ଏଇ ଭାରତରେ

ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ବିଚାରଧାରାକୁ ଆଧାର କରି ପଶ୍ଚମବଙ୍ଗ ମୁର୍ଶିଦାବାଦର ବାଗଡାବ୍ର ଜଙ୍ଗଲ ଏରିଆରେ ଗଛ ତଳେ ଏକ ସ୍କୁଲ ଚାଲିଛି। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶାନ୍ତି ନିକେତନର ପୂର୍ବତନ ଛାତ୍ର ଅଂଶୁମାନ ଠାକୁର। ସେ ଏବେ ମୁର୍ଶିଦାବାଦ ଫାରାକ୍କାସ୍ଥିତ ପ୍ରଫେସର ସୟିଦ ନୁରୁଲ ହାସନ କଲେଜରେ ବଙ୍ଗଳା ସାହିତ୍ୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ତା’ ମଧ୍ୟରୁ ସମୟ ବାହାର କରି ସ୍କୁଲ ପରିଚାଳନା କରୁଛନ୍ତି। ପିଲାମାନେ ସରକାରୀ ପାଠ୍ୟକ୍ରମ ସହ ପ୍ରକୃତି, ସଂସ୍କୃତି ଓ ଏଣ୍ଟରପ୍ରିନ୍ୟୁରଶିପ ସମ୍ପର୍କରେ ପଢୁଛନ୍ତି। ପ୍ରଥମେ ୨୦୨୧ରେ ଏହି ସ୍କୁଲ ୫ ଜଣ ପିଲାଙ୍କୁ ନେଇ ଆରମ୍ଭ କରାଯାଇଥିଲା, ଯେଉଁମାନେ କୋଭିଡ୍‌ ସମୟରେ ଅଧାରୁ ପାଠ ଛାଡ଼ି ଦେଇଥିଲେ। ସ୍କୁଲ ଆରମ୍ଭ ହେବାର ସପ୍ତାହକ ସଧ୍ୟରେ ପିଲା ସଂଖ୍ୟା ୨୦ରେ ପହଞ୍ଚିଥିଲା ଏବଂ ଏବେ ଏହା ୧୦୫ରେ ପହଞ୍ଚିଛି । ସ୍କୁଲରେ ୭ ଜଣ ଶିକ୍ଷକ ମଧ୍ୟ ରହିଛନ୍ତି। ଗଛମୂଳେ ଚାଲୁଥିବା ଏହି ସ୍କୁଲର ନାଁ ହେଉଛି ‘ ଅନିର୍ବାଣ ଗଛେର୍‌ ଇସ୍କୁଲ’। ବିଶେଷକରି ନିମ୍ବ ଓ ଆମ୍ବ ଗଛ ମୂଳରେ ପିଲାଙ୍କୁ ପଢ଼ାଯାଉଛି। ପିଲାମାନେ ସକାଳ ୬ଟାରେ ସ୍କୁଲ ଯାଉଛନ୍ତି ଓ ସେଠାରେ ସମାନଙ୍କୁ ଜଳଖିଆ ମଧ୍ୟ ଦିିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri