେ ଅନୁରୂପ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଅନ୍ୟଏକ ପ୍ରକଳ୍ପ ୧୦ନଂ. ଜାତୀୟ ରାଜପଥଠାରୁ ଅର୍ଦ୍ଦାଳୁଆ ରାସ୍ତାର ଉନ୍ନତିକରଣ ଓ ସମ୍ପ୍ରସାରଣ କାର୍ଯ୍ୟରେ ପ୍ରାୟ ୫ ଏକର ଜମି ପ୍ରଜାଙ୍କମ୍ପଠାରୁ ସିଧାସଳଖ ଅଧିଗ୍ରହଣ କରିବାକୁ ୩ା୨ା୨୦୨୪ରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ମାତ୍ର ୫ ଏକର ଜମି ପାଇଁ ୩୬ କୋଟି ୨୧ ଲକ୍ଷ ୯୯ ହଜାର ୯୨୪ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ପୂର୍ବରୁ ପ୍ରଜାଙ୍କଠାରୁ ଚଞ୍ଚକତା କରି ଜମି କିଣିଥିବା ପ୍ରଭାବଶାଳୀ ଲୋକ କୋଟିପତି ହୋଇଥିବାବେଳେ ଜମିହରାମାନେ ସର୍ବହରା ହୋଇଛନ୍ତି।ତେଣୁ ଜମି କିଣାବିକା କାରବାରରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଜମି କିଣା ଦୁର୍ନୀତିର ପର୍ଦ୍ଦାଫାଶ ହୋଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରୀ ଆଇନ ଅନୁସାରେ ଜମି ଅଧିଗ୍ରହଣ ହୋଇଛି। ଏଥିରେ କୌଣସି ପ୍ରକାର ଦୁର୍ନୀତି କିମ୍ବା ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri