ମେସେଜିଂ ଆପ୍‌ ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଗିରଫ

ପ୍ୟାରିସ୍‌,୨୫ା୮: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍‌ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ ତାଙ୍କୁ ଗିରଫ କରିଛି। ତାଙ୍କ ନାମରେ ପୂର୍ବରୁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ଫ୍ରାନ୍ସ। ଟେଲିଗ୍ରାମ ଦ୍ବାରା ସେ ଅପରାଧିକ ଗତିବିଧି ଚଳାଉଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ତାଙ୍କୁ ଗିରଫ କରିଛି।

ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ନିଶ୍ଚିତ କରି ଫ୍ରାନ୍ସ ପୋଲିସ ଅଧିକାରୀ କହିଛନ୍ତି, ତାଙ୍କୁ ଗିରଫ କରାଯାଇ  ଥାନାକୁ ନିଆଯାଇଛି। ଏହି ଗିରଫ ଯୋଗୁ ରୁଷିଆ ବ୍ଲଗର୍ସମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରବିବାର ଅପରାହ୍ନରେ ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି।

ରୁଷିଆ, ୟୁକ୍ରେନ ଏବଂ ପୂର୍ବତନ ସୋଭିଏତ୍‌ ୟୁନିଅନର ଗଣତନ୍ତ୍ରରେ ଟେଲିଗ୍ରାମ, ଫେସବୁକ୍‌, ୟୁଟ୍ୟୁବ୍‌, ହ୍ବାଟ୍ସ ଆପ୍‌, ଇନ୍‌ଷ୍ଟାଗ୍ରାମ, ଟିକ୍‌ଟକ୍‌ ଏବଂ ଓ୍ବେଚ ପରେ ଏକ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବରେ ସ୍ଥାନିତ ହୋଇଛି। ଆସନ୍ତାବର୍ଷରେ ଏହା ଏକ ବିଲିୟନ ୟୁଜରଙ୍କୁ ଛୁଇଁବାକୁ ଲକ୍ଷ୍ୟ ରଖିଥିଲା।

ଦୁବାଇରେ ଆଧାର କରି ରୁଷିଆରେ ଜନ୍ମିତ ଡୁରୋଭଙ୍କ ଦ୍ୱାରା ଟେଲିଗ୍ରାମ ପ୍ରତିଷ୍ଠା କରାଯାଇଥିଲା। ସେ ବିକ୍ରି କରିଥିବା ଭି.କେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିରୋଧୀ ସମ୍ପ୍ରଦାୟକୁ ବନ୍ଦ କରିବା ପାଇଁ ସରକାରଙ୍କ ଦାବିକୁ ମାନିବାକୁ ମନା କରିବା ପରେ ସେ ୨୦୧୪ରେ ରୁଷିଆ ଛାଡ଼ିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri