ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ, କିନ୍ତୁ କାମରେ ଜିରୋ, କାହିଁକି ଏମିତି କହିଲେ ନବୀନ

ଭୁବନେଶ୍ୱର,୪ା୯: ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ହାତୀ ଦେବୁ, ଘୋଡ଼ା ଦେବୁ କହି କାମରେ ଜିରୋ ବୋଲି ନବୀନ ସମାଲୋଚନା କରିଛନ୍ତି। ମା’ ମାନଙ୍କ ବିଶ୍ୱାସ ସହ ଭାଜପା ଖେଳୁଛି, ମା’ ମାନେ ଉଚିତ ଜବାବ ଦେବେ।

ନବୀନ କହିଛନ୍ତି, ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଛି ଏବଂ ରହିବ। ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଏ ଦିଗରେ ଦୃଢ଼ ଭାବେ ଆଗକୁ ବଢିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ବିଜୁ ବାବୁ ହିଁ ସାରା ଦେଶରେ ମା’ମାନଙ୍କ ସଶକ୍ତିକରଣର ମୂଳଦୁଆ ପକାଇଥିଲେ। ତାଙ୍କ ମାର୍ଗ ଦର୍ଶନରେ ୭୦ଲକ୍ଷ ମା’ ସଶକ୍ତ ହୋଇଛନ୍ତି। ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ଇ ଅଭିମୁଖେ ଆଗକୁ ବଢୁଛନ୍ତି। ଓଡ଼ିଶାର ପରିଚୟ ସାଜୁଛନ୍ତି।

ସୁଭଦ୍ରା ଯୋଜନା ହେଉ କି ୩୦୦ ୟୁନିଟ୍‌ ମାଗଣା ବିଜୁଳି, କେବଳ ମିଛ ହିଁ ଭାଜପାର ସାହାରା ସାଜିଛି। ୨ ବର୍ଷରେ ୫୦,୦୦୦ ଟଙ୍କା ଦେବେ ବୋଲି କହିଥିଲେ। ଏବେ କହୁଛନ୍ତି ୫ ବର୍ଷରେ ଦେବେ। ତା’ ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା। ସବୁ ମହିଳାଙ୍କୁ ଦେବେ ବୋଲି କହି ଏବେ କିଛି ମହିଳାଙ୍କୁ ଦେଉଛନ୍ତି।

ମା’ମାନଙ୍କ ଭାବନା ଓ ବିଶ୍ୱାସ ସହ ଭାଜପା ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶ୍ୱାସ ସହ ଖେଳିବା ଉଚିତ୍‌ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ଭାଜପାର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି ବୋଲି ନବୀନ ଆଜିର ଏହି ବୈଠକରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri