ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି

ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମବିବାରେ ଲାଗିଛି।

ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ୍ ୩୬ଟି ପ୍ଲଟ୍ ରହିଛି। ଏଥିସହିତ ୨.୨୬ କୋଟି ଟଙ୍କା ଜମା ଆକାରରେ ଭିଜିଲାନ୍ସ ପାଇଛି। ବିଭିନ୍ନ ବୀମା କମ୍ପାନୀଗୁଡିକରେ ରାଉତ ୧.୮୬ କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ବ୍ୟାଙ୍କରେ ୪୦.୩୯ ଲକ୍ଷ ଟଙ୍କା ଜମା ଆକାରରେ ରହିଛି। ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା ୨୨, ୦୦୦ କୋଟିରୁ ଅଧିକ ହେବ। ଏବେ ଭିଜିଲାନ୍ସ ଶେୟାର ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗର ଅଧିକ ବିବରଣୀ ଯାଞ୍ଚ କରୁଥିବା କହିଛି

ଢେଙ୍କାନାଳରର ସପ୍ତଶଯ୍ୟାରେ୮ ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ୍ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ୍ ଭିତରେ ଦୁଇ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ୨୧୨୩ ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ। ​​ଯେଉଁଠାରେ ପ୍ରାୟ ୧୦୦୦ ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି। ୨୫୫୦ ବର୍ଗଫୁଟର ଗୋଟିଏ ଗାଈ ଫର୍ମ। ଯେଉଁଠାରେ ୪୫ ଗାଈ ଏବଂ ୨୫ ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେରାନାରୀ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି ଭଜିଳାନ୍ସ ଅଧିକାରୀ।

ତେବେ ଭିଜିଲାନ୍ସ ଅଧିକାରୀ ଯାହା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଲକର ଏପର୍ଯ୍ୟନ୍ତ ଖୋଲାଯାଇନାହିଁ।

ତେବେ ଗୁରୁବାର ଭିଜିଲାନ୍ସର ୯ଟି ଟିମ୍‌ ସୁନୀଲଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ପୁରୀ, ଅନୁଗୋଳ, କଟକର ୯ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ସ୍ଥାନ ମଧ୍ୟରେ ସୁନୀଲଙ୍କ କଟକ ଗୁରୁଡିଝାଟିଆସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗରସ୍ଥିତ ପୁଅଙ୍କ ଘର, ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା ପଡା ଗ୍ରାମରେ ଥିବା ହରେକୃଷ୍ଣ ନର୍ସରି ଓ ୮ ଏକର ବିଶିଷ୍ଟ ଫାର୍ମ ହାଉସ, ନୟାପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରସ୍ଥିତ ବାସଭବନ ଓ ଅଫିସ ଚାମ୍ବର ଆଦି ରହିଛି। ତେବେ ଚଢ଼ାଉ ସମୟରେ ଭିଜିଲାନ୍ସ ସୁନୀଲଙ୍କ ବିପୁଳ ସମ୍ପତ୍ତି ଠାବ କରିଛି। କଟକ, ଭୁବନେଶ୍ୱର, ପୁରୀ ଓ ଢେଙ୍କାନାଳରେ ମୋଟ୍‌ ୩୪ଟି ପ୍ଲଟ୍‌ ରହିଛି। ୩୪ଟି ପ୍ଲଟ୍‌ ମଧ୍ୟରୁ ଭୁବନେଶ୍ୱରରେ ୫, ପୁରୀରେ ୩, କଟକରେ ୧୯ ଓ ଢେଙ୍କାନାଳରେ ୭ ପ୍ଲଟ୍‌ ରହିଛି।

ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ପ୍ଲଟ୍‌ ନଂ.୯୦ରେ ଥିବା ଗୋଟିଏ ୩ ମହଲା କୋଠା, ନୟାପଲ୍ଲୀ ନୀଳକଣ୍ଠ ନଗରସ୍ଥିତ ପ୍ଲଟ୍‌ ନଂ. ୪୯୪ରେ ଥିବା ଗୋଟିଏ ଦୁଇ ମହଲା କୋଠା, ପୁରୀ ଜିଲା ଶ୍ରୀକ୍ଷେତ୍ର ଭକ୍ତ ନିବାସ ବ୍ଲକ୍‌-ଜେ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ଥିବା ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.୦୦୨), ପୁରୀ ଭିଆଇପି ରୋଡ୍‌ସ୍ଥିତ କ୍ରୀଷ୍ଣାଧାମ ଆପାର୍ଟମେଣ୍ଟରେ ଏକ ଓ୍ବାନ୍‌ ବିଏଚ୍‌କେ ଫ୍ଲାଟ୍‌ (ନଂ.ସି/୧୦୪) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମର ସୁନା ଅଳଙ୍କାର, ୫୦୦ ଗ୍ରାମର ରୁପା ଅଳଙ୍କାର ଠାବ ହୋଇଛି।

ସେହିପରି ୩୭ ଲକ୍ଷ ୩୬ ହଜାର ୫୯୭ ଟଙ୍କାର ଗୋଟିଏ ଟ୍ରକ୍‌ (ଟାଟା ଏଲ୍‌ପିଟି), ୨ଟି ବେନାମୀ ଚାରିଚକିଆ ଯାନ (ହ୍ୟୁଣ୍ଡାଇ କ୍ରେଟା/ମହିନ୍ଦ୍ରା ଥର୍‌) ଓ ୪ଟି ବାଇକ ଏବଂ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣକୁ ହିସାବ କରାଯାଇଛି। ଢେଙ୍କାନାଳ ଫାର୍ମ ହାଉସରେ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର ରହିଥିବାବେଳେ ସେଥିରେ ବହୁ ମୂଲ୍ୟ ଟଙ୍କାର ଜିନିଷପତ୍ର ରହିଛି। ସେହିପରି ୭୧ ଗୋରୁ ଓ ବଡ଼ କୁକୁଡା ଫାର୍ମ ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୯ ଟିମ୍‌୍‌ରେ ୨ ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୬ ଇନ୍ସପେକ୍ଟର, ୧୦ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଚଢ଼ାଉ ଜାରି ରହିଥିବାବେଳେ ସୁନୀଲଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସୁନୀଲ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ସମୟରେ ଗତ ଜାନୁୟାରୀ ୩ରେ ୨୭୨୩ କୋଟି ଟଙ୍କାରେ ନିର୍ମିତ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟରେ ସୁନୀଲ ଦୁର୍ନୀତି କରିଥିବା ସନ୍ଦେହ କରାଯାଉଥିବାରୁ ଏ ଦିଗକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri