Posted inଫୁରସତ

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମ ହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମ ହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମ ହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ ପ୍ରତିଭା ରହିଥାଏ। ସେମାନଙ୍କର ଏମିତି କିଛି ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟ ଲୋକଙ୍କଠାରୁ ସ୍ବତନ୍ତ୍ର କରିଥାଏ। ରିପୋର୍ଟ ଅନୁଯାୟୀ, ବିଶ୍ୱର ୭ରୁ ୧୦ ପ୍ରତିଶତ ଲୋକ ବାମ ହାତରେ ସବୁ କାମ କରିଥାନ୍ତି।

ଆମ ସାମ୍ନାରେ ନିଜର ପରିଚୟ ସୃଷ୍ଟି କରୁଥିବା ଅନେକ ବାମହାତୀଙ୍କ ଜ୍ୱଳନ୍ତ ଉଦାହରଣ ରହିଛି। ଆମ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛନ୍ତି ଏବଂ ଭାରତରତ୍ନ ପୁରସ୍କାର ପାଇଛନ୍ତି। ଯଦିଓ ସଚିନ ତେନ୍ଦୁଲକର ତାଙ୍କ ଡାହାଣ ହାତରେ ବ୍ୟାଟିଂ କରନ୍ତି ତଥାପି ସେ ଲେଖାଲେଖି ପାଇଁ ବାମ ହାତକୁ ବ୍ୟବହାର କରିଥାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାମ ହାତରେ ଲେଖିଥାନ୍ତି।

ସେହିପରି ଯେଉଁମାନେ ସାରା ବିଶ୍ୱରେ ବାମହାତୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ରତନ ଟାଟା, ମାର୍କ ଜୁକରବର୍ଗ, ମଦର ଟେର୍‌ସା, ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ମ୍ୟାରି କ୍ୟୁରି, ବିଲ୍‌ ଗେଟ୍ସ ବାମ ହାତ ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ ଚାର୍ଲି ଚାପ୍‌ଲିନ, ଯୁବରାଜ ସିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲିଣ୍ଟନ, ରୋନାଲ୍ଡ ରେଗାନ, ଟେନିସ ତାରକା ରାଫେଲ ନାଡାଲ ମଧ୍ୟ ବାମହାତୀ ତାଲିକାରେ ଅଛନ୍ତି।

ଇଣ୍ଟରନ୍ୟାଶନାଲ ଲେଫ୍ଟ ହ୍ୟାଣ୍ଡ୍‌ର ପ୍ରତିଷ୍ଠାତା ଡିନ୍‌ ଆର କ୍ୟାମ୍ପବେଲ ୧୯୭୬ରେ ବାମହାତୀ ଲୋକମାନଙ୍କର ସୁବିଧା ଏବଂ ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ୧୩ ଅଗଷ୍ଟ ୧୯୯୨ରେ ‘ଲେଫ୍ଟ ହ୍ୟାର୍ଣ୍ଡ୍‌ସ ଡେ’ କ୍ଲବ ଦ୍ୱାରା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ବିଶେଷକରି କ୍ରୀଡ଼ାରେ ବାମହାତୀଙ୍କର ବେଶ୍‌ ଗୁରୁତ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri