ପ୍ରତି ଗାଁ ହେବ ‘ବିକଶିତ ଗାଁ’

ଭୁବନେଶ୍ୱର,୨୫ା୮(ଅନିଲ ଦାସ): ରାଜ୍ୟର ପ୍ରତିଟି ଗାଁ ଏକ ‘ବିକଶିତ ଗ୍ରାମ’ରେ ପରିଣତ ହେବ। ବିକଶିତ ଗ୍ରାମରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶାରୁ ବିକଶିତ ଭାରତ ଗଠନର ଚରମ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଙ୍କଳ୍ପବଦ୍ଧ। ଶନିବାର ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଶେଷରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାୟଣ ନାଏକ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଗାଁକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରି ଦେଶର ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପ୍ରମୁଖ ଲକ୍ଷ୍ୟ।

ସାମଗ୍ରିକ ଭାବରେ ଓଡ଼ିଶାର ଗାଁଗୁଡ଼ିକ ‘ଓଡ଼ିଆ ଅସ୍ମିତା’ର ଅନନ୍ୟ ପ୍ରତିନିଧି ରୂପେ ରହିଆସିଛି। ଆମ ରାଜ୍ୟ ଓଡ଼ିଶାର ପ୍ରଗତିରେ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ପ୍ରମୁଖ ଯୋଗଦାନ ରହିଛି। ଗାଁ ଅପହଞ୍ଚ ରହିଥିଲା, ଏହି ଯୋଜନା ପାଇଁ ଆଜି ବିକାଶର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛି। ଜନଆଶୀର୍ବାଦକୁ ଆମ ଶକ୍ତି ଓ ସଂକଳ୍ପର ସ୍ରୋତ ରୂପେ ଗ୍ରହଣ କରି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ବଜେଟ ଓ ସମସ୍ତ କାର୍ଯ୍ୟ ‘ଓଡ଼ିଆ ଅସ୍ମିତା’କୁ ସୁଦୃଢ଼ କରିବା ପାଇଁ ସମର୍ପିତ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଉଦ୍ଦିଷ୍ଟ ଏହି ବଜେଟ ଗ୍ରାମୀଣ ଦୃଶ୍ୟପଟରେ ରୂପାନ୍ତରଣ ଆଣିବା ନିମନ୍ତେ ରୂପରେଖର ଏକ ନକ୍ସା। ଏହି ବଜେଟ ଅନୁଦାନରେ ଗ୍ରାମ୍ୟ-ସଂଯୋଗୀକରଣ ସହ ପ୍ରତ୍ୟେକ ଗ୍ରାମକୁ ସଶକ୍ତ ଏବଂ ସମୃଦ୍ଧ କରାଯିବ। ଏହି ବଜେଟ କେବଳ ପାଣ୍ଠିର ଆବଣ୍ଟନ ନୁହେଁ, ବରଂ ଆମର ଗ୍ରାମୀଣ ଜନସାଧାରଣଙ୍କ ଆକାଂକ୍ଷା ପୂରଣ ପାଇଁ ଏକ ଦୃଢ ପ୍ରତିବଦ୍ଧତାକୁ ସୂଚାଉଛି। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଯୋଜନାରେ ଆମ ସରକାର ୧୦୦ରୁ ଅଧିକ ଜନସଂଖ୍ୟା ଥିବା ୭୩ଟି ପଡ଼ାଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗ କରିବେ। ଏହି ଯୋଜନାରେ ୧୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ରହୁଥିବା ବାସସ୍ଥାନଗୁଡ଼ିକୁ ବିଭିନ୍ନ ମୌଳିକ ସୁବିଧା ସହ ସବୁଦିନିଆ ରାସ୍ତା ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଅଛି। ଏହି ଯୋଜନା କେନ୍ଦ୍ର ସରକାରଙ୍କର ୬୦% ଏବଂ ରାଜ୍ୟ ସରକାରଙ୍କ ୪୦% ଆର୍ଥତ୍କ ସହାୟତାରେ କାର୍ଯ୍ୟ କରୁଅଛି। ଚଳିତବର୍ଷ ବଜେଟରେ ଏଥି ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ କହିିଛନ୍ତି। ବିକଶିତ ଓଡ଼ିଶାର ଲକ୍ଷ୍ୟପୂରଣ ନିମନ୍ତେ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୩-୨୪ ବଜେଟ ତୁଳନାରେ ଚଳିତ ବଜେଟ ୨୦୨୪-୨୫ ପ୍ରାୟ ଶତକଡ଼ା ୨୬ ଅଧିକ ଟଙ୍କାର ପ୍ରସ୍ତାବ ରଖାଯାଇଛି। ଏହି ବଜେଟ ଗ୍ରାମୀଣ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ଯଥେଷ୍ଟ ସହାୟକ ହେବ।

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୫୦ ସେତୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚାଲୁରହିଥିବା ଏବଂ ନୂତନ ସେତୁ ପ୍ରକଳ୍ପର ନିର୍ମାଣ ପାଇଁ ୧୯୯୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମୌସୁମୀ ସମୟରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂରକ୍ଷଣ ଲକ୍ଷ୍ୟରେ ଛୋଟରୁ ମଧ୍ୟମ ସେତୁରେ ବ୍ରିଜ୍‌-କମ୍‌-ଓୟାର (ଆଡ଼ିବନ୍ଧ) ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ୱାରା କ୍ଷୁଦ୍ର ଜଳସେଚନ, ଘରୋଇ ବ୍ୟବହାର, ପଶୁପାଳନ, ଭୂତଳ ଜଳ ସଂରକ୍ଷଣ ଆଦି ହୋଇପାରିବ। ଏହି ବର୍ଷ ଉକ୍ତ ଯୋଜନାରେ ୮୭ ଗୋଟି ପ୍ରକଳ୍ପ ସାରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୮୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଶେଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ୯୪୫୭ କୋଟି ଟଙ୍କାର ଖର୍ଚ୍ଚଦାବି ବିଧାନସଭାରେ ବାଚନିକ ମତଦାନରେ ପାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri