Posted inଜାତୀୟ

ପଶ୍ଚିମବଙ୍ଗର ଅବସ୍ଥା କଶ୍ମୀର ପରି ହେବ? ପ୍ରତିଦିନ ଆସୁଛନ୍ତି ୫-୧୦ ହଜାର ରୋହିଙ୍ଗ୍ୟା ମୁସଲମାନ…

କୋଲକାତା,୨୮।୭: କେବେ ନେମ୍‌ପ୍ଲେଟ୍‌ ତ କେବେ ପରଦା, ହିନ୍ଦୁ ମୁସଲମାନ ପ୍ରସଙ୍ଗକୁ ନେଇ ସାରା ଦେଶରେ ଏକ ପ୍ରକାର ବିବାଦ ଦେଖାଦେଇଛି। ତାଜା ବିବାଦ ପଶ୍ଚିମବଙ୍ଗରୁ ଆସିଛି। ବିଷ୍ଣୁପୁରରୁ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ ରାଜ୍ୟରେ ପ୍ରତିଦିନ ରୋହିଙ୍ଗ୍ୟା ମୁସଲମାନଙ୍କ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପଶ୍ଚିମବଙ୍ଗକୁ ପ୍ରତ୍ୟେହ ୫ ରୁ ୧୦ ହଜାର ରୋହିଙ୍ଗ୍ୟା ଆସୁଛନ୍ତି। ଏହା ଦେଶ ପାଇଁ ବିପଦ। ଏପରିକି ରାଜ୍ୟରେ ହିନ୍ଦୁ ମାନଙ୍କ ଅବସ୍ଥା ୧୯୯୦ର କଶ୍ମୀର ଭଳି ହେବ ବୋଲି ସେ ସଂସଦରେ କହିଛନ୍ତି।

କିଛି ଦିନ ପୂର୍ବେ ସଂସଦରେ ନିଶିକାନ୍ତ ଦୁବେ ମଧ୍ୟ ଗୃହରେ ଜନସଂଖ୍ୟା ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଉଥିବା କହିଥିଲେ। ଯଦି ଏହା ଜାରି ରୁହେ ତେବେ ଦିନେ ଆସାମ ମଧ୍ୟ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଥିଲେ। ହେଲେ ଏବେ ପଶ୍ଚିମବଙ୍ଗକୁ ନେଇ କରାଯାଉଥିବା ଦାବି ସତ ନା କେବଳ ରାଜନୈତିକପ୍ରସଙ୍ଗ ବୋଲି ପ୍ରଶ୍ନ ଉଠିଛି।

ସୌମିତ୍ର ଖାନ କହିଛନ୍ତି, ପଶ୍ଚିବମଙ୍ଗରେ ପ୍ରତିଦିନ ୫୦୦୦ ରୁ ୧୦୦୦୦ ରୋହିଙ୍ଗ୍ୟା ଆସୁଛନ୍ତି। ଏଠାକୁ ଆସିବା ପରେ ସେମାନେ ସାରା ଦେଶକୁ ଚାଲିଯାଉଛନ୍ତି। ଏହା ଦେଶ ପାଇଁ ବିପଦ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମଗ୍ର ଭାରତକୁ ଧ୍ୱଂସ କରିଦେବେ। ରାଜ୍ୟର ମନ୍ତ୍ରୀମାନେ କହୁଛନ୍ତି ହିନ୍ଦୁମାନେ ଅବିଶ୍ୱାସୀ, ଆମେ ଅବିଶ୍ୱାସୀ କି? ସେହି ଲୋକମାନେ କହୁଛନ୍ତି ଯେ ଆମେ ସମସ୍ତଙ୍କୁ ବାହାର କରିଦେବା, ତେବେ ଆମେ ହିନ୍ଦୁମାନେ କେଉଁଠାକୁ ଯିବା? ୧୯୯୦ରେ କଶ୍ମୀରରେ ଯାହା ଘଟିଥିଲା ତାହା ପଶ୍ଚିମବଙ୍ଗରେ ଏବେ ହେବାକୁ ଯାଉଛି।

କହିରଖୁଛୁ, କିଛି ଦିନ ପୂର୍ବେ ମମତା କହିଥିଲେ ଯେ ବାଲାଂଦେଶକୁ ନେଇ କିଛି କହିପାରିବି ନାହିଁ, ଏହା ଜାତୀୟ ବିଷୟ। ଭାରତ ସରକାର ଏ ବିଷୟରେ କହିବେ, କିନ୍ତୁ ମୁଁ ନିଶ୍ଚିତ ଭାବେ କହିପାରେ ଯେ ଯଦି କୌଣସି ପୀଡ଼ିତ ବଙ୍ଗର ଦ୍ୱାରରେ ଠକ୍‌ ଠକ୍‌ କରନ୍ତି ତେବେ ଆମେ ନିଶ୍ଚିତ ସାହାର୍ଯ୍ୟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri