Posted inଜାତୀୟ

‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍‌ ଥିଲା’

ନୂଆଦିଲ୍ଲୀ,୨୮ା୭: ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ବଜେଟ୍‌ରେ ଭେଦଭାବ ଅଭିଯୋଗ କରି କିଛି ଅଣ-ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରି ନ ଥିଲେ। ଏହା ଉପରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଓ୍ବତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେଉଁଭଳି ଭାବେ ବଜେଟ ପ୍ରସ୍ତୁତ କରାଯାଇଥିଲା, ନୀତି ଆୟୋଗ ମଧ୍ୟ ସେହି ଅନୁସାରେ କାମ କରିବ।

କହିରଖୁଛୁ, କେବଳ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ବିରୋଧୀ ଦଳରୁ ଯୋଗ ଦେଇଥିଲେ, କିନ୍ତୁ ସେ ବୈଠକ ଅଧାରୁ ଉଠି ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏହି ବୈଠକରେ ଭାଷଣ ଦେବାର ସୁଯୋଗ ଦିଆଯାଇନାହିଁ। ମମତା ବାନାର୍ଜୀଙ୍କ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନ ପ୍ରତିକ୍ରିୟା ଦେଇଛନ୍ତି। ସେ ମମତାଙ୍କ ଆଚରଣକୁ ଭୁଲ୍‌ ବୋଲି କହିଛନ୍ତି।

ଚିରାଗ କହିଛନ୍ତି, ନୀତି ଆୟୋଗ ବୈଠକରେ ମାଇକ୍‌ ବନ୍ଦ କରିଥିବାର ଅଭିଯୋଗ ମିଥ୍ୟା ଅଟେ। ମମତା ବୈଠକ ଅଧାରୁ ଉଠି ବାହାରକୁ ଯିବା ଭୁଲ୍‌ ଥିଲା। ଏହା ବିରୋଧୀ ଦଳରେ ଘଟୁଛି। ଅରାଜକତା ସୃଷ୍ଟି କରିବା ଏବଂ ନିଜ ପ୍ରତି ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି ଯଦି କୌଣସି ରାଜ୍ୟ ଅନୁଭବ କରନ୍ତି ଯେ, ସେମାନଙ୍କ ପ୍ରତି ଭୁଲ କରାଯାଇଛି, ସେମାନେ ନୀତି ଆୟୋଗରେ ସେମାନଙ୍କର ସମସ୍ୟା ଉଠାଇ ପାରିବେ। ମାତ୍ର ବୈଠକ ଛାଡ଼ି ଚାଲିଯିବା ଅଶୋଭନୀୟ ଅଟେ  ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri