Posted inଖେଳ

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ସ୍ଥାନ ନେବେ ବୋଲି କୁହାଯାଉଥିଲା। ହେଲେ ଏବେ ସୂର୍ଯ୍ୟକୁମାର ଯାଦବ ଏହି ଦୌଡ଼ରେ ଆଗରେ ରହିଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ପାଣ୍ଡ୍ୟା ଅଧିନାୟକ ହେବାରେ ଅସୁବିଧା କେଉଁଠି?
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସିସିଆଇର ଜଣେ ଅଧିକାରୀ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ପରେ ଅଧିନାୟକ ହୋଇଥାନ୍ତେ। ହେଲେ ଚୟନ କମିଟି ଏବଂ ଗମ୍ଭୀର ସୂର୍ଯ୍ୟକୁମାରଙ୍କ ପକ୍ଷକୁ ଢ଼ଳୁଛନ୍ତି। ଏହା ପଛରେ କାରଣଟି ହେଲା ପାଣ୍ଡ୍ୟା ପ୍ରତି ସିରିଜରେ ଉପଲବ୍ଧ ରହି ପାରିବେ ନାହିଁ। ଗମ୍ଭୀର କିନ୍ତୁ ଚାହାନ୍ତି ଯେ ପ୍ରତି ସିରିଜରେ ଖେଳୁଥିବା ଖେଳାଳିଙ୍କୁ ହିଁ ୨୦୨୬ ଟି୨୦ ବିଶ୍ୱକପ୍‌ ଯାଏ ଅଧିନାୟକ କରାଯିବ।
ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ମଧ୍ୟ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି। ଗତ ୫ ବର୍ଷ ମଧ୍ୟରେ ସେ ଲଗାତାର ଭାବେ ୨ ସିରିଜ ବହୁତ କମ୍‌ ଥର ଖେଳିଛନ୍ତି। ଅପରପକ୍ଷେ ସୂର୍ଯ୍ୟକୁମାରଙ୍କ ସହ ୨୦୧୪ରେ କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଭାବେ ଗମ୍ଭୀର କାମ କରିଛନ୍ତି। ଏବେ ସେ ଟି୨୦ ର଼୍ୟାଙ୍କିଂରେ ଶୀର୍ଷ ଖେଳାଳି ଅଛନ୍ତି। ତେଣୁ ତାଙ୍କୁ ପାଣ୍ଡ୍ୟାଙ୍କଠାରୁ ଅଧିକ ଅଧିନାୟକ ପଦର ଦାବିଦାର ବୋଲି କୁହାଯାଉଛି। ଏନେଇ ପାଣ୍ଡ୍ୟାଙ୍କ ସହ ଏନେଇ ଆଲୋଚନା କରାଯାଇଛି। ଏବେ ଟି୨୦ ଅଧିନାୟକକୁ ନେଇ ଅନ୍ତିମ ନିଷ୍ପତ୍ତି ଚୟନ କମିଟି ବୈଠକରେ ହେବ ବୋଲି କୁହାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri