ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିବା ଆଶା

ଭୁବନେଶ୍ୱର,୧୮ା୭(ଶର୍ମିଷ୍ଠା ପାଣିଗ୍ରାହୀ)ସମସ୍ୟା, ବିବାଦରେ ଫସି ରହିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଶେଷକରି ନୂଆ ସରକାର ଆସିବା ପରେ ଓଲିଉଡ୍‌ ଜଗତ ବେଶ୍‌ ଉତ୍ସାହିତ ହୋଇପଡିଛି। ବୁଧବାର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଆଲୋଚନା ପରେ ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିଯିବ ବୋଲି ନୂଆ ଆଶା ଉଜ୍ଜୀବୀତ ହୋଇଛି।
ଚଳଚ୍ଚିତ୍ରକୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ସମସ୍ୟାର ସମାଧାନ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ପ୍ରଯୋଜକ, କଳାକାରଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନ ଭାଙ୍ଗି ପଡିଛି। ରାଜ୍ୟ ସରକାର ଫିଲ୍ମ ପଲିସି ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏ ଲାଗୁ ହୋଇନାହିଁ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ବିଶେଷ ସହଯୋଗ କରୁ ନ ଥିବା ଅଭିଯୋଗ ଉଠୁଛି। ସବ୍‌ସିଡି ନାହିଁ କି ଏ ଯାଏ ସିନେମା ସମ୍ପର୍କିତ କୌଣସି ଉନ୍ନତିମୂଳକ ପଦକ୍ଷେପ ନାହିଁ। ଏଥିସହ ପ୍ରେକ୍ଷାଳୟ, ବିତରଣ ଭଳି ମୁଖ୍ୟ ସମସ୍ୟା ପ୍ରଯୋଜକଙ୍କ ପାଇଁ ଏକ ବଡ଼ ବାଧକ ସାଜିଛି। ଏବେ ନୂଆ ସରକାର ଆସିବା ପରେ ସିନେମା ସହ ପ୍ରତ୍ୟକ୍ଷ ଜଡ଼ିତ ବ୍ୟକ୍ତିତ୍ୱମାନେ ଏହି ଶିଳ୍ପର ସୁଧାର ଆଣିବା ପାଇଁ ବେଶ୍‌ ତତ୍ପର ହୋଇଉଠିଛନ୍ତି। ବର୍ତ୍ତମାନ ସିନେମାଗୁଡ଼ିକର ମାନ ବୃଦ୍ଧି ହେବା ଆରମ୍ଭ କରିଥିବାବେଳେ ଭଲ ବିଷୟବସ୍ତୁ ସହ ପ୍ରେକ୍ଷାଳୟରେ ସିନେମା ମଧ୍ୟ ଅନେକ ଦିନ ଯାଏ ଚାଲୁଛି। ବ୍ୟବସାୟୀକରଣରେ ଅଭିବୃଦ୍ଧି ସହ ବିଭିିନ୍ନ ମୌଳିକ ସମସ୍ୟାର ସମାଧାନ ହେଲେ ହିଁ ସିନେମା ଶିଳ୍ପରେ ସୁଧାର ଆସିପାରିବ ବୋଲି ଅନେକେ ମତ ରଖୁଛନ୍ତି। ଏପରିସ୍ଥିତିରେ ସିନେମା ଶିଳ୍ପର ବିକାଶ ପାଇଁ ନୂଆ ସରକାରଙ୍କ ନୂଆ ପ୍ରୟାସକୁ ନେଇ ସବୁଠି ବେଶ୍‌ ଆଲୋଚନା ଚାଲିଛି।

କଳିଙ୍ଗ ଷ୍ଟୁଡ଼ିଓଠାରେ ମଙ୍ଗଳବାର ସିନେମା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ସହ ଉନ୍ନୟନମୂଳକ ପଦକ୍ଷେପ ନେଇ ଆଲୋଚନା ହୋଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ, ଇଡ୍‌କୋର ମ୍ୟାନେଜିଙ୍ଗ ଡାଇରେକ୍ଟର ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ରହି ପାରସ୍ପରିକ ଆଲୋଚନା କରିଥିଲେ। ଏହି ଅବସରରେ ଟେକ୍ନିସିଆନଙ୍କଠାରୁ ଆରମ୍ଭ କରି ସିନେମା କଳକାରଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଚଳଚ୍ଚିତ୍ର ମହାସଂଘ ଗଠିତ ହୋଇଥିଲା। ପ୍ରଥମେ ଫିଲ୍ମ ପଲିସି ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବରୁ ଫିଲ୍ମ ପଲିସି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଏକ ନୂତନ ଫିଲ୍ନ ନୀତି ଅଣାଯିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହ ପ୍ରେକ୍ଷାଳୟ ସମସ୍ୟା ଓ ବିତରଣ ବ୍ୟବସ୍ଥାରରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଫିଲ୍ମ ଆର୍କାଇଭ୍‌, ମ୍ୟୁଜିୟମ୍‌, ଏକାଡେମୀ ନିର୍ମାଣ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ଚଳଚ୍ଚିତ୍ର ଉନ୍ନୟନ ନିଗମର ଲୋକବଳ ଅଭାବ ଦୂରୀକରଣ, ପ୍ରଯୋଜଙ୍କଙ୍କୁ ସବ୍‌ସିଡି ପ୍ରଦାନ, ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭଳି ଅନେକ ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା। ଏଥିସହ ମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ କାର୍ଯ୍ୟର ସମୀକ୍ଷା କରିଥିଲେ।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି। ପୂର୍ବ ସରକାରଙ୍କ ପକ୍ଷରୁ ୨ଟି ଟର୍ମରେ ଥିବା ଅଧ୍ୟକ୍ଷଙ୍କ ସମୟରେ ସିନେମା କ୍ଷେତ୍ରରେ କୌଣସି ଉନ୍ନତି ହୋଇନାହିଁ ବୋଲି ଅଭିଯୋଗ ଉଠୁଥିବାବେଳେ ଏଥର ନୂଆ ସରକାରରେ ଅଧ୍ୟକ୍ଷ ଗାଦିରେ କିଏ ବସିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ତେବେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ଚେହେରା ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ରଙ୍କ ଭଳି ଆଉ କେତେଜଣ ପୂରା ଆକ୍ଟିଭ ରହିବା ସହ ସିନେମା କ୍ଷେତ୍ରରେ ହେଉଥିବା ଛୋଟ ବଡ଼ ଆଲୋଚନାରେ ଫ୍ରଣ୍ଟ ଫେସ୍‌ ଭାବେ ରହିଥିବା ଦେଖିବାକୁ ମିଳୁଛି। ଅଧ୍ୟକ୍ଷ ପଦ କିଏ ହାତେଇବ ସେ ନେଇ ମଧ୍ୟ ଲବି ଚାଲିଥିବା ଶୁଣିବାକୁ ମିଳିଛି। ସିନେ ସମୀକ୍ଷକ ଦିଲୀପ ହାଲି କହିଛନ୍ତି, ପୂର୍ବରୁ ଥିବା ଅଧ୍ୟକ୍ଷ ସରକାରୀ ଦଳର ହୋଇ ମଧ୍ୟ କିଛି କରିପାରିଲେ ନାହିଁ। ଏଥର ମଧ୍ୟ ଯଦି ସରକାରୀ ଦଳର ବ୍ୟକ୍ତି ରୁହନ୍ତି, ତେବେ ପୂର୍ବ ପରି ଅବସ୍ଥା ଯେ ସମାନ ରହିବ ନାହିଁ କିଏ କହିବ। ତେଣୁ ଅଧ୍ୟକ୍ଷ ପଦରେ ନିଜେ ବିଭାଗୀୟ ମନ୍ତ୍ରୀ ନ ହେଲେ ପ୍ରଶାସନିକ ସ୍ତରର କୌଣସି ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ଅଧ୍ୟକ୍ଷ ଭାବେ ନିୟୋଜିତ କଲେ ସିନେମା କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ଆସିବ ବୋଲି ଆଶା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri